-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ମହାନଗର

ବିଶ୍ୱର ଉତ୍ତମ ସହର ମଧ୍ୟରେ ଭୁବନେଶ୍ୱର: ପାଇଲଟିଂ କରିବ ୟୁଏନ୍ ହାବିଟାଟ୍ ଦକ୍ଷିଣ ଏସିଆର ଏକମାତ୍ର ସହର ଭାବେ ୟୁଏନ୍ ହାବିଟାଟ୍ ତାଲିକାରେ ସାମିଲ

25-Jul-2024



ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ସହାୟତାରେ ୟୁଏନ୍ ହାବିଟାଟର ୨ ଦିନିଆ କର୍ମଶାଳା ବୁଧବାର ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମେୟର ସୁଲୋଚନା ଦାସ, ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୂପକାର, ୟୁଏନ୍ ହାବିଟାଟର ଇନକ୍ଲୁସିଭ ସିଟି ପ୍ଲାନିଂ ଏକ୍ସପର୍ଟ ପାରୁଲ ଶର୍ମା ମଂଚାସୀନ ଥିଲେ।ବିଏମ୍‌ସି ମୁଖ୍ୟାଳୟରେ ଆରମ୍ଭ ହୋଇଥିବା ଦୁଇ ଦିନିଆ କର୍ମଶାଳାରେ ଗୁଣାତ୍ମକ ଜୀବନ ଧାରଣ ପ୍ରଣାଳୀ ଉପରେ ଚର୍ଚ୍ଚା ହୋଇଥିଲା। ଏହି କର୍ମଶାଳାରେ ବିଭିନ୍ନ ବିଭାଗର ୪୦ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ୟୁଏନ୍ ହାବିଟାଟ୍ ପକ୍ଷରୁ ସମଗ୍ର ବିଶ୍ୱରେ ୧୧ଟି ସହରକୁ ଚୟନ କରାଯାଇଛି। ସମଗ୍ର ସାଉଥ ଏସିଆ ମହାଦେଶରେ ଭୁବନେଶ୍ୱର ହେଉଛି ଏକମାତ୍ର ସହର, ଯାହାକୁ ୟୁଏନ୍ ହାବିଟାଟ୍ ପାଇଲଟ ସହର ଭାବେ ଚୟନ କରିଛି।ଏହି କର୍ମଶାଳାରେ ଭୁବନେଶ୍ୱରବାସୀଙ୍କ ଜୀବନ ଧାରଣର ଗୁଣାତ୍ମକ ମାନ କିପରି ବୃଦ୍ଧି ପାଇବ, ସେ ସଂପର୍କରେ କର୍ମଶାଳାରେ ଯୋଗଦେଇଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍ମାନେ ସେମାନଙ୍କର ମତାମତ ଦେଇଛନ୍ତି। ଆସନ୍ତାକାଲି ସେଗୁଡ଼ିକର କାର୍ଯ୍ୟକାରିତା ଏବଂ ଉପକାରିତା ସଂପର୍କରେ ଆଲୋଚନା କରାଯିବ। ସହରୀ ଜୀବନ ଧାରଣର ଗୁଣାତ୍ମକମାନ ବୃଦ୍ଧି କରିବା ଉପରେ ୟୁଏନ୍ ହାବିଟାଟ୍ ଗୁରୁତ୍ୱାରୋପ କରିଛନ୍ତି ଏବଂ ପ୍ରାଥମିକତା ଭିତିରେ କାର୍ଯ୍ୟ କରୁଛନ୍ତି। ଏହି କାର୍ଯକ୍ରମରେ ସରକାରଙ୍କ ପ୍ରତିନିଧି, ଶିକ୍ଷାବିତ୍, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସ୍ୱତନ୍ତ୍ର ଆଗ୍ରହ ଥିବା ଗୋଷ୍ଠୀ ଏବଂ ବ୍ୟବସାୟୀଙ୍କ ସହଯୋଗରେ ଲୋକ କୈନ୍ଦ୍ରିକ ଉନ୍ନତି, ଉନ୍ନୟନ ଏବଂ ଜୀବନ ଧାରଣର ଗୁଣାତ୍ମକ ମାନ ମୂଲ୍ୟାଙ୍କନ, ତଦନୁଯାୟୀ ଲକ୍ଷ୍ୟ ହାସଲ କରିବାକୁ କି ପ୍ରକାର ପଦକ୍ଷେପ ନିଆଯିବ, ସେ ସଂପର୍କରେ ଅନୁଧ୍ୟାନ କରାଯିବ।

ସମଗ୍ର ବିଶ୍ୱର ୧୧ଟି ସହରକୁ ଚୟନ କରାଯାଇଥିବା ବେଳେ ସାଉଥ ଏସିଆର ଏକମାତ୍ର ସହର ଭୁବନେଶ୍ୱରକୁ ପାଇଲଟ୍ ସହର ଭାବେ ଗ୍ରହଣ କରି ଗୁଣାତ୍ମକ ଜୀବନ ଧାରଣର ମାନ ମୂଲ୍ୟାଙ୍କନ କରିବା ନିମନ୍ତେ ସର୍ଭେ କାମ ଆରମ୍ଭ ହୋଇଛି। ଭୁବନେଶ୍ୱରବାସୀଙ୍କର ଗୁଣାତ୍ମକ ଜୀବନ ଧାରଣ ମାନ ବୃଦ୍ଧି ନିମନ୍ତେ ଏହି ସର୍ଭେ ବେଶ ସହାୟକ ହେବ। ଏହାଦ୍ୱାରା ଭୁବନେଶ୍ୱରର ନାଗରିକମାନଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଭୁବନେଶ୍ୱରର ସ୍ଥାନ କେଉଁଠି, ତାହା ମଧ୍ୟ ସ୍ପଷ୍ଟ ହେବା ସହ ସେଥିପାଇଁ କଣ କରିବାକୁ ସେ ସଂପର୍କରେ ଆଲୋଚନା ହୋଇଥିଲା। ୧୧ଟି ସହରରୁ ଗୁଣାତ୍ମକ ଜୀବନ ଧାରଣ ସଂପର୍କରେ ବିଭିନ୍ନ ସୋପାନରେ ମିଳିଥିବା ତଥ୍ୟକୁ ଭିତିକରି ୟୁଏନ୍ ହାବିଟାଟ୍ ଚୂଡାନ୍ତ ଖସଡା ପ୍ରସ୍ତୁତ କରିବ ଏବଂ ସେହି ଖସଡା ଅନୁସାରେ କାମ କରିବ।

୯ଟି ପାରାମିଟରକୁ ନେଇ ବିଭିନ୍ନ ଉପାୟରେ ସର୍ଭେ କରାଯାଉଛି। ଏହା ୬ରୁ ୧୨ ମାସ ପର୍ଯ୍ୟନ୍ତ ଚାଲିବ। ଡାଟା ଆନାଲିସିସ୍, ଗୋଷ୍ଠୀ ଏବଂ ଆର୍ଥିକ ବିକାଶ, ଜିଆଇଏସ୍, ଜନସ୍ୱାସ୍ଥ୍ୟ, ଦକ୍ଷତା ଅନୁଧ୍ୟାନ ବା ଷ୍ଟ୍ରାଟେଜିକ୍ ପ୍ଲାନିଂ, ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା, କର୍ମଶାଳା ଏବଂ ଅନଲାଇନ ଓ ପ୍ରତ୍ୟକ୍ଷ ତଥ୍ୟର ଆଦାନ ପ୍ରଦାନ ଆଦି କରାଯିବ। ଆଂଚଳିକ ଏବଂ ବିଶ୍ୱସ୍ତରୀୟ ସୂଚକାଙ୍କକୁ ନେଇ ଏକ ନୂତନ ଖସଡା ପ୍ରସ୍ତୁତ କରାଯିବ। ଚୂଡାନ୍ତ ଖସଡାକୁ ଭିତିକରି ସହରୀ ଗୁଣାତ୍ମକ ଜୀବନ ଧାରଣ ପଦ୍ଧତିର ମାନ ନିର୍ଦ୍ଧାରଣ କରାଯିବ ବୋଲି ୟୁଏନ୍ ହାବିଟାଟ ପକ୍ଷରୁ କୁହାଯାଇଛି। ଏହି କର୍ମଶାଳାରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦୁ କୁମାର ସାହୁ, ଆଇଏମ୍‌ଡିର ନିର୍ଦେଶକ ଡକ୍ଟର ମନୋରମା ମହାନ୍ତି, ଜନ ସଂଖ୍ୟା ଯୁଗ୍ମ ସଚିବ ହେମନ୍ତ କୁମାର ସିଂ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଶାଶ୍ୱତ କୁମାର ମହାନ୍ତି, ଇକୋନମିକ୍ ଆଣ୍ଡ୍ ଷ୍ଟାଟିଷ୍ଟିକ୍ସର ସହକାରୀ  ନିର୍ଦେଶକ ଏସ୍. ଏମ୍ ପଣ୍ଡା, ବିଏମ୍ସିର ବରିଷ୍ଠ ଅଧିକାରୀ, ନାସନାଲ ସାମ୍ପଲ ସର୍ଭେ, ବାଣିଜ୍ୟ ଓ ପରିବହନ, ଓକାକ୍, ବିଡିଏ, ଉକ୍ରଳ ବିଶ୍ୱବିଦ୍ୟାଳୟ, କିଟ୍, ଜାଭିୟର ବିଶ୍ୱବିଦ୍ୟାଳୟ, ୟୁନିସେଫ, ପ୍ରମୁଖ ୪୦ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏହି ପାଇଲଟ୍ ଷ୍ଟଡିର ନୋଡାଲ ଅଫିସର ତଥା ବିଏମ୍‌ସି ସହକାରୀ କମିସନର ଏନ୍. ଗଣେଶ ବାବୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like