-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
15-Jul-2024
ଲୋଇସିଂହା, (ବିନୋଦ ଦୀପ) : ତୃଣମୂଳ ସ୍ତରର ଲୋକଙ୍କ ସମସ୍ୟାକୁ ଯଥାଶୀଘ୍ର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ‘ଗାଁରେ ପ୍ରଶାସନ’ । ଏହି ଅବସରରେ ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ଶିବିରରେ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ପ୍ରାୟ ୮୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା l ଅଭିଯୋଗ ଗୁଡ଼ିକର ସମାଧାନ ସକାଶେ ବ୍ଲକ ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ଅକ୍ଷୟ ପାଣି ଉଦ୍ଦୁ ପ୍ରକାଶ କରିଛନ୍ତି l ବୁଢ଼ୀପଦର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଡ଼ିଓ ଅକ୍ଷୟପାଣି ଉଦ୍ଦୁ, ତହସିଲଦାର ସଂଘମିତ୍ରା କାଲୋ, ଜିପିଓ କିଶୋର ଚନ୍ଦ୍ର ମାନସିଂହ, ପିଏ ରାଜେନ୍ଦ୍ର ବାବୁ, ସିଡ଼ିପିଓ ଗାୟତ୍ରୀ ବାରିକ, ଯୋଗାଣ ଅଧିକାରୀ ସୌମ୍ୟରଞ୍ଜନ ମହାନନ୍ଦ, ବିଏସ୍ଏସ୍ଓ ଆଶା ପଧାନ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ପଂଚାୟତ କର୍ତ୍ତୃପକ୍ଷ ସମସ୍ତ ସହଯୋଗ କରିଥିଲେ l