-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||      ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   (28-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   (28-Aug-2026)       ||      ୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   (28-Aug-2026)       ||      ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   (28-Aug-2026)       ||      କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   (28-Aug-2026)       ||      *ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   (27-Aug-2026)       ||      *ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   (27-Aug-2026)       ||      ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   (27-Aug-2026)       ||     

HOME   ଜିଲ୍ଲା

କଳାହାଣ୍ଡି ଜିଲ୍ଲା ଭୀମକେଲ ଇତିହାସ ର କଥାକହେ

30-Dec-2020



କଳାହାଣ୍ଡି :ନର୍ଲା(ସଞ୍ଜୀବ ଦାସ) କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ଏକ ଐତିହାସିକ ପ୍ରତ୍ନତାତ୍ବିକ ଗ୍ରାମ ଭାବେ ପରିଗଣିତ ହୋଇଥାଏ । ଐତିହାସିକ ଦୁର୍ଗ ଅସୁରଗଡର ଉତ୍ତର ପଶ୍ଚିମରେ ଅବସ୍ଥିତ ଭୀମକେଲାରେ ଗ୍ରାନାଇଟ ପଥରରେ ଖୋଦିତ କାରୁକାର୍ଯ୍ୟ ବିଶିଷ୍ଟ ଭଗବାନ ବିଷ୍ଣୁଙ୍କ ପ୍ରତିମା ଅବସ୍ଥିତ । ଚତୁର୍ଦ୍ଧା ବିଗ୍ରହକୁ ଅବଲୋକନ କଲେ ପ୍ରତିମାଟି ସମଭଙ୍ଗ ମୁଦ୍ରାରେ ଉପରିସ୍ଥ ବାମ ହସ୍ତରେ ଚକ୍ର,ନିମ୍ନସ୍ଥ ବାମ ହସ୍ତରେ ଗଦା,ଡାହାଣ ହସ୍ତଟି ଅଭୟ ମୁଦ୍ରାରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ଦେଖାଯାଏ । ମୂର୍ତ୍ତିର ଉପରିସ୍ଥ ଡାହାଣ ହସ୍ତଟି ଭଗ୍ନାବସ୍ଥାରେ ଅଛି । ଏହି ପ୍ରତିମାଟି ଗୁପ୍ତ ଯୁଗୀୟ ଖ୍ରୀଷ୍ଟାବ୍ଦ ୫ମରୁ ଷଷ୍ଠ ଶତାବ୍ଦୀର ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି । ଗୁପ୍ତ ଯୁଗର ପ୍ରାରମ୍ଭିକ କାଳରେ ମନ୍ଦିର ମାନଙ୍କର କେବଳ ଗର୍ଭଗୃହ ରହୁଥିଲା ଓ ସମତଳ ଛାତ ବିଶିଷ୍ଟ ହେଉଥିଲା ଏଣୁ ଭଗ୍ନାବଶେଷ ମନ୍ଦିରଟି ଗୁପ୍ତ ଯୁଗୀୟ ପ୍ରାରମ୍ଭିକ ପର୍ଯ୍ୟାୟର ହୋଇଥିବା ଅନୁମାନ କରାଯାଏ । ପୁରାତନ ମନ୍ଦିର ସ୍ଥାନରେ ପଥର ମଣ୍ଡପ ଉପରେ ଗ୍ରାମର ସ୍ୱର୍ଗତ ନନ୍ଦ ରଣାଙ୍କ ସହଯୋଗରେ ଏକ ମନ୍ଦିର ଓ ସମ୍ମୁଖରେ ସମତଳ ଛାତ ନିର୍ମିତ କରାଯାଇଛି

ମନ୍ଦିର ନିର୍ମାଣ ସମୟରେ ମଧ୍ୟ ମାଟି ଖୋଳା ଯାଉଥିବା ବେଳେ କାରୁକାର୍ଯ୍ୟ ପୂର୍ଣ୍ଣ ଏକ ସୁନ୍ଦର ଫୁଲ ଚିତ୍ର ଅଙ୍କିତ ଏକ ପଥର ଉଦ୍ଧାର ହୋଇଛି । ଯାହାକି ପୂର୍ବରୁ ପଥର ଦେହରେ ତିଆରି ହୋଇଥିବା ମନ୍ଦିରର ଭିତର ଛାତ ଉପର ଏକ ପଥର ଖଣ୍ଡ ଅନୁମାନ କରାଯାଉଛି । ବର୍ତମାନ ସମୟରେ ଗ୍ରାମର ଆରଧ୍ୟ ଦେବତା ବା ବୁଢ଼ାରଜା ନାମରେ ଏଠାକାର ଆଦିମ ଅଧିବାସୀ କନ୍ଧ ସମ୍ପ୍ରଦାୟର ଲୋକଙ୍କ ଦ୍ଵାରା ପୂଜାର୍ଚ୍ଚନା ହୋଇଆସୁଛି । ଏଠାକାର ଲୋକ କଥା ଅନୁସାରେ ଅନେକ ବର୍ଷ ତଳେ ବାହାର ଅଞ୍ଚଳର କିଛି ଦୁବୃର୍ତ୍ତ ଅର୍ଦ୍ଧରାତ୍ରୀରେ ଉକ୍ତ ମୂର୍ତ୍ତିଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ ତେବେ ଗାଁର କିଛି ଭକ୍ତମାନଙ୍କୁ ଭଗବାନ ସ୍ୱପ୍ନାଦେଶ ଦେଇ ଡାକ ପକାଇବା ଯୋଗୁଁ ଗାଁ ଲୋକେ ଉଠି ଆସିବା ଜାଣି ଚୋରମାନେ ସ୍ଥାନ ଛାଡି ପଳାଇ ଯାଇଥିବା ଶୁଣାଯାଏ ।
ଏହି ଐତିହାସିକ ପୀଠ ବ୍ୟତିତ ଗାଁର ପୂର୍ବ ଭାଗରେ ସାନ୍ଦୁଲ ନଦୀର ଅବବାହିକାରେ ଅନେକ ପୂରାତନ ଖପୁରୀ, ଭଙ୍ଗାରୁଜା ମାଟି ପାତ୍ର, ପୁରୁଣା ଘରକଣା ଜିନିଷ,ପଥର ମାଳି,ଛୋଟ ମୁଗୁନି ପଥରରେ ନିର୍ମିତ ନାରୀ ପ୍ରତିମା , କାରୁକାର୍ଯ୍ୟ ବିଶିଷ୍ଟ ଭଗବାନ ବିଷ୍ଣୁଙ୍କ ଦଣ୍ଡାୟମାନ ଛୋଟ ଭଗ୍ନାବଶେଷ ମୂର୍ତ୍ତି ଗ୍ରାମର ଲୋକମାନେ ଉଦ୍ଧାର କରିଥିବାରୁ ଭବାନୀପାଟଣାର ବିଶିଷ୍ଟ ସାମ୍ବାଦିକ, ଗବେଷକ ଉମାଶଙ୍କର କରଙ୍କ ଲିଖିତ କଳାହାଣ୍ଡିର କଥା ପୁସ୍ତକରୁ ଏହି ସ୍ଥାନକୁ ତ୍ରାମାଂଶୁ ସଂସ୍କୃତିର ଅବଶେଷ ବୋଲି ବିବେଚନା କରାଯାଏ । ଗ୍ରାମରେ ପାଟ ଦେଓ ଲୋକ ଦେବତାଙ୍କ ନାମକରଣରୁ ପାଟବନ୍ଧ (ପୋଖରୀ) ରାଣୀଙ୍କ ଠାରୁ ରାଣୀ ବନ୍ଧ,ବିଷ୍ଣୁ ପ୍ରତିମାଙ୍କ ଭୋଗ ଲାଗିବା ପୂର୍ବରୁ ଭୋଗ ପାଉଥିବା ମା ବିମଳାଙ୍କ ମନ୍ଦିର ଯାହା ବିମଲାକ୍ଷୀ ଦେବୀ,ବସ୍ତର ଅଞ୍ଚଳରୁ ଆସି ଗାଁରେ ପୂଜା ପାଉଥିବା ବସ୍ତରେନ ଦେବୀ,କାଳିକା, କଳାପାହାଡ଼,ମଙ୍ଗଳା,ଧରଣୀ ସହ ଶ୍ରୀ ରାମେଶ୍ବର ମହାଦେବଙ୍କ ମନ୍ଦିର ଏଠାରେ ଶୋଭାପାଉଛି ।

କେନ୍ଦ୍ର ସରକାରଙ୍କ ପ୍ରତ୍ନତାତ୍ବିକ ବିଭାଗ ପକ୍ଷରୁ ଏହି ବିଷ୍ଣୁପୀଠର ସୁରକ୍ଷା ଦୃଷ୍ଟିରୁ ୨୦୧୩/୧୪ ବର୍ଷ ରେ ଏଠାରେ ପାଚେରୀ ନିର୍ମାଣ ସାଙ୍ଗକୁ ଭୋଗ ରୋଷେଇ ଘର ନିର୍ମାଣ କରାଯାଇଛି । ତେବେ ପବିତ୍ର ପୀଠରେ ପ୍ରତ୍ନତାତ୍ବିକ ଖନନ, ଗବେଷଣା, ଆନୁସଙ୍ଗିକ ଶ୍ରୀବୃଦ୍ଧି ନିମନ୍ତେ ବାଟିକା ନିର୍ମାଣ ସହ ଲୋକ ଲୋଚନକୁ ଆଣିବା ପାଇଁ ଯେତିକି ପ୍ରଚେଷ୍ଟା ରହିବା ଦରକାର ତାହା ହେଉ ନ ଥିବାରୁ ଲୋକଲୋଚନର ଆଢ଼ୁଆଳରେ ରହିବା ଯୋଗୁଁ ପୀଠର ମର୍ଯ୍ୟାଦା ରକ୍ଷା ହୋଇ ପାରୁନି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   28-Aug-2026
  ଜିଲ୍ଲା  
ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   28-Aug-2026
  ଜିଲ୍ଲା  
ବିରଳ ପ୍ରଜାତିର କଇଁଛ ଉଦ୍ଧାର   28-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   28-Aug-2026
  ଜିଲ୍ଲା  
ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   28-Aug-2026
  ରାଜ୍ୟ  
ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   28-Aug-2026
  ଜିଲ୍ଲା  
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ   28-Aug-2026
  ଜିଲ୍ଲା  
ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   28-Aug-2026

You Might Also Like