-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ପାଟଣାଗଡ଼ (ଗୋରେଖନାଥ ବରିହା)ବେଳପଡା ବ୍ଲକ ସୁଲେକେଲା ଗ୍ରା:ପ:ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ମା ଗହନ୍ତେନ ବୁଢ଼ୀ ଫୁଟବଲ କ୍ଲବ ଆନୁକୂଲ୍ୟରେ ତ୍ରି ଦିବସୀୟ ନାରାୟଣ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଆଜି ପୁଲ ବି ର ବାହାବଲ, ତେନ୍ତୁଳିମୁଣ୍ଡା, ଚଲକୀ, ବଙ୍ଗୋମୁଣ୍ଡାବାହାଲ,ଜାମବାହାଲ, ଗୁଳାମି, ଭୁଣ୍ଡିମୁହାନ,ବେଛୁବାହାଳି ଆଠ ଟି ଦଳ ମଧ୍ୟରେ ଖେଳ ଅନୁଷ୍ଟିତ ହୋଇ କ୍ୱାଟର ଫାଇନାଲକୁ ବଙ୍ଗୋମୁଣ୍ଡାବାହାଲ ଓ ଜାମବାହାଲ ଦଳ ଉତ୍ତୀନ୍ନ ହୋଇଛନ୍ତି ।ଆସନ୍ତା କାଲି ସେମିଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହେବ। ଆଜିର ଦ୍ୱିତୀୟ ଦିବସର ଖେଳ ରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ଗିରିଧାରୀ ଭୋଇ, ଜିଲ୍ଲା ଯୁବ ସଭାପତି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗୀର,ସମ୍ମାନିତ ଅତିଥି ଶ୍ରୀମାନ ବନମାଳୀ ନାଏକ, ଯୁବ ସଭାପତି କୋଶଲ ସଂମନ୍ଵୟ ସମିତି ବଲାଙ୍ଗୀର, ଶ୍ରୀମାନ ସିପୁନ ଖମାରୀ ,ସାଧାରଣ ସମ୍ପାଦକ କୋଶଲ ସଂମନ୍ଵୟ ସମିତି ,ଶ୍ରୀମାନ ଇଂ ଜଗଜୀବନ ଭୋଇ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳ କୁ ରେଫର୍ସି ଭାବେ ପ୍ରଭୁ ଦାସ କୁମ୍ଭାର, ବିଜୟ ଖମାରୀ , ଖେଳ ପରିଚାଳନା କରିଥିବାବେଳେ,ଅମିତ ,ଅନନ୍ତ, ଦେବରାଜ, ଅସିତ, ପ୍ରଦୀପ, ଧର୍ମ, ବିଦ୍ୟା ଓ କମିଟି ର ଅନେକ ସଦସ୍ୟ ସହଯୋଗ କରିଥିଲେ ।