-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ    (25-Jul-2026)       ||      ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   (25-Jul-2026)       ||      ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    (25-Jul-2026)       ||      କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ    (25-Jul-2026)       ||      ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   (25-Jul-2026)       ||      ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା    (25-Jul-2026)       ||      ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ    (25-Jul-2026)       ||      ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   (25-Jul-2026)       ||      ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||      ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   (24-Jul-2026)       ||     

HOME   ଜିଲ୍ଲା

ମହାରାଣୀ ସାଗର ପୁନଃରୁଦ୍ଧାର କାର୍ଯ୍ୟ... ୭୭ ଏକରରୁ ୩୪ ଏକରରେ ଜବରଦଖଲରେ.. ବଡବଡିଆଙ୍କ ଜବରଦଖଲରେ ମହାରାଣୀ ସାଗର ଜମି

29-Jul-2024



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ସହରର ମହାରାଣୀ ସାଗରର ପୁନଃରୁଦ୍ଧାର କାମ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଅନୁମୋଦନ ପରେ ତତ୍କାଳୀନ ରାଜ୍ୟ ଗୃହ ଓ ନଗରଉନ୍ନୟନ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୬୯୧୧ ତା.୧୯.୪.୨୦୨୨ରେ ମହାରାଣୀ ସାଗରର ଉନ୍ନତି କରଣ ପାଇଁ ୮କୋଟି ୩୩ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା ।  ତେବେ ପୂର୍ବରୁ ସର୍ବମୋଟ ୭୭ ଏକର ଜମିରୁ ୩୪ ଏକର ଲୋକଙ୍କ ଜବରଦଖଲରେ ରହିଛି । ଏବେ ମହାରାଣୀ ସାଗରର ୪୩ ଏକର ଜମିରେ କେବଳ ପୁନଃରୁଦ୍ଧାର କାମ ଚାଲିଛି । ଅନ୍ୟ ୩୪ ଏକର ଜମିକୁ ୧୦୫ ଜଣ ଲୋକ ଜବରଦଖଲ କରି  ଘର କରି ରହୁଥିବା ଏବଂ ଏଥିରେ ବହୁ ବଡବଡିଆ ଲୋକ, ସରକାରୀ ଚାକିରିଆ, ପୋଲିସ ବିଭାଗରେ ଚାକିରୀ କରୁଥିବା ଲୋକ ମଧ୍ୟ ଘର କରି ରହୁଥିବା ଜଣାଯିବା ପରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏହି ୧୦୫ ଜଣଙ୍କ ମଧ୍ୟରୁ କ୍ୱଚିତ୍ ଲୋକଙ୍କ ମାଟି ଘର ଥିବା ବେଳେ ଅଧିକାଂଶ ପକ୍କାଘର କରି ରହୁଛନ୍ତି । ଗତ ୧.୬.୨୦୨୪ ରେ ପୌର ପରିଷଦ ଦେଇଥିବା ଜନ ସୂଚନା ଅନୁସାରେ ଜବର ଦଖଲ କରିଥିବା ୧୦୫ଟି ଘରକୁ ଉଚ୍ଛେଦ କରି ଅନ୍ୟତ୍ର ବସତି କରିବା ପାଇଁ ସରକାର ବର୍ତମାନ କୌଣସି ନିତିନିୟମ କରି ନାହାନ୍ତି ବୋଲି ଜଣାଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ଗତ ୬.୭.୨୦୨୪ ପତ୍ର ସଂଖ୍ୟା ୨୧୮୫୫ରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ 

 ସହରାଂଚଳ ଓ ଗ୍ରାମାଂଚଳରେ ସରକାରୀ ଜମିକୁ ଜବର ଦଖଲ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ମହାରାଣୀ ସାଗର ଜାଗାକୁ ଜବରଦଖଲ କରି ରଖିଥିବା ଲୋକଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ଗତ ୨୯.୫.୨୦୨୪ ତାରିଖ ସୁଦ୍ଧା ମହାରାଣୀ ସାଗରର ଦଳ ସଫା, ଲଟାସଫା କାମ ସରିଥିବା ବେଳେ ଏନେଇ ରାଜୀବ ନଗରର ପଡା(ୱାଡ ନଂ-୧୮) ର ଜୟ ମାଁ ପାଟଣେଶ୍ୱରୀ ଏସଏଚଜିକୁ ୮ଲକ୍ଷ ୧ହଜାର ୨୮୬ଟଙ୍କା, ଅପରୁପା ଏସଏଚଜିକୁ ୮ଲକ୍ଷ ୬ହଜାର ୯୯୫ଟଙ୍କା, ସୁଲଗ୍ନା ଏସଏଚଜିକୁ ୭ଲକ୍ଷ ୮୭ହଜାର ୬୧୬ଟଙ୍କା, ନାରୀଶକ୍ତି ଏସଏଚଜିକୁ ୮ଲକ୍ଷ ୩ହଜାର ୭୯୪ଟଙ୍କା (ସମୁଦାୟ ୪ଟି ଏସଏଚଜି) ଏବଂ ବଲାଙ୍ଗିର ପୌର ପରିଷଦକୁ ୩୦ହଜାର ୪୩ଟଙ୍କା ହିସାବରେ ସମୁଦାୟ  ୩୨ଲକ୍ଷ ୨୯ହଜାର ୭୩୪ ଟଙ୍କା ପ୍ରଦାନ କରାଯାଇଥିବା ଆରଟିଆଇ ସୂଚାନରେ ପୌର ପରିଷଦ ପ୍ରଦାନ କରିଛି । ବର୍ଷା ଯୋଗୁଁ ମାଟିଉଠା କାମ ହେଉ ନଥିବା ବେଳେ ସାଗର ଭିତର ଚାରିପଟରେ ଏକ ରାସ୍ତା, ସାଗର ମଝିରେ ୨ଟି ଟାପୁ ଓ ସାଗର ହିଡ ଏବଂ ନୂତନ ଭାବରେ ତିଆରି ହେଉଥିବା ରାସ୍ତା ମଝିର ଚାରିପାଖରେ ଏକ ନାଳ  ତିଆରି କରି ପୌର ପରିଷଦ ମହାରାଣୀ ସାଗରର ଜଳ କ୍ଷମାତାକୁ କମାଇବା ସହ ସାଗରକୁ ଆହୁରି ସଂକଚୋନ କରିଦେଇଛି । ବର୍ଷା ଜଳ ସାଗର ମଧ୍ୟକୁ ପ୍ରବେଶ କରିବା ପଥକୁ ବନ୍ଦ କରି ଦେଇଥିବା ବେଳେ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ସାଗର ପଡା ପଟେଥିବା ଜଳ ନିଷ୍କାସନ ରାସ୍ତାକୁ ନୂତନ ଆଡି ଦେଇ ବନ୍ଦ କରିଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ବର୍ଷା ପାଇଁ ବର୍ତମାନ କାମ ବନ୍ଦ ଥିବା ଦେଖିବାକୁ ମିଳିଛି । ଗାଇଡଲାଇନ ଅନୁସାରେ କାମ ହେଉ ନଥିବା ନେଇ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୌର ପରିଷଦ କର୍ଣ୍ଣପାତ କରୁ ନଥିବା ଏବଂ ନିଜ ଇଚ୍ଛାରେ ଯାହା ଚାହିଁଲା  ପୌର ପରିଷଦ କାମ କରୁଥିବା ଦେଖାଯାଉଛି ।  ମହାରାଣୀ ସାଗରର କାମ କେବେ ଶେଷ ହେବ ସେନେଇ ମଧ୍ୟ କୌଣସି ସୂଚନା ନଥିବା ପୌର ପରିଷଦ ଜନ ସୂଚନା  ଅଧିକାରୀ କହିଛନ୍ତି । ମହାରାଣୀ ସାଗରର ପୁନଃରୁଦ୍ଧାର କାମ କିପରି ଠିକରେ ହେବ, ଜବରଦଖଲ  ହୋଇଥିବା ଜାଗକୁ ସାଗର ଖାତାକୁ ଫେରାଇ ଆଣିବା ଦିଗରେ  ଜିଲ୍ଲାପାଳ ଧ୍ୟାନ ଦେବେ ବୋଲି ସାଧାରଣରେ ଦାବି ହେଉଛି । ପ୍ରକାଶ ଯେ, ବଲାଙ୍ଗିର ପୌର ପରିଷଦର ୧୮ନମ୍ବର ୱାଡର ୫୭ଟି , ୧୯ର ୧୫ଟି ଓ ୨୦ ନମ୍ବର ୱାଡର ୨୯ଟି ଏହିପରି ସମୁଦାୟ ୧୦୧ଟି ସ୍ୱଂୟ ସହାୟକ ଦଳ ମହାରଣୀ ସାଗର ପୁଃନର ଉଦ୍ଧାର କାମ କରୁଛନ୍ତି । ଏହି କାମ ପାଇଁ ପୌର ପରିଷଦ ଏକ ମାପଦଣ୍ଡ ତିଆରି କରିଛନ୍ତି , 

ଯାହାକି ଏହି ଏସଏଚଜି ଗୁଡିକ ବଲାଙ୍ଗିର ପୌର ପରିଷଦରେ ପଂଜିକୃତ ହୋଇଥିବେ, (ନିୟମିତ ସଂଚୟ ଗୋଷ୍ଠୀ ମଧ୍ୟରେ ଋଣ କାରବାର, ନିୟମିତ ପରିଶୋଧ, ନିୟମିତ ହିସାବ ରଖିବା), ଏସଏଚଜି ସଂଗଠନର ପାନ କାର୍ଡ ଥିବ, ସକ୍ରିୟ ଜମାଖାତା ଥିବ, କୌଣସି ଅନିୟମିତତା କିମ୍ବା ବ୍ୟାଙ୍କ ଖିଲାପି ନଥିବେ, ଗୋଟିଏ ବର୍ଷରେ ୪୦ଲକ୍ଷରୁ ଅଧିକ କାର୍ଯ୍ୟ କରି ନଥିବେ, ଆର୍ଥିକ ବର୍ଷରେ ୨.୫ ଲକ୍ଷରୁ ଅଧିକ ତଦାରଖ ରାଶି ଯଦି ପାଇଥିବେ ସେ ସରକାରଙ୍କ ଆୟକର ଦେୟ କରିଥିବେ, ପଂଜିକରଣ ଅଭିବ୍ୟକ୍ତ ପ୍ରକାଶନର ତାରିଖ ପୁର୍ବରୁ ଏକ ବର୍ଷ ହୋଇଥିବ ଏହିପରି ୮ଟି ପଏଂଟ ରଖି ଏହି ୧୦୧ଟି ସ୍ୱଂୟ ସହାୟକ ଦଳକୁ ମହାରାଣୀ ସାଗରର ପୁନଃରୁଦ୍ଧାର କାମ ପ୍ରଦାନ କରିଥିବା ନେଇ ଜନ ସୂଚନା ଆଇନ ମାଧ୍ୟମରେ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାଯାଇଛି । ପ୍ରକୃତରେ ଏହିସବୁ ଏସଏଚଜି ଗୁଡିକର ମାପଦଣ୍ଡ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦାରଖ କଲେ ଜଣାପଡିବ ଯେ, ଏମାନଙ୍କ କାଗଜପତ୍ର କେତେ ଠିକ ଅଛି ।  କିନ୍ତୁ ପ୍ରକୃତରେ ଏହା ପଛରେ ଜଣେ ବେନାମୀ ଠିକାଦାର ସମସ୍ତ କାମ କରୁଥିବା ଜଣାଯାଇଛି ।  ଏହି କାମ ମୁକ୍ତା ଓ ଆମ ପୋଖରୀ ଯୋଜନାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୨କୋଟି ୧୮ଲକ୍ଷ ଟଙ୍କା ମଂଜୁର କରାଯାଇଥିବା ବେଳେ ୮କୋଟି ୩୩ଲକ୍ଷ ଟଙ୍କା ବଲାଙ୍ଗିର ପୌର ପରିଷଦକୁ ଆସିଛି ବୋଲି ଜଣାଯାଇଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ   25-Jul-2026
  ରାଜ୍ୟ  
ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   25-Jul-2026
  ଦେଶ ବିଦେଶ  
ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    25-Jul-2026
  ଜିଲ୍ଲା  
କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ   25-Jul-2026
  ଜିଲ୍ଲା  
ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   25-Jul-2026
  ରାଜ୍ୟ  
ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା   25-Jul-2026
  ଜିଲ୍ଲା  
ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ   25-Jul-2026
  ଜିଲ୍ଲା  
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   25-Jul-2026
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026
  ଜିଲ୍ଲା  
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   24-Jul-2026

You Might Also Like