-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଜିଲ୍ଲାରେ କମୁନି ଭିଜିଲାନ୍ସ ଚଢାଉ । ଜଣଙ୍କ ପରେ ଜଣେ ଅଧିକାରୀ ହେଉଛନ୍ତି ଭିଜିଲାନ୍ସର ଶିକାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଜି ପୁଣି ଜଣେ ଅଧିକାରୀଙ୍କ ଘରେ ଓ କାର୍ଯ୍ୟାଳୟରେ ଏକକାଳୀନ ଚାଲିଛି ଚଢାଉ ।
ପୁଇଁତଲା ବ୍ଲକର ପଞ୍ଚାୟତ ଅଧିକାରୀଙ୍କ ଘରେ ଓ ସରକାରୀ କାର୍ଯ୍ୟାଳୟରେ ଏକ କାଳୀନ ଚଢାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଥିବାର ଭିଜିଲାନ୍ସ କହିଛି। ବରଗଡ ଓ ସମ୍ବଲପୁର ଭିଜିଲାନ୍ସ ଟିମ ମିଳିତ ଭାବେ ଏହି ଚଢାଉ କରୁଛନ୍ତି।
ପଞ୍ଚାୟତ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍
ବଲାଙ୍ଗୀର ଶାନ୍ତିପଡା ସ୍ଥିତ ପଞ୍ଚାୟତ ଅଧିକାରୀଙ୍କ ବାସଭବନ ଓ ତାଙ୍କ ସରକାରୀ କାର୍ଯ୍ୟାଳୟ ପୁଇଁତଲା ବ୍ଲକରେ ଏହି ଚଢାଉ ଜାରି ରହିଛି। ସେପଟେ ତାଙ୍କ ଘରୁ ବିଭିନ୍ନ ଜମିଜମା କାଗଜ ପତ୍ର, ସୁନା ଗହଣା, ନଗଦ ଟଙ୍କା ଜବତ ହୋଇଥିବା ବେଳେ ଏ ସବୁର ଆକଳନ ଜାରି ରହିଥିବା ଭିଜିଲାନ୍ସ କହିଛି।
ସମାନ ଭାବରେ ଅଭିଯୁକ୍ତଙ୍କ ଆଲିସାନ ଦୁଇ ମହଲା ଘରର ମଧ୍ୟ ଭିଜିଲାନ୍ସ ଆକଳନ କରିଥିବାର କହିଛି। ତେବେ ଚଢାଉ ଶେଷ ହେବା ପରେ ସେ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ତାର ହିସାବ ମିଳିବ ବୋଲି ଭିଜିଲାନ୍ସ କହିଛି।
ଅନ୍ୟପଟେ ଅଭିଯୁକ୍ତ ଅଧିକାରୀ ସବୁ ଦୋଷକୁ ଅସ୍ବୀକାର କରିଥିବା ବେଳେ କେହି ଇର୍ଷା ପରାୟଣ ହୋଇ ତାଙ୍କ ନାଁରେ ଅଭିଯୋଗ କରିଥିବାର କହିଛନ୍ତି।