-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
21-Aug-2024
ବୋଡ଼େନ (ରାମନାଥ ପଣ୍ଡା)
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ମଞ୍ଚ ବୋଡ଼େନ ସର୍ବୋଚ୍ଚ ନ୍ୟାୟାଳୟର ଆରକ୍ଷଣ ମନ୍ତବ୍ଯକୁ ନେଇ ପ୍ରତିବାଦ ସ୍ୱରୂପ ଭାରତ ବନ୍ଦରେ ସାମିଲ ହୋଇ ଶାନ୍ତି ଶୃଙ୍ଖଳାର ସହିତ ଭାରତ ବନ୍ଦ ପାଳନକୁ ସମର୍ଥନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ଵାରା ସଂରକ୍ଷଣ ଏବଂ ବର୍ଗୀକରଣ ଉପରେ ଦେଇଥିବା ମନ୍ତବ୍ୟକୁ ଲାଗୁ କରାଯାଇ ପାରିବ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି।ଆଜି ଯାନବାହାନ ବନ୍ଦ କରିବା ସହ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ସମର୍ଥନ ଜଣାଇ ବନ୍ଦ କରିଥିଲେ। ସଂରକ୍ଷଣ ଅଧିକାରକୁ ସର୍ବୋଚ୍ଚ ନ୍ୟାୟାଳୟ ଦ୍ଵାରା ଦୁର୍ବଳ କରିବାର ପ୍ରୟାସକୁ ଅନୁସୂଚିତ ଜାତି ଓ ଜନଜାତି ଘୋର ନିନ୍ଦା କରିବା ସହ ତୀବ୍ର ବିରୋଧ କରିଛନ୍ତି ।ଏହାର ଫଳ ସ୍ୱରୂପ ଆନ୍ଦୋଳନକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି।ମିଳିତ ମଞ୍ଚ ଦ୍ଵାରା ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ଯାଏଁ ଭାରତ ବନ୍ଦ ପାଳନ କରାଯାଇଥିଲା ।ବୋଡ଼େନ ବସ ଷ୍ଟାଣ୍ଡ ପାଖରୁ ରାଲିରେ ବାହାରି ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବୋଡ଼େନ ବି ଡି ଓ ପ୍ରିୟରଞ୍ଜନ କୁମାରଙ୍କୁ ବିଭିନ୍ନ ଦାବିନେଇ ଏକ ମେମୋ ରେଣ୍ଡମ୍ ପ୍ରଦାନ କରାଯାଇଥିଲା । ବାର ଘଣ୍ଟିଆ ବନ୍ଦକୁ ସଫଳ କରିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ମିଳିତ ମଞ୍ଚ । ବନ୍ଦ ପାଳନରେ ମିଳିତ ମଞ୍ଚ ସମ୍ପାଦକ ରାଜ ନାଗ, ମିଳିତ ମଞ୍ଚ ସଭାପତି ମଝିଆ ମାଝୀ, ସମାଜ ସେବୀ ତଥା ଆଇନଜୀବୀ ଯୋଗେନ୍ଦ୍ର ନାଥ ମାଝୀ, ନୃପରାଜ ତାଣ୍ଡି,ଭଗବାନ ମାଝୀ ପ୍ରମୁଖ ବହୂ ବୁଦ୍ଧିଜୀବୀ ଏବଂ ଅନୁସୂଚିତ ଜାତି ଓ ଜନଜାତିର ବହୁଲୋକ ଭାରତ ବନ୍ଦରେ ଯୋଗଦାନ କରିଥିଲେ ।ଉଭୟ ସର୍ବୋଚ୍ଚ ନ୍ୟାୟାଳୟ ଓ ସରକାର ପ୍ରକୃତ ନ୍ୟାୟ ପ୍ରଦାନ ନ କଲେ ଆଗାମୀ ଦିନରେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି ।