-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
19-Jul-2024
(ମିହିର ଶଙ୍କର ପାତ୍ର,)
ପାପଡାହାଣ୍ଡି ବ୍ଲକ ବିରିଶୋଲା ଶିବ ମନ୍ଦିର ଓ ମହିମା ଆଶ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହିନ୍ଦୁ ମହାସଂଘ ପକ୍ଷରୁ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିରିସୋଲା ମହିମା ଆଶ୍ରମର ମୁଖ୍ୟ ବ୍ରହ୍ମ ଅବଧୂତ ଅନାଦି ବାବା, ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ମିଡ଼ିଆ ସଂଯୋଜକ ଗୋରା ହରିଜନ, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ, ଜୟସେନ ନାଗେଶ, ଜଳନ୍ଧର ସିଂ, ବିପିନ ଭୁକ୍ତା, ଜଗନ୍ନାଥ ମେହେର, ବିଭୁ ମେହେର, ଗୋବର୍ଦ୍ଧନ ସାନ୍ତା , ରାଧବ ସାନ୍ତା ପ୍ରମୁଖ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ପ୍ରତି ସପ୍ତାହରେ ଥରେ କୌଣସି ଏକ ମନ୍ଦିର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ପ୍ରେସ କୁ ଜଣାଇଛନ୍ତି ଯେ ସନାତନ ହିନ୍ଦୁ ଧର୍ମ ସହ ପ୍ରକୃତି ର ନିବିଡ଼ ସଂପର୍କ। ବୃକ୍ଷ ରୋପଣ ହିନ୍ଦୁ ଧର୍ମ ର ଏକ ପ୍ରମୁଖ କାମ ।