-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
31-Jul-2024
ତୁରେକେଲା(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବlଙ୍କି ପଞ୍ଚାୟତ ଚାରପାଣି ଗାଁ ରେ ଲଗାଇ ବର୍ଷା ଯୋଗୁଁ ଭାନୁମତୀ ନିଆଲ, ସୁଧୀର ନିଆଲ, ଭଗବାନ ବାଗ, ସୁରଭି ନିଆଲ, ବିଜୟା ନିଆଲ ଙ୍କ ଘର ଭାଙ୍ଗିଥିବା ବେଳେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଜୀବନ ବିତାଉଛନ୍ତି। ଏନେଇ ଖବର ପାଇବା ପରେ କଣ୍ଟାବାଞ୍ଜି ବିକାଶ ପରିଷଦ ତୁରେକେଲା ଶାଖା ର ସଦସ୍ୟ ମାନଙ୍କ ସହିତ ବରିଷ୍ଠ ବିଜେଡି ନେତା ଅଜୟ ଦାସ ଗାଁ କୁ ଯାଇ ସମସ୍ତ ପରିବାର ଙ୍କୁ ଭେଟି ତାଙ୍କ ସୁବିଧା ଅସୁବିଧା ପଚାରିବା ସହ ତାଙ୍କୁ କେମିତି ଶ୍ରୀଘ୍ର ସରକାରୀ ସହାୟତା ମିଳିବ ସେ ନେଇ ବିଭାଗୀୟ ଅଧିକରୀ ଙ୍କ ସହ ଆଳୋଚନା କରିଥିଲେ। ଏହି ଗସ୍ତ ସମୟରେ ପବିତ୍ର ହଂସ, ଅଜିତ ବେନିଆଁ, ସମୀର ଛତ୍ରିଆ, ଗୁଳାପ ବେନିଆଁ, ନିକେଶ ଛତ୍ରିଆ, ଖୁସି ରାମ ନିଆଲ, ସୁଧୀର ନିଆଲ, ଦିଲୀପ ନିଆଲ, ବାବୁଲୁ ନିଆଲ, ସୁରେନ ନିଆଲ, ଭଗବାନ ନିଆଲ, ଅରୁଣ ନିଆଲ, ଚଉବନ ନାଗ, ଜିତୁ ଶବର, ବିଜୁ ପରାଭୂଇ, ରବୀନ୍ଦ୍ର ସାଗରିଆ, ତୁଳସୀ ସାଗରିଆ, ତେଜରାଜ ଶବର, ପୀତବାସ ଶବର ପ୍ରମୁଖ ଉପସ୍ଥିତ ଥିଲେ