-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||     

HOME   ମହାନଗର

କୁଳମଣି ବିଶ୍ଵାଳଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ "ପ୍ରତିବିମ୍ବ" ଉଦଘାଟିତ

02-Aug-2024



ନୂଆଦିଲ୍ଲୀ:  ଏଠାକାର ହାବିଟାଟ୍ ସେଣ୍ଟର ସ୍ଥିତ ଓପନ ପାମ କୋର୍ଟ ଗ୍ୟାଲେରୀ ଠାରେ ବରିଷ୍ଠ ପ୍ରଶାସକ କୁଳମଣି ବିଶ୍ଵାଳଙ୍କ ଦ୍ଵାରା ଆୟୋଜିତ "ପ୍ରତିମ୍ବିବ" ଶୀର୍ଷକ ଚିତ୍ର ପ୍ରଦର୍ଶନୀ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି। ଅଗଷ୍ଟ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଶ୍ରୀ ବିଶ୍ବାଳଙ୍କ ଦ୍ଵାରା ଅଙ୍କା ଯାଇଥିବା ୪୦ ଟି ବଛା ବଛା ଛବି ପ୍ରଦର୍ଶନ କରାଯାଉଛି। ବହୁବିଧ ବିଷୟ ବସ୍ତୁକୁ ଆଧାର କରି ଅଙ୍କାଯାଇ ଥିବା ଏହି ଚିତ୍ର ଗୁଡ଼ିକ ମଧ୍ୟରେ ଶାନ୍ତି ଦୂତ ଗୌତମ ବୁଦ୍ଧ, ନ୍ୟାୟର ସର୍ବୋଚ୍ଚ ମନ୍ଦିର ସୁପ୍ରିମ କୋର୍ଟ, ମାନବବାଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରାଚୂର୍ଯ୍ୟ ଭରା ପ୍ରକୃତି ଏବଂ ସର୍ବଗୁଣ ସମ୍ପନ୍ନା ନାରୀ ଆଦି ପ୍ରସଙ୍ଗକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିବା ଲକ୍ଷ୍ୟ କରାଯାଇଥିଲା। ଅଗଷ୍ଟ ୧ ତାରିଖର ପ୍ରଦର୍ଶନୀର ଉଦଘାଟନୀ ଅଧିବେଶନରେ ଉଦ୍ୟୋଗ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି, ସାଂସଦ, ସୁନାମଧନ୍ୟ ଚିତ୍ରକାର ବୃନ୍ଦ ଏବଂ ଶତାଧିକ କଳା ପ୍ରଶଂସକ ଯୋଗ ଦେଇଥିବା ଦେଖା ଦେଇଥିଲା। ଜାତୀୟ ରାଜଧାନୀର ପ୍ରତିଷ୍ଠିତ ସାଂସ୍କୃତିକ ସମାଲୋଚକ ଏବଂ ଚିତ୍ର କଳା କ୍ଷେତ୍ରର ଜଣାଶୁଣା ବିଶେଷଜ୍ଞମାନେ ଶ୍ରୀ ବିଶ୍ଵାଳଙ୍କର "ପ୍ରତିମ୍ବିବ" ପ୍ରଦର୍ଶନୀକୁ ବେଶ ଉଚ୍ଚ କୋଟିର ମାନ୍ୟତା ପ୍ରଦାନ କରୁଥିବା ଜଣାଯାଇଛି। 

ଜଣେ ବହୁ ଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରୀ କୁଳମଣି ବିଶ୍ଵାଳ ତାଙ୍କର ଜୀବନ ଯାତ୍ରାରେ ବେଶ ପ୍ରସିଦ୍ଧି ଓ ପ୍ରଶସ୍ତି ଲାଭ କରିଛନ୍ତି। ପେଶାରେ ଜଣେ କଷ୍ଟ ଏକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ବିଶ୍ଵାଳ, ଏମ.ସି.ଏଲ ଓ ଏନ.ଟି.ପି.ସି ଭଳି ବୃହତ୍ ସରକାରୀ ସଂସ୍ଥାନ ମାନଙ୍କର ବିତ୍ତ ନିର୍ଦ୍ଦେଶକ ପରି ଉଚ୍ଚ ପଦବୀରେ ଆସୀନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜର ବୃତ୍ତିରେ ଉଲ୍ଲେଖଯୋଗ୍ୟ ସାଫଲ୍ୟ ଅର୍ଜନ କରିବା ସାଙ୍ଗକୁ ଶ୍ରୀ ବିଶ୍ଵାଳ ଜଣେ ସ୍ଵଭାବ କବି, ସରସ ଚିତ୍ରକାର ଏବଂ ସୁମଧୁର କଣ୍ଠଶିଳ୍ପୀ ଭାବେ ମଧ୍ୟ ବେଶ ପ୍ରତିଷ୍ଠା ଅର୍ଜନ କରିଛନ୍ତି। 

ପ୍ରଦର୍ଶନୀ ବାବଦରେ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, " ଫାଇନାନ୍ସ ଓ ମ୍ୟାନେଜମେଣ୍ଟ ମୋର ପେଶା ହୋଇଥିବା ବେଳେ ଚିତ୍ରକାରିତା ଓ ପଦ୍ୟ ଲିଖନ ପ୍ରତି ମୋର ବହୁତ ବଡ ସୌକ ରହିଛି। ମୁଁ ସଦାସର୍ବଦା ମୋର ପେଶା କ୍ଷେତ୍ରରେ ଉତ୍କୃଷ୍ଟତା ହାସଲ  କରିବା ଦିଗରେ ଧ୍ୟାନ ଦେଉଥିଲେ ହେଁ, ମୋର ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଚିତ୍ର ଆଙ୍କିବା ଓ କବିତା ଲେଖିବା ଦିଗରେ ମନୋନିବେଶ କରିଥାଏ। ପିଲା ବେଳରୁ ହିଁ ଚିତ୍ର ଆଙ୍କିବା ଏବଂ ଓଡ଼ିଆ ସାହିତ୍ୟ ପ୍ରତି ମୋର ଆଗ୍ରହ ରହି ଆସିଛି। ବିଶେଷ କରି ବିଖ୍ୟାତ ଓଡ଼ିଆ କବି ମାନଙ୍କର କାଳଜୟୀ କବିତା ଓ କାବ୍ୟ ଗୁଡ଼ିକୁ ପଢିବାକୁ ମତେ ବହୁତ୍ ଭଲ ଲାଗେ। ପ୍ରାକୃତିକ ପରିବେଶର ସୋନ୍ଦର୍ଯ୍ୟକୁ ଆଧାର କରି ଚିତ୍ର ଆଙ୍କିବାକୁ ମୁଁ ଖୁବ ପସନ୍ଦ କରେ। ଗୌତମ ବୁଦ୍ଧ, ମହାତ୍ମାଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମହିମା ମଣ୍ଡିତ ବ୍ୟକ୍ତିତ୍ଵ ଦ୍ଵାରା ମୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଣୁ ସ୍ଵାଭାବିକ ଭାବେ ମୋର

ଅଧିକାଂଶ ଚିତ୍ର ଏହି ମହାପୁରୁଷ ମାନଙ୍କର ନୀତି ଓ ଆଦର୍ଶକୁ କେନ୍ଦ୍ର କରି ହିଁ ଅଙ୍କା ଯାଇଛି। ମୁଁ ପ୍ରଚଳିତ ସାମାଜିକ ବ୍ୟବସ୍ଥା ଉପରେ ମଧ୍ୟ ଚିତ୍ର ଆଙ୍କିଛି। ବୁଦ୍ଧମ୍ ଶରଣଂ ଗଛାମି, ଅଭିସାରିକା, ପ୍ରତିମ୍ବିବ, ନୈନିତାଲ ଓ ଅଂଶୁପା ଆଦି ମୋର କିଛି ଚିତ୍ରର ସାଜ୍ଞା। ମୋର ଦୃଢ଼ ବିଶ୍ୱାସ ଯେ ଉତ୍ସର୍ଗୀକୃତ ସାଧନା ଏବଂ ଗଭୀର ଇଚ୍ଛାଶକ୍ତି ବଳରେ ଜଣେ ସାଧାରଣ ମଣିଷ ଯାହା ବି ଚାହିଁବ ତାହା କରି ପାରିବ। ଏକଲବ୍ୟଙ୍କ ଭଳି କୌଣସି ଆନୁଷ୍ଠାନିକ ତାଲିମ ନଥାଇ ବି ଜଣେ ପକ୍କା ଅର୍ଥ ବିଶେଷଜ୍ଞଙ୍କ ପକ୍ଷରେ ଜଣେ ଆଗଧାଡିର ଚିତ୍ରକାର ବା ଉଚ୍ଚ କୋଟୀର କବି ବନିବା କିଛି ଅସମ୍ଭବ ବ୍ୟାପାର ନୁହେଁ।"

ଶ୍ରୀ ବିଶ୍ବାଳଙ୍କର ଅନନ୍ୟ ଓ ଅସାମାନ୍ୟ କଳାକୃତିର ସ୍ତୁତି ଗାନ କରି ପ୍ରଦର୍ଶନୀର ଉଦଘାଟକ ଓ ମୁଖ୍ୟ ଅତିଥି ଆଇ.ସି.ସି. ଆର ର ଉପସଭାପତି ଅଦ୍ଵୈତ ଗଡ଼ନାୟକ, ଶ୍ରୀ ବିଶ୍ଵାଳଙ୍କ ଅଙ୍କନରେ ପ୍ରକୃତି ଏବଂ ମାନବର ଭାବ ଭଙ୍ଗୀକୁ ବେଶ ଜୀବନ୍ତ ଓ ପ୍ରାଞ୍ଜଳ ଭାବରେ ଦର୍ଶାଯାଇଛି ବୋଲି ଉଲ୍ଲେଖ କରିଥିଲେ। ବିଶିଷ୍ଟ ଅତିଥି ଯାଜପୁରର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା, ଶ୍ରୀ ବିଶ୍ଵାଳ ଜଣେ ପାରଙ୍ଗମ ପ୍ରଶାସକ ହୋଇଥିଲେ ମଧ୍ୟ କଳା କ୍ଷେତ୍ରରେ ତାଙ୍କର ସାଧନା ଓ ସିଦ୍ଧି ତାଙ୍କୁ ମହାନ୍ କରିଥିବା ଦର୍ଶାଇଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସୁନାମଧନ୍ୟ ଚିତ୍ରକର ଯତୀନ ଦାସ, ବୈଦେଶିକ ବିଭାଗର ପୂର୍ବତନ ସଚିବ ଅମରେନ୍ଦ୍ର ଖଟ୍ଟୁଆ, ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା.ଓ.ସୋ) ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଏବଂ ପି.ଜି.ସି.ଆଇ.ଏଲରକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ୱାଇ.ଭି.ଦୀଖିଲ୍ ପ୍ରମୁଖ ଶ୍ରୀ ବିଶ୍ବାଳଙ୍କର ସୃଜନଶୀଳ ପ୍ରତିଭା ଓ ଅସାଧାରଣ ପାରଦର୍ଶିତାକୁ ଭୂରି ଭୂରି ପ୍ରଶଂସା କରୁଥିଲେ।  

ପ୍ରଦର୍ଶନୀର ଅଦ୍ଭୁତପୂର୍ବ ଲୋକପ୍ରିୟତା ନେଇ ନିଜର କୃତଜ୍ଞତା ପ୍ରକାଶ କରି କୁଳମଣି ବିଶ୍ଵାଳ, ଏକ ମହତ୍ ଉଦ୍ଦେଶ୍ୟରେ ଏହାକୁ ଆୟୋଜନ କରାଯାଇଥିବା ଦର୍ଶାଇଥିଲେ। ଏଠାରେ ପ୍ରଦର୍ଶିତ ଚିତ୍ର ଗୁଡ଼ିକର ବିକ୍ରୟରୁ ହେବାକୁ ଥିବା ଆୟ କୁ ସେ ପୋଷ୍ୟ ଭାବେ ଗ୍ରହଣ କରିଥିବା ନିଜ ଗ୍ରାମର ଏକ ବିଦ୍ୟାଳୟର ବିକାଶ ଓ ଗରିବ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ବୃତ୍ତି ପ୍ରଦାନ କରାଯିବାରେ ବିନିଯୋଗ କରାଯିବ ବୋଲି ଶ୍ରୀ ବିଶ୍ଵାଳ କହିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଭେଲର ପୂର୍ବତନ ନିର୍ଦ୍ଦେଶକ ପି.କେ. ବାଜପେୟୀ, ଓ.ଏନ.ଜି.ସିର ପୂର୍ବତନ ନିର୍ଦ୍ଦେଶକ ଡି. ଡି ମିଶ୍ର, ଶ୍ରୀ ବିଶ୍ବାଳଙ୍କର ପତ୍ନୀ ଶ୍ରୀମତୀ ମିନତୀ ବିଶ୍ଵାଳ, ଓଡ଼ିଶା କର୍ପୋରେଟ ଫାଉଣ୍ଡେସନର ସଭାପତି ହୃଷୀକେଶ ବେହେରା, ୱା.ଓ.ସୋର ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ନୂଆଦିଲ୍ଲୀ ଶାଖାର ସଭାପତି ବିମଳ ଭଲ, ମହାକାଂକ୍ଷା ୱେଲଫେୟାର ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ, ଚିତ୍ରକାର ରାଜେଶ ବଦେରିଆ, ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ନାଥ, ସରୋଜ ପାଣିଗ୍ରାହୀ, ପ୍ରିୟତମା କର, ସମୀର ସାମଲ ଓ ବିଶ୍ଵଜୀତ ବାରିକ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   02-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   02-Oct-2026
  ଜିଲ୍ଲା  
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   02-Oct-2026
  ଜିଲ୍ଲା  
ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   02-Oct-2026
  ଜିଲ୍ଲା  
ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   02-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026

You Might Also Like