-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ରାଜ୍ୟ

ଶ୍ରୀଶ୍ରୀ ନୃସିଂହନାଥ ପୀଠରେ ଫାଣ୍ଡି ସହ ଦିବାରାତ୍ର ପୋଲିସ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି

07-Aug-2024



ବରଗଡ଼/ପାଇକମାଲ(ନିରଞ୍ଜନ ତ୍ରିପାଠୀ)- ପଶ୍ଚିମ ଓଡିଶାର ସୁପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଶ୍ରୀଶ୍ରୀ ନୃସିଂହନାଥ ପୀଠରେ ଏକ ସ୍ଥାୟୀ ଫାଣ୍ଡି ସହ ଦିବାରାତ୍ର ପୋଲିସ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନଜର ପଡୁ ବୋଲି ଦାବି ଜଣାଉଛନ୍ତି ପର୍ଯ୍ୟଟକ। ପ୍ରତିଦିନ ହଜାର ହଜାର ସଂଖ୍ୟକ ରାଜ୍ୟ ତଥା ରାଜ୍ୟ ବାହାରରୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଶ୍ରୀଶ୍ରୀ ନୃସିଂହନାଥ ପୀଠରେ ଏକ ଫାଣ୍ଡି ନ ଥିବାରୁ ବେଳେବେଳେ ଯାତ୍ରୀ, ପର୍ଯ୍ୟଟକ ଓ ଭକ୍ତ ମାନେ ବିଭିନ୍ନ ସମସ୍ୟାରେ ପଡ଼ି ହଇରାଣ ହରକତ ହେଉଛନ୍ତି। ଗନ୍ଧମାର୍ଦ୍ଦନ ପର୍ବତମାଳା ସହ ଚିରସ୍ରୋତା ଝରଣା, ଜଳପ୍ରପାତ ଓ ଅନେକ ମନ୍ଦିର ରହିଛି। ଲୋକ ଗାଧୋଇବା ପାଇଁ ଝରଣା ନିକଟକୁ ଯାଇଥାନ୍ତି।ଶହଶହ ସଂଖ୍ୟାରେ ଦୋକାନ ବଜାର ରହିଛି, କିଣାବିକା ଚାଲିଛି । ବଣ ଭୋଜି, ବିବାହ, ବ୍ରତ, କାର୍ଯ୍ୟଘର, ସୁଦ୍ଧିକ୍ରିୟା ପ୍ରଭୃତି ସାମାଜିକ କାର୍ଯ୍ୟକ୍ରମ ହେଉ କିମ୍ବା  ଠାକୁରଙ୍କୁ ଦର୍ଶନ ପାଇଁ ହେଉ ବିଭିନ୍ନ ଅଞ୍ଚଳ ରୁ ବିଭିନ୍ନ ପ୍ରକାରର, ବିଭିନ୍ନ ବର୍ଗର ଲୋକ ଶ୍ରୀଶ୍ରୀ ନୃସିଂହନାଥକୁ ଦୈନନ୍ଦିନ ଯିବା ଆସିବା କରୁଛନ୍ତି। ଏଭଳି ଏକ ବିରାଟ ପର୍ଯ୍ୟଟନ ଅଞ୍ଚଳରେ କେବେବି କେଉଁଠି ବି ଅଘଟଣ କିମ୍ବା ଦୂର୍ଘଟଣା ଘଟିବାର ସମ୍ଭାବନା ଥିବାବେଳେ ଗଣ୍ଡଗୋଳ, ଚୋରୀ, ବଦମାସି ହେବାର ସମ୍ଭାବନା ସବୁବେଳେ ରହୁଛି।ଯଦି  କୈାଣସି ଛୋଟ ବଡ ଘଟଣା, ଗଣ୍ଡଗୋଳ କିମ୍ବା ଦୂର୍ଘଟଣା ଘଟୁଛି ତାହେଲେ ଘଟଣା ପାଇଁ ଶ୍ରୀଶ୍ରୀ ନୃସିଂହନାଥ ପୀଠ ଠାରୁ ପାଇକମାଲ ଥାନା ପ୍ରାୟ ତିନି କିଲୋମିଟର ଦୈାଡିବାକୁ ପଡୁଛି। ସେହିପରି ଶ୍ରୀଶ୍ରୀ ନୃସିଂହନାଥ ପୀଠରେ ବାର ମାସରେ ତେର ପର୍ବ ପାଳନ ହେଉଥିବାରୁ ଯାତ୍ରୀଙ୍କ ଭିଡ ମଧ୍ୟ ପ୍ରବଳ ରହୁଛି । କେବଳ ବୈଶାଖ ମେଳା କୁ ଛାଡିଦେଲେ ଅନ୍ୟ ଦିନରେ ପୋଲିସର ଦେଖାନାହିଁ। କୈାଣସି ଅଘଟଣ ହେଲେ ପାଇକମାଲ ଥାନା ଅଧିକାରୀ ବହୁ ବିଲମ୍ବରେ ପହଞ୍ଚିବା ମଧ୍ୟ ନଜିର ରହିଛି। ପାଇକମାଲ ଥାନାର ପିସିଆର ଗାଡ଼ି କେବେ ପ୍ରେଟ୍ରୋଲିଙ୍ଗରେ ନୃସିଂହନାଥ ଆସେ ନାହିଁ । ନୃସିଂହନାଥ ବୈଶାଖ ମେଳା ବୈଠକ ରେ ପୋଲିସ କଥା ଉଠିଲେ ମାଓବାଦୀଙ୍କ ବାହାନା ବାଜି କରି କଥା ଏଡ଼ାଇ ଦିଆଯାଏ । ଲୋକ ମଧ୍ୟରେ ଆଲୋଚନା ହୁଏ ଯେ ପୋଲିସ ତାଙ୍କ ବନ୍ଧୁ ପରିଜନଙ୍କୁ ନୃସିଂହନାଥ ବୁଲିବାକୁ ଆଣିଲେ ମାଓ ଭୟ ନ ଥାଏ କିନ୍ତୁ ପୋଲିସ ବ୍ୟବସ୍ଥା କଥା ଉଠିଲେ ମାଓବାଦୀ ଭୟ କଥା ଉଠେ କାହିଁକି ? ଶ୍ରୀଶ୍ରୀ ନୃସିଂହନାଥ ପୀଠ  ଭଗବାନ ଭରସାରେ ଚାଲୁଛି । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇ ଶ୍ରୀଶ୍ରୀ ନୃସିଂହନାଥ ପର୍ଯ୍ୟଟନ ପୀଠରେ ଆଇନଶୃଙ୍ଖଳା ପରିସ୍ଥିତି ସୁଧାର ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏକ ଦିବାରାତ୍ର ଫାଣ୍ଡି ସହ ପୋଲିସ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ସମେତ ପର୍ଯ୍ୟଟକମାନେ ଦାବି କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like