-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
26-Aug-2024
ଅତାବିରା(ପବିତ୍ର ମେହେର): ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ଜନ୍ମାଷ୍ଟମୀ ଅବସରରେ କଲେଜ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବିନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ
ମୁଖ୍ୟଅତିଥି ମାନ୍ୟବର ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ମାନ୍ୟବର ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ନିହାର ରଂଜନ ମହାନନ୍ଦ, ମୁଖ୍ୟବକ୍ତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ସରକାରୀ କଲେଜର ସହକାରୀ ଓଡିଆ ପ୍ରାଧ୍ୟାପକ ଡଃ ଶ୍ୟାମ ଭୋଇ , କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ମଂଚାସୀନ ଥିଲେ । ବକ୍ତାମାନେ ବ୍ରଜମୋହନ ପଣ୍ଡାଙ୍କ ଅବଦାନ ସହ ଶ୍ରୀ କୃଷ୍ଣଙ୍କ ପ୍ରତିଭକ୍ତି ଭାବନାକୁ ଆଲୋଚନା କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଲାଭ କରିଥିବା ପ୍ରତିଯୋଗିଙ୍କୁ ପରସ୍କାର ପ୍ରଦାନ କରାଯାଇଥିଲା । ଅନୁରୋଧ କ୍ରମେ ଦିବ୍ୟାଙ୍ଗ ଛାତ୍ର ଅଜୟ କୁମାର ଭୋଇଙ୍କୁ ବିଧାୟକ ଲେପଟପ ପ୍ରଦାନ କରିଥିଲେ। ଏହିଅବସରରେ ଅଧ୍ୟାପିକା ଡଃ ଶାନ୍ତିଲତା ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଯଶୋବନ୍ତୀ ସା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବହୁସାହିତ୍ୟ ପ୍ରେମୀ, ଅବସରପ୍ରାପ୍ତ କଲେଜ କର୍ମଚାରୀ ସମେତ କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।