-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ବଲାଙ୍ଗିର, (ପ୍ରେରଣା ଖବର) - ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି, ଉପଦେଷ୍ଟା, ଓଡିଶା ସାମ୍ବାଦିକ ୟୁନିଅନର ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର (63)ଙ୍କ ଆଜି ମଧ୍ୟାହ୍ନ ବାର ଟl ସମୟରେ ପରଲୋକ ଘଟିଛି l ସେ କିଛି ଦିନ ହେଲା ନିମୋନିଆ ରୋଗ ରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ l ଦୀର୍ଘ ଦିନର ଅସୁସ୍ଥତା ପରେ ସମ୍ବଲପୁରର ଘରୋଇ ନର୍ସିଂ ହୋମ୍ ଆରୋଗ୍ୟମ୍ ରେ କିତ୍ସାଧିନ ଅବସ୍ଥାରେ ଆଜି ତାଙ୍କ ପରଲୋକ ଘଟିଛି ା ଶଙ୍କର ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ା ଆଜି ରାତି ପ୍ରାୟ 8 ସମୟରେ ଦିବଙ୍ଗତ ସାମ୍ବାଦିକ ଶ୍ରୀ ମିଶ୍ରଙ୍କ ପାର୍ଥିବ ଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ରୁ ବଲାଙ୍ଗିର ସ୍ଥିତ ତାଙ୍କ ଚନ୍ଦ୍ରଶେଖର ନଗର ବାସଭବନକୁ ଅଣା ଯାଇଥିଲା l ପ୍ରଥମେ ଶ୍ରୀ ମିଶ୍ରଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ଜିଲ୍ଲା ସାମ୍ବାଦିକ ଭଵନକୁ ଅଣା ଯାଇଥିଲା l ସେଠାରେ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା, ଅନ୍ୟ କାର୍ଯ୍ୟରତ ସାମ୍ବାଦିକ ଓ ମାନ୍ଯଗଣ୍ଯ ବ୍ଯକ୍ତି ମାନଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ମରଶରୀର ସ୍ଵର୍ଗତ ମିଶ୍ରଙ୍କ ବାସଭବନ ରେ ପହଞ୍ଚିଲା ପରେ ସେଠାରେ ମଧ୍ୟ ଏକ ଭାବବିହ୍ବଳ ପରିବେଶ ସ୍ରୁଷ୍ଟି ହୋଇଥିଲା l ନିଜର ଦୁଇ ଝିଅ ଓ ସ୍ତ୍ରୀ ଙ୍କ କାନ୍ଦବୋବାଳି ରେ ଘର ଫାଟି ପଡୁ ଥିଲା l
ବିଭୂତି ପଡl ସ୍ମଶlନ ଘାଟ ଠାରେ ଶ୍ରୀ ମିଶ୍ରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ଶେଷକୃତ୍ୟ ସମୟରେ ନିଜର ପରିବାର ସଦସ୍ୟଙ୍କ ସହ ଜିଲ୍ଲା ସାମ୍ବାଦିକ ସଂଘର ହରିନାରାୟଣ ପୁଝାରୀ, ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବିଜନ ନାୟକ, ଓ ୟୁ ଜେ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରିତୁ ରାଜ ସିଂହ ପ୍ରମୁଖ ଉପସ୍ଥିତ ଥିଲେ l