-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
30-Jul-2024
କଣ୍ଟାମାଳ(ଜୟ କୁମାର ମହାରଣା): ୭ବର୍ଷ ଶିଶୁ ନିଖୋଜ, ଥାନାରେ ଅଭିଯୋଗ l ସନ୍ଦେହରେ ପୋଖରୀରେ ପଶି ଖୋଜିଲେ ଅଗ୍ନିସମ ବାହିନୀ l ସୂଚନା ମତେ ଗତକାଲି ସନ୍ଧ୍ୟା ସମୟରୁ କଣ୍ଟାମାଲ ଥାନା ଲମ୍ବସ୍ବେରୀ ଗ୍ରାମର ବରିଷ୍ଠ ଦେହୁରୀଙ୍କ ୭ ବର୍ଷୀୟ ପୁଅ ବିଶ୍ୱରାଜ ଦେହୁରୀ ଗତକାଲି ସନ୍ଧ୍ୟା ସମୟରୁ ଖେଳିବାକୁ ଯାଇଆଉ ଘରକୁ ଫେରିନ ଥିଲେ l ଫଳରେ ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜୀ କରିଥିଲେ l ବହୁତ୍ ଖୋଜାଖୋଜି କଲା ପରେ ବି ପାଇନଥିଲେ l ଫଳରେ ପରିବାର ଲୋକେ ପୋଖରୀରେ ବୁଡି ଯାଇଥିବା ସନ୍ଦେହକରି ସନ୍ଧ୍ୟା ସମୟରେ କଣ୍ଟାମାଳ ଅଗ୍ନିଶମ ବିଭାଗକୁ ଜଣାଇଥିଲେ l କଣ୍ଟାମାଳ ଅଗ୍ନିଶମ ବିଭାଗ ଖବର ପାଇ
ଲମ୍ୱସରି ଗାଁ ରେ ପହଞ୍ଚି ବହୁତ୍ ସମୟ ପର୍ଯ୍ୟନ୍ତ ପୋଖରୀରେ ଖୋଜାଖୋଜି କରିଥିଲେ l ସୋମବାର ଦିନ ଅଧିକ ରାତ୍ରି ହୋଇ ଯିବାରୁ ପୁଣି ମଙ୍ଗଳବାର ଦିନ ସକାଳୁ ଅଗ୍ନିଶମ ବିଭାଗ ଆଉଥରେ ଖୋଜାଖୋଜି କରିଥିଲେ ହେଲେ ନିଖୋଜ ଶିଶୁ ଟିକୁ ପାଇ ନଥିଲେ l ଏନେଇ କଣ୍ଟାମାଳ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି l
ଯଦି ନିଖୋଜ ଶିଶୁ ଟିକୁ କିଏ ଯଦି କଉଠି ଦେଖନ୍ତି ତାହେଲେ ଜଣାଇବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି