-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
16-Jul-2024
ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ପୁଣିଥରେ ସାଂସଦଙ୍କ ପ୍ରତିନିଧି ଭାବେ ବିନିକା ସହରର ଯୁବ ଆଇନଜିବି ପ୍ରଶାନ୍ତ କୁମାର ଦଣ୍ଡସନା ନିଯୁକ୍ତି ପାଇଛନ୍ତି। ସେହିପରି ବିନିକା ବ୍ଲକ ପାଇଁ ସିଲାଟି ଗ୍ରାମର ବାବୁଲୁ ବିଶି ସାଂସଦଙ୍କ ପ୍ରତିନିଧି ଭାବେ ନିଯୁକ୍ତି ହୋଇଛନ୍ତି।ଏନେଇ ଗତକାଲି ମାନ୍ୟବର ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ତାଙ୍କ ବ୍ୟକ୍ତିଗତ ଚିଠିରେ ପ୍ରତିନିଧି ନିଯୁକ୍ତି ନେଇ ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିନିକା ବିଡ଼ିଓଙ୍କୁ ଜଣାଇ ଦେଇଥିବା ଜଣାପଡିଛି ।ସାଂସଦ ପ୍ରତିନିଧି ନିଯୁକ୍ତି ପରେ ସାଂସଦ ପାଣ୍ଠିରୁ ହେବାକୁ ଯାଉଥିବା ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତିର ତ୍ଵରାନିତ ଉପରେ ଗୁରୁତ୍ତ୍ଵ ଦେବେ ବୋଲି ଉଭୟ ସାଂସଦ ପ୍ରତିନିଧି ପ୍ରକାଶ କରିଛନ୍ତି।