-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
31-Jul-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳ): ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ। ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଘରେ ରଙ୍ଗେ ହାତ ଧରିଛି ଭିଜିଲାନ୍ସ। ପୁରୁଣା ବିଲ୍ ପାସ କରାଇ ଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନିବେଦିତା । ଲାଞ୍ଚ ଟଙ୍କାକୁ ରଙ୍ଗେ ହାତ ଧରିବା ପରେ ଖଣ୍ଡଗିରି ସ୍ଥିତ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ତାଙ୍କୁ ମଧ୍ୟ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି । କିଛି ଦିନ ତଳେ ଜଟଣୀ ବ୍ଲକରେ ପିସି କାରବାରକୁ ନେଇ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ମଧ୍ୟରେ ମତଭେଦ ହୋଇଥିଲା।