-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||     

HOME   ଜିଲ୍ଲା

  ବ୍ଲକ ପରିସରରେ ଇଚ୍ଛାପୁର ସରପଞ୍ଚଙ୍କୁ ଭୁଜାଲିରେ ଆକ୍ରମଣ, ଗୁରୁତର ସରପଞ୍ଚଙ୍କୁ ବୁର୍ଲା ସ୍ଥାନାନ୍ତର

31-Jul-2024



ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର) ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ ପରିସର ତଥା ବିଡିଓଙ୍କ ସରକାରୀ ବାସଭବନ ସମ୍ମୁଖରେ ଇଚ୍ଛାପୁର ସରପଞ୍ଚଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ୪ଟା ପାଖାପାଖି ସରପଞ୍ଚ ପ୍ରଶାନ୍ତ ସାହୁ (୫୩) କୌଣସି କାମରେ ଡୁଙ୍ଗୁରିପାଲି  ବ୍ଲକ କାର୍ଯ୍ୟାଳୟକୁ ତାଙ୍କର କାରରେ ଆସିଥିଲେ । କାମସାରି ବ୍ଲକ କାର୍ଯ୍ୟାଳୟରୁ  ନିଜେ କାର ଚଳାଇ ବାହାରି ଥିଲେ । ଅନ୍ୟ ସିଟରେ ସାଥିରେ ଥିବା ଜଣେ ବ୍ୟକ୍ତି ବସିଥିଲେ ।  ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୫୦ ମିଟର ଦୂରରେ ବିଡିଓଙ୍କ ସରକାରୀ ବାସ ଭବନ ରହିଛି ।  ପ୍ରଶାନ୍ତଙ୍କ କହିବା ଅନୁସାରେ କାରରେ ସେ ଯାଉଥିବା ବେଳେ  ବିପରୀତ ଦିଗରୁ ଅନ୍ୟ ଏକ କାର ଗାଡିରେ ୪ରୁ ପାଞ୍ଚ ଜଣ ବ୍ୟକ୍ତି ଆସୁଥିଲେ ।ତାଙ୍କ କାରକୁ ଦେଖି ସେମାନେ  ମଝିରେ ଗାଡି ରଖି ଅଟକାଇଥିଲେ ।  ସଙ୍ଗେ ସଙ୍ଗେ ଜଣେ ଏକ ଠେଙ୍ଗାରେ ଗାଡିର ଚାଳକ ପାଶ୍ୱର୍ର କାଚକୁ ଭାଙ୍ଗି ଦେଇଥିଲା । ଅନ୍ୟ ଜଣେ ଏକ ଭୁଜାଲିରେ ଆକ୍ରମଣ କରିବାକୁ ଉଦ୍ୟମ କରିବା ବେଳେ ସେଥିରୁ ବର୍ତ୍ତିବା ପାଇଁ ଗାଡିରୁ ବାହାରି ବିଡିଓଙ୍କ ସରକାରୀ ବାସ ଭବନ ଭିତରକୁ ପଶି ଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଦୁର୍ବୁର୍ତ୍ତମାନେ  ଭୁଜାଲିରେ ମୁଣ୍ଡକୁ ଆକ୍ରମଣ କରିବା ବେଳେ ସେ ହାତକୁ ଦେଖାଇ ପ୍ରତିରୋଧ କରିଥିଲେ । ଭୁଜାଲି ମାଡରେ  ମୁଣ୍ଡରେ କ୍ଷତ ହୋଇ ଥିବା ବେଳେ ବାମ ହାତ କହୁଣି ଉପରେ ଗଭୀର ଚୋଟ ଲାଗି ଥିଲା । ଫଳରେ  ହାତର ବଡ ଅଂଶ କଟି ଯିବା

ସହ ଭେନ ଗୁଡିକ ମଧ୍ୟ କଟି ଯାଇ ଥିବା ଜଣାଯାଏ । ବାମ ହାତର ଆଙ୍ଗୁଠି ଗୁଡିରେ ମଧ୍ୟ କଟି ଯାଇଥିବାରୁ ଷ୍ଟିଜ କରାଯାଇଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଖବର ପାଇ ଡୁଙ୍ଗୁରିପାଲି ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆକ୍ରମଣକାରୀଙ୍କୁ ସେ ଚିହ୍ନିଥିବା ସେ ପୋଲିସକୁ ସୂଚନା ଦେଇଛନ୍ତି । ଡାକ୍ତରଖାନାରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟମାନେ ପହଞ୍ଚିଥିଲେ । ସେଠାରେ   ଭିତରେ ଭିତରେ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା । ବ୍ଲକ ପରିସରରେ ଏହି ଘଟଣାକୁ ନେଇ କର୍ମଚାରୀ ଏବଂ  ବ୍ଲକ କଲୋନୀରେ ଆତଙ୍କ ଦେଖା ଦେଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ଏଭଳି ଆକ୍ରମଣ ପ୍ରଥମ ହୋଇଥିବା ବେଳେ ପ୍ରାୟ ଆଠ ବର୍ଷ ତଳେ ଏକ ବ୍ୟକ୍ତି  ଜଣେ ପିଇଓଙ୍କୁ ଲକ୍ଷ୍ୟ କରି ଗୁଳିମାଡ କରିଥିଲା ।  ସେତେବେଳେ  ଘଟଣାଟି ମଧ୍ୟ ଚାଞ୍ଚଲ୍ୟ ଖେଳି ଯାଇଥିଲା ।  ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମାନଙ୍କୁ ଶିଘ୍ର ଧରାଯିବ ବୋଲି ଥାନାଧିକାରୀ ସତ୍ୟନାରାୟଣ ପଧାନ ପ୍ରକାଶ କରିଛନ୍ତି ।  ତଦନ୍ତରେ ବାଧା ସୃଷ୍ଟି ହେବା ନେଇ ସେମାନଙ୍କ ପରିଚୟ ଗୋପନ ରଖାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ଘଟଣା ସ୍ଥଳରେ ଆକ୍ରମଣକାରୀଙ୍କ ଚପଳ ପଡି ରହିଥିବା ବେଳେ ବିଡିଓଙ୍କ ଫାଟକ କବାଟରେ ରକ୍ତ ଛିଟା ଲାଗି ରହିଛି । 
 


News Comment




Photo in News

Advertisment
Lastest News
  ରାଜ୍ୟ  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   05-Oct-2026
  ଜିଲ୍ଲା  
ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ   05-Oct-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   05-Oct-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   05-Oct-2026
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026

You Might Also Like