-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
21-Aug-2024
ନାକଟିଦେଉଳ(କନ୍ଦର୍ପ ବେହେରା): ନାକଟିଦେଉଳ ବନାଞ୍ଚଳ ବାଟଗାଁ ସେକ୍ସନ ଚଡ଼ଚଡି ବିଟ ଅଙ୍ଗାବିରା ଗ୍ରାମ ଜଙ୍ଗଲରେ କଲରାପତରିଆ ବାଘ ଆକ୍ରମଣରେ ଏକ ବାଛୁରୀ ଆହତ ହୋଇଥିବା ଜଣାପଡିଛି l
ବନବିଭାଗ ସୂତ୍ରରୁ ପ୍ରକାଶ ଯେ ଅଙ୍ଗବିରା ଗ୍ରାମର ଘନଶ୍ୟାମ ଗଡ଼ନାୟକଙ୍କ ବାଛୁରୀ ନିକଟସ୍ଥ ଜଙ୍ଗଲକୁ ଚରିବା ପାଇଁ ଯାଇଥିଲା l ବାଛୁରୀଟି ଚରୁଥିବା ସମୟରେ ଜଙ୍ଗଲରୁ ଆସି ଏକ କଲରାପତରିଆ ବାଘ ଆକ୍ରମଣ କରିଥିଲା । ଗାଈ ଚରାଉ ଥିବା ଗଉଡ଼ ଦେଖିବାରୁ ବାଘଟି ଆକ୍ରମଣ କରି ଜଙ୍ଗଲ କୁ ପଳାଇ ଯାଇଥିଲା l
ଦିନକୁ ଦିନ ଅଂଚଳରେ ହିଂସ୍ରଜନ୍ତୁଙ୍କ ପ୍ରାଦୁର୍ଭାବ ଯୋଗୁଁ ଗ୍ରାମ ବାସୀଙ୍କ ମଧ୍ୟରେ ଭୟ ଦେଖା ଦେଇଛି l