-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ପ୍ରେରଣା ଖବର ନ୍ୟୁରୋ) - ନବ ବର୍ଷ ୨୦୨୧ର ପ୍ରଥମ ସକାଳର ଆରମ୍ଭ ସବୁ ଲୋକ ଅଲଗା ଅଲଗା ପ୍ରକାରରେ କରିଛନ୍ତି । ଏଥିରେ ଏବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ମଧ୍ୟ ସାମିଲ ଅଛି । ବାସ୍ତବରେ ପିଏମ୍ ମୋଦି ମଧ୍ୟ ଦେଶବାସୀଙ୍କ ନାମରେ ଏକ କବିତା ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜର ଏହି କବିତାର ନାମ ‘ଅଭି ତୋ ସୂରଜ ଉଗା ହୈ’ ରଖିଛନ୍ତି!!ନିଜର ଏହି କବିତା ମାଧ୍ୟମରେ ସେ ଲୋକଙ୍କୁ ଏକ ନୂଆ ଆଶାର କିରଣ ଜାଗ୍ରତ କରିଛନ୍ତି କି , ଅନେକ ମୁସ୍କିଲ ଭିତରେ ଯିବା ପରେ ସମସ୍ତଙ୍କ ଜୀବନରେ ନୂଆ ଆଲୋକ ନିଶ୍ଚୟ ଆସିଥାଏ । ଏହି କବିତାକୁ @mygovindia ର ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରାଯାଇଛି । ଖାସ୍ କଥା ହେଲା ଏହି କବିତାଟିକୁ ପିଏମ୍ ମୋଦି କେବଳ ଲେଖି ନାହାନ୍ତି , ନିଜର ଭଏସ୍ ମଧ୍ୟ ଦେଇଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ନାମରେ ଟ୍ୱିଟ୍ କରି ନୂଆ ବର୍ଷର ଶୁଭକାମନା ଦେଇଛନ୍ତି!! ଦେଶବାସୀଙ୍କ ପାଇଁ ପିଏମ୍ ମୋଦି ଲେଖିଛନ୍ତି କି , ଆପଣଙ୍କୁ ନୂଆ ବର୍ଷର ବହୁତ ବହୁତ ଶୁଭକାମନା ।ଏହି ବର୍ଷ ଆମ ପାଇଁ ଉତ୍ତମ ସ୍ୱାସ୍ଥ୍ୟ , ଖୁସି ଓ ସମୃଦ୍ଧି ନେଇଆସିଛି। ଆଶା ଓ କଲ୍ୟାଣର ଭାବନା ଅଧିକ ହେଉ। ପ୍ରଧାନମନ୍ତ୍ରୀଙ୍କ ଏହି କବିତାକୁ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରିଛନ୍ତି ଲୋକେ । ସମସ୍ତେ ହୃଦୟ ଖୋଲି କମେଣ୍ଟ ମଧ୍ୟ ଦେଇଛନ୍ତି!!