-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
31-Jul-2024
ବଲାଙ୍ଗୀର, ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ପଞ୍ଚାନନ ସେଠ ମାସିକିଆ ବିବରଣି ପାଠ କରିଥିଲେ । ଏହି ବୈଠକରେ କମିଟିର ସମସ୍ତ ସଦସ୍ୟ ଜଣେ ଜଣେ ଗୋଟି ଲେଖାଁଏ ବୃକ୍ଷ ଲଗାଇ ଓ ତାର ଯତ୍ନ ନେବେ ତା ସହ ପରିବେଶର ସୁରକ୍ଷା କରିବେ । ପଡାରେ ଥିବା ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ବୈଠକରେ ସାମ୍ବାଦିକ ଆକୁଳ ବେହେରା, ପ୍ରଫେସର ତରୁଣ କୁମାର ମିଶ୍ର, ଦିବାକର ହୋତା, ବାସୁଦେବ ନାଗ, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ଅଶୋକ ଚାନ୍ଦ, ଦେବଜିତ ଯୋଷୀ ପ୍ରମୁଖ ଉପସ୍ଥିତ ରହି ମତାମତ ରଖିଥିଲେ । ଶେଷରେ ଉପ-ସଭାପତି ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।