-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
24-Jul-2024
ଲୋଇସିଂହା, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ବ୍ଲକ ହୀରାପୁର-କେଉଁଟିପାଲି ରାସ୍ତାର ଗୋପାଳପୁର ଠାରେ ମାତ୍ର ୬ ମାସ ପୂର୍ବରୁ ନିର୍ମାଣ ହୋଇଥିବା କଲଭର୍ଟ ଦାବି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିବା ଜଣାଯାଇଛି । ବିପଦଶଙ୍କୁଲ ଅବସ୍ଥାରେ ଏଠାରେ ଚାରିଚକିଆ ଯାନ ଗୁଡ଼ିକ ପାରି ହେଉଥିବା ଦେଖିବାକୁ ମିଳିଛି। ଗୋପାଳପୁର ପ୍ରାଥମିକ ସ୍କୁଲ ସାମ୍ନାରେ ଥିବା ଏହି କଲଭର୍ଟ ନିର୍ମାଣ ସମ୍ବନ୍ଧୀୟ କୌଣସି ସୂଚନା ଫଳକ ମଧ୍ୟ ନାହିଁ । ତେବେ ଅତି ନିମ୍ନମାନର କାମ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।