-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
14-Jul-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସି ଅନ୍ତର୍ଗତ ଖର୍ଡା ପାଖରେ ଥିବା ମୁଡାଢିପର ୧୯ବର୍ଷିୟ ଶ୍ରୀତମ ଶର୍ମାଙ୍କୁ ତମ୍ବାତାର ଚୋରି ଅଭିଯୋଗରେ ତୁଷୁରା ପୋଲିସ ଗିରଫ କରି ଶନିବାର ବଲାଙ୍ଗୀର କୋର୍ଟଚାଲାଣ କରାଯାଇଥିବା ତୁଷୁରା ଥାନାଧିକାରୀ ଶଶୀଭୁଷଣ ମିଶ୍ର ପ୍ରକାଶ କରିଛନ୍ତି। କିଛି ଦିନ ତଳେ ଏୟାରଟେଲ ଟାୱାରରୁ ତମ୍ବାତାର ଚୋରି ହୋଇଥିବା ନେଇ କମ୍ପାନୀ କର୍ତ୍ତୃପକ୍ଷ ତୁଷୁରା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ତୁଷୁରା ଥାନାରେ କେଶ ନମ୍ବର ୨୦୮/୨୪ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ଖୋଜାଖୋଜି କରି ଶ୍ରୀତମଙ୍କ ଠାରୁ ତିନି କେଜି ତମ୍ବାତାର ପୋଲିସ ଜବତ କରିଥିଲେ ।