-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
ରାଜ୍ୟସ୍ତରୀୟ ନେତାଙ୍କୁ ନେଇ ଆଜି ଆଲୋଚନା କରିବେ ଓଡ଼ିଶା କଂଗ୍ରେସ ପ୍ରଭାରୀ । ରାଜ୍ୟ କଂଗ୍ରେସ ଭବନରେ ଦଳୀୟ ନେତା ଓ କର୍ମୀ, ଓଡ଼ିଶା ପ୍ରଭାରୀ ଡକ୍ଟର ଏ.ଚେଲାକୁମାରଙ୍କୁ ସମ୍ବର୍ଦ୍ଧନା ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି!! ଏହା ପରେ ପ୍ରଭାରୀ ରାଜ୍ୟସ୍ତରୀୟ ନେତାଙତକ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଗକୁ ତିର୍ତୋଲ ଓ ବାଲେଶ୍ୱର ସଦର ନିର୍ବାଚନ ଥିବାରୁ ଏହି ଆଲୋଚନା ବେଶ ଗୁରୁତ୍ୱ ରଖୁଛି । ସେହିପରି ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବିଧାୟଙ୍କ ସହ ଆଲୋଚନା କରିବେ ପ୍ରଭାରୀ ! ତେବେ ତାଙ୍କ ପାଇଁ ସ୍ୱାଗତ ଶୋଭାଯାତ୍ରା ଲାଗି କଂଗ୍ରେସ କରିଥିବା ଆବେଦନକୁ କମିଶନରେଟ ପୁଲିସ ଅଗ୍ରାହ୍ୟ କରିଦେଇଛି । ଆଉ ଏହାରି ଭିତରେ ପ୍ରଭାରୀ କହିଛନ୍ତି- ଓଡ଼ିଶା କଂଗ୍ରେସର ପୂର୍ବ ଗୌରବ ଫେରାଇ ଆଣିବା ଦିଗରେ ଦଳ କାମ କରିବ!