-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||     

HOME   ଜିଲ୍ଲା

ମହାରାଣୀ ସାଗର ପୁନଃରୁଦ୍ଧାର କାର୍ଯ୍ୟ... ୭୭ ଏକରରୁ ୩୪ ଏକରରେ ଜବରଦଖଲରେ.. ବଡବଡିଆଙ୍କ ଜବରଦଖଲରେ ମହାରାଣୀ ସାଗର ଜମି

29-Jul-2024



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ସହରର ମହାରାଣୀ ସାଗରର ପୁନଃରୁଦ୍ଧାର କାମ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଅନୁମୋଦନ ପରେ ତତ୍କାଳୀନ ରାଜ୍ୟ ଗୃହ ଓ ନଗରଉନ୍ନୟନ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୬୯୧୧ ତା.୧୯.୪.୨୦୨୨ରେ ମହାରାଣୀ ସାଗରର ଉନ୍ନତି କରଣ ପାଇଁ ୮କୋଟି ୩୩ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା ।  ତେବେ ପୂର୍ବରୁ ସର୍ବମୋଟ ୭୭ ଏକର ଜମିରୁ ୩୪ ଏକର ଲୋକଙ୍କ ଜବରଦଖଲରେ ରହିଛି । ଏବେ ମହାରାଣୀ ସାଗରର ୪୩ ଏକର ଜମିରେ କେବଳ ପୁନଃରୁଦ୍ଧାର କାମ ଚାଲିଛି । ଅନ୍ୟ ୩୪ ଏକର ଜମିକୁ ୧୦୫ ଜଣ ଲୋକ ଜବରଦଖଲ କରି  ଘର କରି ରହୁଥିବା ଏବଂ ଏଥିରେ ବହୁ ବଡବଡିଆ ଲୋକ, ସରକାରୀ ଚାକିରିଆ, ପୋଲିସ ବିଭାଗରେ ଚାକିରୀ କରୁଥିବା ଲୋକ ମଧ୍ୟ ଘର କରି ରହୁଥିବା ଜଣାଯିବା ପରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏହି ୧୦୫ ଜଣଙ୍କ ମଧ୍ୟରୁ କ୍ୱଚିତ୍ ଲୋକଙ୍କ ମାଟି ଘର ଥିବା ବେଳେ ଅଧିକାଂଶ ପକ୍କାଘର କରି ରହୁଛନ୍ତି । ଗତ ୧.୬.୨୦୨୪ ରେ ପୌର ପରିଷଦ ଦେଇଥିବା ଜନ ସୂଚନା ଅନୁସାରେ ଜବର ଦଖଲ କରିଥିବା ୧୦୫ଟି ଘରକୁ ଉଚ୍ଛେଦ କରି ଅନ୍ୟତ୍ର ବସତି କରିବା ପାଇଁ ସରକାର ବର୍ତମାନ କୌଣସି ନିତିନିୟମ କରି ନାହାନ୍ତି ବୋଲି ଜଣାଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ଗତ ୬.୭.୨୦୨୪ ପତ୍ର ସଂଖ୍ୟା ୨୧୮୫୫ରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ 

 ସହରାଂଚଳ ଓ ଗ୍ରାମାଂଚଳରେ ସରକାରୀ ଜମିକୁ ଜବର ଦଖଲ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ମହାରାଣୀ ସାଗର ଜାଗାକୁ ଜବରଦଖଲ କରି ରଖିଥିବା ଲୋକଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ଗତ ୨୯.୫.୨୦୨୪ ତାରିଖ ସୁଦ୍ଧା ମହାରାଣୀ ସାଗରର ଦଳ ସଫା, ଲଟାସଫା କାମ ସରିଥିବା ବେଳେ ଏନେଇ ରାଜୀବ ନଗରର ପଡା(ୱାଡ ନଂ-୧୮) ର ଜୟ ମାଁ ପାଟଣେଶ୍ୱରୀ ଏସଏଚଜିକୁ ୮ଲକ୍ଷ ୧ହଜାର ୨୮୬ଟଙ୍କା, ଅପରୁପା ଏସଏଚଜିକୁ ୮ଲକ୍ଷ ୬ହଜାର ୯୯୫ଟଙ୍କା, ସୁଲଗ୍ନା ଏସଏଚଜିକୁ ୭ଲକ୍ଷ ୮୭ହଜାର ୬୧୬ଟଙ୍କା, ନାରୀଶକ୍ତି ଏସଏଚଜିକୁ ୮ଲକ୍ଷ ୩ହଜାର ୭୯୪ଟଙ୍କା (ସମୁଦାୟ ୪ଟି ଏସଏଚଜି) ଏବଂ ବଲାଙ୍ଗିର ପୌର ପରିଷଦକୁ ୩୦ହଜାର ୪୩ଟଙ୍କା ହିସାବରେ ସମୁଦାୟ  ୩୨ଲକ୍ଷ ୨୯ହଜାର ୭୩୪ ଟଙ୍କା ପ୍ରଦାନ କରାଯାଇଥିବା ଆରଟିଆଇ ସୂଚାନରେ ପୌର ପରିଷଦ ପ୍ରଦାନ କରିଛି । ବର୍ଷା ଯୋଗୁଁ ମାଟିଉଠା କାମ ହେଉ ନଥିବା ବେଳେ ସାଗର ଭିତର ଚାରିପଟରେ ଏକ ରାସ୍ତା, ସାଗର ମଝିରେ ୨ଟି ଟାପୁ ଓ ସାଗର ହିଡ ଏବଂ ନୂତନ ଭାବରେ ତିଆରି ହେଉଥିବା ରାସ୍ତା ମଝିର ଚାରିପାଖରେ ଏକ ନାଳ  ତିଆରି କରି ପୌର ପରିଷଦ ମହାରାଣୀ ସାଗରର ଜଳ କ୍ଷମାତାକୁ କମାଇବା ସହ ସାଗରକୁ ଆହୁରି ସଂକଚୋନ କରିଦେଇଛି । ବର୍ଷା ଜଳ ସାଗର ମଧ୍ୟକୁ ପ୍ରବେଶ କରିବା ପଥକୁ ବନ୍ଦ କରି ଦେଇଥିବା ବେଳେ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ସାଗର ପଡା ପଟେଥିବା ଜଳ ନିଷ୍କାସନ ରାସ୍ତାକୁ ନୂତନ ଆଡି ଦେଇ ବନ୍ଦ କରିଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ବର୍ଷା ପାଇଁ ବର୍ତମାନ କାମ ବନ୍ଦ ଥିବା ଦେଖିବାକୁ ମିଳିଛି । ଗାଇଡଲାଇନ ଅନୁସାରେ କାମ ହେଉ ନଥିବା ନେଇ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୌର ପରିଷଦ କର୍ଣ୍ଣପାତ କରୁ ନଥିବା ଏବଂ ନିଜ ଇଚ୍ଛାରେ ଯାହା ଚାହିଁଲା  ପୌର ପରିଷଦ କାମ କରୁଥିବା ଦେଖାଯାଉଛି ।  ମହାରାଣୀ ସାଗରର କାମ କେବେ ଶେଷ ହେବ ସେନେଇ ମଧ୍ୟ କୌଣସି ସୂଚନା ନଥିବା ପୌର ପରିଷଦ ଜନ ସୂଚନା  ଅଧିକାରୀ କହିଛନ୍ତି । ମହାରାଣୀ ସାଗରର ପୁନଃରୁଦ୍ଧାର କାମ କିପରି ଠିକରେ ହେବ, ଜବରଦଖଲ  ହୋଇଥିବା ଜାଗକୁ ସାଗର ଖାତାକୁ ଫେରାଇ ଆଣିବା ଦିଗରେ  ଜିଲ୍ଲାପାଳ ଧ୍ୟାନ ଦେବେ ବୋଲି ସାଧାରଣରେ ଦାବି ହେଉଛି । ପ୍ରକାଶ ଯେ, ବଲାଙ୍ଗିର ପୌର ପରିଷଦର ୧୮ନମ୍ବର ୱାଡର ୫୭ଟି , ୧୯ର ୧୫ଟି ଓ ୨୦ ନମ୍ବର ୱାଡର ୨୯ଟି ଏହିପରି ସମୁଦାୟ ୧୦୧ଟି ସ୍ୱଂୟ ସହାୟକ ଦଳ ମହାରଣୀ ସାଗର ପୁଃନର ଉଦ୍ଧାର କାମ କରୁଛନ୍ତି । ଏହି କାମ ପାଇଁ ପୌର ପରିଷଦ ଏକ ମାପଦଣ୍ଡ ତିଆରି କରିଛନ୍ତି , 

ଯାହାକି ଏହି ଏସଏଚଜି ଗୁଡିକ ବଲାଙ୍ଗିର ପୌର ପରିଷଦରେ ପଂଜିକୃତ ହୋଇଥିବେ, (ନିୟମିତ ସଂଚୟ ଗୋଷ୍ଠୀ ମଧ୍ୟରେ ଋଣ କାରବାର, ନିୟମିତ ପରିଶୋଧ, ନିୟମିତ ହିସାବ ରଖିବା), ଏସଏଚଜି ସଂଗଠନର ପାନ କାର୍ଡ ଥିବ, ସକ୍ରିୟ ଜମାଖାତା ଥିବ, କୌଣସି ଅନିୟମିତତା କିମ୍ବା ବ୍ୟାଙ୍କ ଖିଲାପି ନଥିବେ, ଗୋଟିଏ ବର୍ଷରେ ୪୦ଲକ୍ଷରୁ ଅଧିକ କାର୍ଯ୍ୟ କରି ନଥିବେ, ଆର୍ଥିକ ବର୍ଷରେ ୨.୫ ଲକ୍ଷରୁ ଅଧିକ ତଦାରଖ ରାଶି ଯଦି ପାଇଥିବେ ସେ ସରକାରଙ୍କ ଆୟକର ଦେୟ କରିଥିବେ, ପଂଜିକରଣ ଅଭିବ୍ୟକ୍ତ ପ୍ରକାଶନର ତାରିଖ ପୁର୍ବରୁ ଏକ ବର୍ଷ ହୋଇଥିବ ଏହିପରି ୮ଟି ପଏଂଟ ରଖି ଏହି ୧୦୧ଟି ସ୍ୱଂୟ ସହାୟକ ଦଳକୁ ମହାରାଣୀ ସାଗରର ପୁନଃରୁଦ୍ଧାର କାମ ପ୍ରଦାନ କରିଥିବା ନେଇ ଜନ ସୂଚନା ଆଇନ ମାଧ୍ୟମରେ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାଯାଇଛି । ପ୍ରକୃତରେ ଏହିସବୁ ଏସଏଚଜି ଗୁଡିକର ମାପଦଣ୍ଡ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦାରଖ କଲେ ଜଣାପଡିବ ଯେ, ଏମାନଙ୍କ କାଗଜପତ୍ର କେତେ ଠିକ ଅଛି ।  କିନ୍ତୁ ପ୍ରକୃତରେ ଏହା ପଛରେ ଜଣେ ବେନାମୀ ଠିକାଦାର ସମସ୍ତ କାମ କରୁଥିବା ଜଣାଯାଇଛି ।  ଏହି କାମ ମୁକ୍ତା ଓ ଆମ ପୋଖରୀ ଯୋଜନାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୨କୋଟି ୧୮ଲକ୍ଷ ଟଙ୍କା ମଂଜୁର କରାଯାଇଥିବା ବେଳେ ୮କୋଟି ୩୩ଲକ୍ଷ ଟଙ୍କା ବଲାଙ୍ଗିର ପୌର ପରିଷଦକୁ ଆସିଛି ବୋଲି ଜଣାଯାଇଛି । 


News Comment




Photo in News

Advertisment
Lastest News
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026

You Might Also Like