-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
କଲାହାଣ୍ଡି:କୋକସରା(ତ୍ରିନାଥ ବେଶ୍ର।)-କଲାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ଠାରୁ ପ୍ରାୟ ଏକ କିଲୋମିଟର ଦୁରକୁ ଗଲେ ଦେଖିବାକୁ ମିଳେ ଏହି ପର୍ଯ୍ୟଟନିସ୍ଥଳୀ କରକ ।ଏଠାରେ ବିଭିନ୍ନ ଦୁର ଦୁରାନ୍ତରୁ ଲୋକମାନେ ବଣ ଭୋଜି କରିଆସି ଆନନ୍ଦର ସହିତ ଉପଭୋଗ କରିଥାନ୍ତି l
ଆଜି କାଉଡେଲା, ବଡ଼ପୋଡ଼ା ଗୁଡ଼ା, ଆମପାଣି ଗ୍ରାମର ଶତାଧିକ ଲୋକ ପିକନିକ ପାଇଁ ଆସିଥିବା ଦେଖିବାକୁ ମିଳିଥିଲା । ଏହି ସ୍ଥଳକୁ ଯିବାପାଇ ଠିକ ରାସ୍ତା ନାହିଁ, ଏଥିପ୍ରତି ଯଦି ସରକାର ଧ୍ୟାନ ଦିଅନ୍ତେ ଓ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରନ୍ତେ ତାହାହେଲେ ପର୍ଯ୍ୟଟକ ମାନେ ଆହୁରି ଆକୃଷ୍ଟ ହୋଇପାରନ୍ତେ ବୋଲି ଆସିଥିବା ପର୍ଯ୍ୟଟକ ଚନ୍ଦ୍ର ବେଶ୍ରl, ଲକ୍ଷୀଧର ବେଶ୍ରା ଓ ଶରତ ନାଏକ, ଗୁଣ୍ଡିଚା ଦେଇ, ତୁଳସୀ ଦେଇ ପ୍ରମୁଖ ମତପ୍ରକାଶ କରିଥିଲେ l ଏଠାରେ ଭଲ ରାସ୍ତା ଟିଏ ନିର୍ମାଣ ପାଇଁ ସରକାରଙ୍କ ଠାରେ ଦାବି କରାଯାଇଛି l