-+91-9937148622 |

prerana_bgr@rediffmail.com |

  Sunday 2nd August 2026 |

| | | |

R.N.I. Regd No. ODIODI/2010/46693

Breaking News

*ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   (02-Aug-2026)       ||      *ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   (02-Aug-2026)       ||      ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ    (02-Aug-2026)       ||      ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ    (01-Aug-2026)       ||      ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ    (01-Aug-2026)       ||      କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅବ୍ୟବସ୍ଥାର ଅଭିଯୋଗ:ଛାତ୍ରୀଙ୍କ ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ   (01-Aug-2026)       ||      ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ♦️ ଆମର ଅତିତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ-ଡ.ସାକିର ହୁସେନ   (01-Aug-2026)       ||      ରାସ୍ତା ଅବରୋଧ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଉମେଶ ଦାସ, ତୁରନ୍ତ ପଦକ୍ଷେପ ପାଇଁ ପ୍ରତିଶ୍ରୁତି   (01-Aug-2026)       ||      ଗଣ ଇସ୍ତାହାର ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ♦️ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ    (01-Aug-2026)       ||      ବଲାଙ୍ଗୀର ଜିଲ୍ଲାରେ କେଜିଵିଭି ସ୍କୁଲର ବିକଳ ଚିତ୍ର♦️ ଇନଚାର୍ଜ ରହନ୍ତି ବଲାଙ୍ଗୀରରେ, ରୋଗୀଣା ଛାତ୍ରୀକୁ ପଠାଇ ଦେଉଛନ୍ତି ଘରକୁ, ମେସ୍ ରୁ  ବାଟମାରଣା ଅଭିଯୋଗ  !   (01-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ   (01-Aug-2026)       ||      ଅବସର ନେଲେ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା   (01-Aug-2026)       ||      ବାଳିକା ଫାଇନାଲ ରେ   ପାରୁଲ ଚୌଧୁରୀ ଚମ୍ପିୟାନ  ଦୀକ୍ଷା ଏସ. ଆର. ରନର୍ସ ଅପ...ବାଳକ ରେ ନିଶ୍ଚଲ ଚାନ୍ଦ ଚାମ୍ପିୟନ, ଟି. ଜ୍ଞାନ ଦତ୍ତ୍ତ ରନର୍ସ ଅପ   (01-Aug-2026)       ||      ଜାଗୃତି ଶାଖା ପକ୍ଷରୁ ଚାରାରୋପଣ ଓ ଛାତ୍ରୀମାନଙ୍କୁ ଖାତା ପ୍ରଦାନ   (01-Aug-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ   (01-Aug-2026)       ||      ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (01-Aug-2026)       ||      *ଅବସର କାଳୀନ ସମାରୋହରେ ବୃକ୍ଷରୋପଣ କରି ଅଭିନବ ପରମ୍ପରାର ଶୁଭାରମ୍ଭ କଲା ଭାରତ ବିକାଶ ପରିଷଦ ସୋନପୁର ଶାଖା*-   (01-Aug-2026)       ||     

HOME   ଜିଲ୍ଲା

୪ କୋଠରୀ କୁ ୮ଟି କ୍ଲାସ , ୭ ଶିକ୍ଷକ ଶିକ୍ଷୟିତ୍ରୀ, ସିନ୍ଧେକେଲା ପ୍ରାଇମେରୀ ସ୍କୁଲର ବିକଳ ବ୍ୟବସ୍ଥା

22-Aug-2024



ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ):  ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଏକ ମିନି ଟାଉନ ଭାବେ ପରିଚିତ। ସେଥିପାଇଁ ତ ବଙ୍ଗୋମୁଣ୍ଡା ବ୍ଲକର ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସିନ୍ଧେକେଲା ରେ ଅଛି । ଏହାସହ ପୋଲିସ ଷ୍ଟେସନ , ପ୍ରାଣୀ ଧନ ଚିକିତ୍ସାଳୟ , ବ୍ୟାଙ୍କ ଏମିତି ଅନେକ ସରକାରୀ ବେ ସରକାରୀ ଅନୁଷ୍ଠାନ ରହିଛି ସିନ୍ଧେକେଲା ରେ । ଦିନେ ଯୋଉ ଗାଁ ର ପିଲାମାନେ ସେବେଳର ଶିକ୍ଷା ବ୍ୟବସ୍ଥା ରେ ଶିକ୍ଷା ପାଇ ଆମେରିକା ଓ୍ବାଲ୍ଡ ବ୍ୟାଙ୍କ ର ସିନିଅର ଇକୋନୋମିଷ୍ଟ,  ଭାରତୀୟ ରିଜର୍ଭ ବ୍ୟାଙ୍କ, ପ୍ରଶାସନିକ ଅଧିକାରୀ, ଆଇଆଇଟି  କେତେ ଯେ ସିଏ , ଏମବିଏ, ଶିକ୍ଷକ, ଇଞ୍ଜିନିୟର, ବୈଜ୍ଞାନିକ, ଡକ୍ଟର, ଓକିଲ ଏମିତି ଅନେକ କିଛି ପଦପଦବୀ ମଣ୍ଡନ କରିବାରେ ସଫଳ ହୋଇଛନ୍ତି। ହେଲେ ବର୍ତ୍ତମାନ ର ସବୁଠାରୁ ବଡ ବିଡ଼ମ୍ବନା ହେଉଛି ଏହି ମିନି ଟାଉନ ର ଶିକ୍ଷା ବ୍ୟବସ୍ଥା। ଏବଂ ଏହି ଶିକ୍ଷା ବ୍ୟବସ୍ଥା ରେ ଠିକା କାମ ପାଇଁ ସମସ୍ତ ଆଦର୍ଶବାଦକୁ ଜଳାଞ୍ଜଳି ଦେଇ ଦେଇ ଥିବା ପଲ୍ଲୀଶ୍ରି ନୋଡାଲ ହାଇସ୍କୁଲ ରେ ପ୍ରମାଣିତ ହୋଇସାରିଛି। ତେବେ ଆଜି ଆମେ କହୁଛୁ ପଲ୍ଲୀଶ୍ରି ହାଇସ୍କୁଲ ନିକଟରେ ଥିବା ପ୍ରାଇମେରୀ ସ୍କୁଲର କଥା। କିଛି ଦିନ ତଳେ ଆମେ ଦେଖାଇ ଥିଲୁ ମାତ୍ର ତିନି ମାସ ତଳେ ହସ୍ତାନ୍ତର କରିଥିବା ୮ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ମାତ୍ର ଶ୍ରେଣୀ କୋଠରୀ ପାଣି ଘେରରେ ରହିଥିବା ବେଳେ ଶ୍ରେଣୀ କୋଠରୀ ର କାନ୍ଥ ମାନଙ୍କରେ ପାଣି ସିପେଜ ହେଉଥିବା ଦେଖିବାକୁ ମିଳିଥିଲା। କାମ ତଦାରଖ ଦାୟିତ୍ଵରେ ଥିବା ଜେଇ ବି ମାନିଥିଲେ ଯେ ସେ ସମୟରେ କାର୍ଯ୍ୟ ବ୍ୟସ୍ତତା ଥିଲା। ଖବର ପରିବେଷଣ ପରେ ଏକ ନାଳ ତିଆରି କରି ପାଣି ନିଷ୍କାସନ କରାଯାଇଥିଲା। ସେହି ପ୍ରାଇମେରୀ ସ୍କୁଲରେ ଏବେ ଚାରୋଟି କୋଠରୀ ରେ ୮ଟି କ୍ଲାସ ର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। ଗୋଟିଏ ପୁରୁଣା କୋଠା କୁ ବି ବ୍ୟବହାର କରାଯାଉଛି। ଏହାକୁ ମିଶାଇ ୫ ଟି ଶ୍ରେଣୀ କୋଠରୀ କୁହାଯାଇପାରେ। ଶିକ୍ଷକ, ଶିକ୍ଷୟିତ୍ରୀ କହିଲେ ଆଗରୁ ଥିଲେ ୧୪ ଏବେ ଆଠଟି ଶ୍ରେଣୀର ୩୯୧ ଛାତ୍ରଛାତ୍ରୀ ଙ୍କ ପାଇଁ ୭ ଶିକ୍ଷକ ରେ ଚାଳିଛି ଶିକ୍ଷାଦାନ। ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ଯୋଜନା ଉପରେ ଯୋଜନା ତିଆରି କରୁଛନ୍ତି। ହେଲେ କିଛି ଲାଭ ଖୋର ଯନ୍ତ୍ରୀ, ଠିକାଦାର ଓ ପ୍ରଶାସନିକ ଅଧିକାରୀ ମାନଙ୍କ ପାଇଁ ଯୋଉ ସ୍କୁଲ ରେ ଶ୍ରେଣୀ କୋଠରୀ ଦରକାର ଯୋଉ ସ୍କୁଲକୁ ଶିକ୍ଷକ ଶିକ୍ଷୟିତ୍ରୀ ଦରକାର ସେହି ସ୍କୁଲରେ କାମ କରାଯାଉନାହିଁ। ସେହି ସ୍କୁଲ ମାନଙ୍କରୁ ଓଲଟା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଉଛି। ଫଳରେ ସରକାରୀ ସ୍କୁଲ ରେ ପାଠ ନ ପଢ଼ାଇ ପ୍ରାଇଭେଟ୍ ସ୍କୁଲ ମାନଙ୍କରେ ପାଠ ପଢ଼ାଇବା ପାଇଁ ଲୋକେ ଏକରକମ ବାଧ୍ୟ

ହେଉଛନ୍ତି। ପ୍ରକାଶ ଯୋଗ୍ୟ ଯେ ପ୍ରତିଦିନ ସିନ୍ଧେକେଲା ରୁ ଟିଟିଲାଗଡ଼, କଣ୍ଟାବାଞ୍ଜି ରେ ଥିବା ପ୍ରାଇଭେଟ୍ ସ୍କୁଲ ମାନଙ୍କରେ ପାଠପଢିବାକୁ ଶହଶହ କୁନିକୁନି ଛାତ୍ରଛାତ୍ରୀ ଯାଇଥାନ୍ତି। ତେଣୁ ପ୍ରଶାସନିକ ଅଧିକାରୀ ମାନେ ଏ ଉପରେ ନଜର ପକେଇ ଆନୁସଙ୍ଗିକ ସୁବ୍ୟବସ୍ଥା କଲେ ସିନ୍ଧେକେଲା ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   02-Aug-2026
  ଜିଲ୍ଲା  
*ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   02-Aug-2026
  ଜିଲ୍ଲା  
ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ   02-Aug-2026
  ଜିଲ୍ଲା  
ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   01-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   01-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   01-Aug-2026
  ରାଜ୍ୟ  
‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ   01-Aug-2026
  ଜିଲ୍ଲା  
ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ   01-Aug-2026
  ଜିଲ୍ଲା  
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅବ୍ୟବସ୍ଥାର ଅଭିଯୋଗ:ଛାତ୍ରୀଙ୍କ ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ   01-Aug-2026
  ଜିଲ୍ଲା  
ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ♦️ ଆମର ଅତିତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ-ଡ.ସାକିର ହୁସେନ   01-Aug-2026
  ଜିଲ୍ଲା  
ରାସ୍ତା ଅବରୋଧ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଉମେଶ ଦାସ, ତୁରନ୍ତ ପଦକ୍ଷେପ ପାଇଁ ପ୍ରତିଶ୍ରୁତି   01-Aug-2026
  ଜିଲ୍ଲା  
ଗଣ ଇସ୍ତାହାର ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ♦️ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ   01-Aug-2026

You Might Also Like