-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଲଘୁଚାପର ପ୍ରଭାବ ଆଉ ରାଜ୍ୟରେ ଅନୁଭୂତ ହେବ ନାହିଁ। ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ କମିବ। ୭ ତାରିଖ ଦିନ କିଛି କିଛି ସ୍ଥାନରେ ବର୍ଷା ହେବ। ତେବେ ଏହି ସମୟରେ ଦ୍ବୈତନଗରୀର ଆକାଶ ମେଘାଚ୍ଛନ୍ନ ରହିବ। କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ବି ହୋଇପାରେ। କିନ୍ତୁ ୮ ଓ ୯ ତାରିଖ ରାଜ୍ୟରେ ବିଶେଷ ବର୍ଷା ନାହିଁ। ୧୦ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷକରି ଉପକୂଳ ଓଡ଼ିଶାରେ ବେଶି ବର୍ଷା ହେବାର ସମ୍ଭାବନା ରହିଛି!