-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
07-Aug-2024
ପାଟଣାଗଡ଼ ( ପୁର୍ଣ୍ଣ ଶଶୀ ଶେଖର ରାଓ) ଗତ ତିନି ମାସ ର ଚାଉଳ ନ ପାଇବା ଅଭିଯୋଗ ନେଇ ଶତାଧିକ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ କୁ ଆସି ବିଡ଼ିଓ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ , ବାଗଦୋର ଗ୍ରାମପଞ୍ଚାୟତ ର ଝାକ୍ରିପାଲି ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ସେମାନେ ଗତ ତିନି ମାସ ହେଲା ଚାଉଳ ପାଇନାହାନ୍ତି । ସମସ୍ତ ରାସନ୍ କାର୍ଡ ଧାରି ଙ୍କ ଖାତା ରେ ମେ ମାସ ରେ ଚାଉଳ ଇସୁ କରିଥିଲେ ସୁଦ୍ଧା ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ଚାଉଳ ପାଇନାହାନ୍ତି । ପଞ୍ଚାୟତ କୁ ଯାଇ ଅଭିଯୋଗ କଲେ କେବଳ ଦୁଇ ମାସ ର ଚାଉଳ ଦେବୁ କହୁଛନ୍ତି ଯୋଗାଣ ସହାୟକ । ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଗୋଟେ ମାସ ର ଚାଉଳ ହେରଫେର କରିବାର ମସୁଧା ଚାଲିଛି । ଏହି ବାବଦ ରେ ଆମେ ଯୋଗାଣ ସହାୟକ ଙ୍କୁ ପଚାରି ଥିଲୁ ଯେ ତାଙ୍କ କହିବା ଅନୁଯାୟୀ , ଗତ ତିନି ମାସ ର ଚାଉଳ ଏକାଠି ଦେବୁ ଏବଂ ଆମକୁ ସେହି ହିସାବ ରେ ମଧ୍ୟ ଚାଉଳ ଆସୁଛି। କିନ୍ତୁ ଉପରୁ ଆମ ପାଖ କୁ ଚାଉଳ କଟି କି ଆସୁଥିବା ଯୋଗୁଁ ଆମକୁ ସମସ୍ତ ରାସନ କାର୍ଡ ଧାରୀ ଙ୍କୁ ଚାଉଳ ଦେବାରେ ଅସୁବିଧା ହେଉଥିବା ସେ କହିଛନ୍ତି । ଚଳିତ ମେ, ଜୁନ ଓ ଜୁଲାଇ ମାସ ରେ ତାଙ୍କ ୧୨୬ କ୍ଵିଣ୍ଟାଲ ଚାଉଳ କଟିଥିବା ସେ ସୂଚନା ଦେଇଛନ୍ତି । ଏଥିରେ ଯୋଗାଣ ବିଭାଗ ର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହା ଉପରେ ଜିଲ୍ଲାପାଳ ଦେଇ ପଦକ୍ଷେପ ଗ୍ରହଣ କରନ୍ତୁ ଗ୍ରାମବାସୀ ଦାବି କରିଛନ୍ତି।