-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
13-Aug-2024
ନାକଟିଦେଉଳ (କନ୍ଦର୍ପ ବେହେରା): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ମଙ୍ଗଳବାର ଦିନ ସାମୁହିକ ଫାଇଲେରିଆ ଔଷଧ ସେବନ, ସଚେତନତା ଓ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଚେତନତା ସଭାରେ ଏନ୍ ଏସ୍ ଏସ୍ ପ୍ରୋଗ୍ରାମ୍ ଅଫିସର୍ ଡକ୍ଟର୍ ପୁଷ୍ପାଞଳି ରବନା ଫାଇଲେରିଆ ସଚେତନତା ଓ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ରେ ଏନ୍ ଏସ୍ ଏସ୍ ର ଭୁମିକା ସମ୍ପର୍କ ରେ ଆଲୋକପାତ କରିଥିଲେ ା ଉକ୍ତ ସମାରୋହ ରେ ସମ୍ମାନୀତ ଅତିଥି ଭାବରେ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସୁପରଭାଇଜର୍ ମାନବେନ୍ଦ୍ର ବସ୍ତିଆ ଓ ଜନସ୍ବାସ୍ଥ୍ୟ ଶିକ୍ଷା ଅଧିକାରୀ ଶରତ ନାୟକ ଯୋଗ ଦେଇ ଫାଇଲେରିଆ ରୋଗ ର କାରଣ ତଥା ନିରାକରଣ ବିଷୟ ରେ ବୁଝାଇଥିଲେ ା ତିନିଶହ ଜଣ ଛାତ୍ର ଛାତ୍ରୀ ସାମୁହିକ ଭାବ ରେ ଫାଇଲେରିଆ ବା ବାତଜ୍ବର ର ଔଷଧ ସେବନ କରିଥିଲେ ା ଏହି ସମାବେଶ ରେ ଅଧ୍ୟାପକ ଦେବେଶ୍ ବିଶ୍ବାଳ, ବିନୋଦ ବିହାରୀ ପ୍ରଧାନ ଓ ଶେଷଦେବ ବିଶ୍ବାଳ ସହଯୋଗ କରିଥିଲେ ା