-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
13-Aug-2024
କର୍ଲାମୁଣ୍ଡା(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆହ୍ୱାନ ରେ" ଘରେ ଘରେ ତ୍ରିରଙ୍ଗା " କାର୍ଯ୍ୟକ୍ରମ ମଙ୍ଗଳବାର ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟ କ୍ରମରେ ଭାଜପା ଯୋରାଡଵରା ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ନବୀନ କିଶୋର ସାହୁ ଙ୍କ ନେତୃତ୍ୱରେ ଯୋରାଡଵରା ଠାରୁ କର୍ଲାମୁଣ୍ଡା ଓ କର୍ଲାମୁଣ୍ଡା ମଣ୍ଡଳ ସଭାପତି ସଂଜୟ ଜୈନ ଙ୍କ ତତ୍ତ୍ଵାବଧାନରେ ରିଷିଡା ଠାରୁ କର୍ଲାମୁଣ୍ଡା ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ହୋଇଥିଲା।ଏହି ଶୋଭାଯାତ୍ରାରେ ଯୋରାଡବରା ମଣ୍ଡଳ ସଭାପତି ଦଶରଥ ସାହୁ,ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ,ଏସି ମୋର୍ଚ୍ଚା ଜିଲ୍ଲା ସଭାପତି ଗଣେଶ କୁମାର,ଡୋଲାମଣୀ ଭୋଇ,ପୂର୍ବତନ ବ୍ଲକ ସଭାପତି ଦୟାନିଧି ସାହୁ,ବଲ୍ଲଭ ସାହୁ, ଚିତ୍ରସେନ ସାହୁ, ଗୋବିନ୍ଦ ସାହୁ,ଶିଶିର ସାହୁ, ଶୁଭ୍ରାଂଶୁ ସାହୁ,ମଣ୍ଡଳ ସାଧାରଣ ସଂପାଦକ ଗୋପିନାଥ ସାହୁ, ଲିଙ୍ଗରାଜ ସାହୁ, ଶରତ ସାହୁ ,ବୈକୁଣ୍ଠ ସାହୁ, ପୁଷ୍ପାଞ୍ଜଳି ସାହୁ ,ବନମାଳୀ ସାହୁ,ଅବନୀ ସାହୁ,ଟିକେଧର ରଣା, ଶୋଭା ସାହୁ,ବିଘ୍ନ ସାହୁ, ଙ୍କ ସମେତ ଅନେକ ଦେଶପ୍ରେମୀ ହାତରେ ଜାତୀୟ ପତାକା ଧରି ସାମିଲ ହୋଇ ଥିଲେ।