-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
04-Aug-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା, ଉଲୁଣ୍ଡା ବ୍ଲକ, ମହଦା ପଂଚାୟତ ସ୍ଥିତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ କ୍ୟାବିନେଟ ମନ୍ତ୍ରୀ ମାନଙ୍କ ଶପଥପାଠ ଉତ୍ସବ ଆୟୋଜିତ ହୋଇଯାଇଛି l ବିଦ୍ୟାଳୟ ରେ ଶୃଙ୍ଖଳା ରକ୍ଷା ସହ ସର୍ବୋପରି ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରି ବିଭିନ୍ନ କ୍ଷେତ୍ର ରେ ବିଦ୍ୟାଳୟ ର ସୁନାମ ଅର୍ଜନ କୁ ଆଖି ଆଗରେ ରଖି ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ କ୍ୟାବିନେଟ ଗଠିତ ହୋଇ ଯାଇଛି l
ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଶ୍ରେଣୀ ଛାତ୍ର ଶ୍ରୀମାନ ଦିବ୍ୟାଂଶୁ ପଧାନ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ କୁମାରୀ ନମ୍ରତା ଭୋଇ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି l ଶିକ୍ଷା ବିଭାଗ କ୍ୟାବିନେଟ ଭାବେ ସୁନିତା ସାହୁ, ଉପମନ୍ତ୍ରୀ ଭାବେ ଯୋଗେଶ ପଧାନ, ସ୍ୱାସ୍ଥ୍ୟ ବିଭାଗ କ୍ୟାବିନେଟ ଭାବେ ଆଶୁତୋଷ ମହାପାତ୍ର, ଉପମନ୍ତ୍ରୀଭାବେ ମାମାଲି ସେଠୀ, କ୍ରୀଡା ଓ ସଂସ୍କୃତି ବିଭାଗ କ୍ୟାବିନେଟ ମନ୍ତ୍ରୀ ଭାବେ ନିତୁଶ୍ରୀ ସାହୁ, ଉପମନ୍ତ୍ରୀ ଭାବେ ଅବିନାଶ କୁମ୍ଭାର, ପରିବେଶ ବିଭାଗ କ୍ୟାବିନେଟ ମନ୍ତ୍ରୀ ଭାବେ ତରଣୀ ପଧାନ, ଉପମନ୍ତ୍ରୀ ଭାବେ ଅଙ୍କିତା ବେହେରା, ଖାଦ୍ୟ ବିଭାଗ କ୍ୟାବିନେଟ ମନ୍ତ୍ରୀ ଭାବେ ଭବାନୀ ପଧାନ, ଉପମନ୍ତ୍ରୀ ଭାବେ ସନତ ପଧାନ ଏବଂ ସୂଚନା ଓ ପ୍ରସାରଣ କ୍ୟାବିନେଟ ମନ୍ତ୍ରୀ ଭାବେ ରାହୁଲ ପଧାନ ଏବଂ ଉପମନ୍ତ୍ରୀ ଭାବେ ଶ୍ରୀୟା ବେହେରା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି l ଅଷ୍ଟମ ଶ୍ରେଣୀ ଛାତ୍ର ଥବିର ବେହେରା ରାଜ୍ୟପାଳ ଙ୍କ ଭୂମିକା ତୁଲାଇ ନବ ନିର୍ବାଚିତ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରେଇଛନ୍ତି
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ସହକାରୀ ଶିକ୍ଷକ ନରେନ୍ଦ୍ର ନାଗ ସ୍ୱାଗତ କରିଥିବା ବେଳେ ଭରତ ହରିପାଲ ଧନ୍ୟବାଦ ପ୍ରଦାନ କରିଥିଲେ l ଅନ୍ୟତମ ସହକାରୀ ଶିକ୍ଷକ ଅଚ୍ୟୁତ ରଣା ମନ୍ତ୍ରୀ ମଣ୍ଡଳ ର ଆଭିମୁଖ୍ୟ ଉପରେ ବିଶଦ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ ରେ ବରିଷ୍ଠ ସହକାରୀ ଶିକ୍ଷକ ଶିବରାମ ଚାନ୍ଦ, ଦିଲ୍ଲୀପ କୁମାର ପଣ୍ଡା ଓ ଆର୍ଟ ଶିକ୍ଷକ ସତ୍ୟନାରାୟଣ ମେହେର ସହଯୋଗ କରିଥିଲେ l