-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
07-Aug-2024
ବରଗଡ଼/ତାଲପାଲି(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ଅଧିନସ୍ଥ ତାଲପାଲି ଠାରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ପକ୍ଷରୁ ଶ୍ରମିକ ମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପତ୍ର ସୁଲଭ ମୂଲ୍ୟରେ ପାଇବା ଲକ୍ଷ୍ୟରେ ରାଜ୍ୟସରକାର ଏକ ସୁଲଭ ମୂଲ୍ୟ ଦୋକାନ "ସ୍ମାର୍ଟ ଦୋକାନ" ଆଜି ଖୋଲିଛନ୍ତି। ଯଦ୍ୱାରା ଏହି ଦୋକାନରୁ ଅଧା ମୂଲ୍ୟରେ ନିତ୍ୟବ୍ୟବହାର୍ଯ୍ୟ ସଉଦା ପାଇ ପାରିବେ।ଏ ଅବସରରେ ବିଜେପିର ବରିଷ୍ଠ ମହିଳା ନେତ୍ରୀ ଶ୍ରୀମତୀ ଝରଣା ପାଣିଗ୍ରାହୀ ଏଇ ସୂଲଭ ମୂଲ୍ୟ ସ୍ମାର୍ଟ ଦୋକାନ କୁ ନିଜ କରକମଳରେ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଅଞ୍ଚଳର ଅନେକ ମହିଳା ପୁରୁଷ ଶ୍ରମିକ ଯୋଗଦାନ କରିବା ସହ ଖୁବ୍ ଉତ୍ସାହିତ ହୋଇଥିବା ଜଣାଯାଏ।