-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ଆଦର୍ଶ ଶିଷ୍ୟ ହିଁ ଗୁରୁଙ୍କ ଶ୍ରେଷ୍ଠ ଭୂଷଣ

13-Jul-2024



ଡେଲାଙ୍ଗ(ଦିଲୀପ କୁମାର ଧାଉଡିଆ): ଶିଷ୍ୟ ଶିଷ୍ୟା ବା  ଛାତ୍ର ଛାତ୍ରୀମାନେ ହିଁ ଆମ ସମାଜର ଭବିଷ୍ୟତ। ସେମାନେ ସତ୍ ପଥର ପଥିକ ହୋଇ ଜନସେବା ଓ ସମାଜ ସେବାରେ ବ୍ରତୀ ହୋଇପାରିଲେ ତାହା ହିଁ ଗୁରୁଙ୍କ ପାଇଁ ଶ୍ରେଷ୍ଠ ଭୂଷଣ ଓ ଶ୍ରେଷ୍ଠ ସମ୍ମାନ ବୋଲି ଜେନାପୁର ଗ୍ରାମ ପଞ୍ଚାୟତ ଅଧୀନ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମହାପାତ୍ରଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ଉତ୍ସବ ସହ ଏକାଦିକ୍ରମେ ରେଞ୍ଚ, ମୋହନପୁରର ବରିଷ୍ଠ ଶିକ୍ଷୟିତ୍ରୀ ଓ ଘୋରଡିଆ ସଂଯୁକ୍ତ ଉପ୍ରା ବିଦ୍ୟାଳୟ ଏବଂ ମୋଟରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟଗଣ୍ୟ ଅତିଥିମାନେ ସାର୍ବଜନୀନ ମତବ୍ୟକ୍ତ କରିଛନ୍ତି। ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଉଥିବା ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ପିପିଲିର ପ୍ରାକ୍ତନ ଡ଼ି ଆଇ ସଚ୍ଚିଦାନନ୍ଦ ପ୍ରଧାନ, ପୂର୍ବତନ ଅଲୋସ୍ତା  ଶିକ୍ଷକ ସଂଘ ସମ୍ପାଦକ ଭୁବନେଶ୍ୱର ସ୍ଵାଇଁ, ସମାଜ ସେବୀ ପ୍ରଫୁଲ୍ଲ ବରାଳ, ପୂର୍ବତନ ବିଇଓ ଯୁଧିଷ୍ଠିର ପରିଡ଼ା, ଏବିଇଓ ଶ୍ୟାମସୁନ୍ଦର ଦାସ,ଅଲୋସ୍ତା ଶିକ୍ଷକ ସଂଘ ନେତା ନରସିଂହ ହୋତା,ଗୁଣନିଧି ବଳିୟାର ସିଂହ, ନରେନ୍ଦ୍ର ଜେନା,  ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ, ଦୟାନିଧି ମାର୍ଥା, ପ୍ରଧାନ ଶିକ୍ଷକ ପ୍ରକାଶ ଜେନା, ଅମରେନ୍ଦ୍ର ମଙ୍ଗରାଜ, ସିଆରସିସି ପବିତ୍ର ପଣ୍ଡା, ଶିକ୍ଷାବିତ୍ ନିରଞ୍ଜନ ସାହୁ,ସର୍ବେଶ୍ବର ଭୁଜବଳ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଜୀବନର ସଫଳତା ଓ ସାର୍ଥକତା ଗୁରୁଜୀଗୁରୁମାଙ୍କ ପାଇଁ ଶ୍ରେଷ୍ଠ ଭୂଷଣ ବୋଲି ଅଭିହିତ କରି ସନ୍ତୋଷ ଓ ଶୃଙ୍ଖଳିତ ଆଚରଣ ଉପରେ ଗୁରୁତ୍ୱାରୋପ ସହ କୈଳାସ ସାର୍ ଙ୍କ  ଧୈର୍ଯ୍ୟଶୀଳତା ,ସହିଷ୍ଣୁତା ଓ ସୁଗୁଣ ବ୍ୟକ୍ତ କରିଥିଲେ।। ଶିକ୍ଷାବିତ୍  ବିଭୁତି ଭୁଷଣ ହୋତା ବ୍ଲକ୍ ଗ୍ରାଣ୍ଟ୍ ବିଦ୍ୟାଳୟରେ ଶିକ୍ଷକତା କରିବାର ଦୁଃଖଦ ଅନୁଭୂତିକୁ ବର୍ଣ୍ଣନା କରି ଏହି ବିଦ୍ୟାଳୟ ତିଷ୍ଠି ରହିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ରୁନୁବାଳା ମହାପାତ୍ର ଓ ଶିକ୍ଷକ ଫକୀର ଦାସ ଶ୍ରୀଯୁକ୍ତ ମହାପାତ୍ରଙ୍କ ଧୈର୍ଯ୍ୟ ଓ ନିଷ୍ଠାପର କାର୍ଯ୍ୟବାଳୀ କଥା କହି ତାଙ୍କର ନିରାମୟ ଜୀବନ କାମନା କରିଥିଲେ।୧୯୯୨ମସିହାରେ ବିଦ୍ୟାଳୟ ପ୍ରତିଷ୍ଠାରେ ଗୋବିନ୍ଦପୁର ଗାଁର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ସ୍ଵାଇଁ, ବୁଦ୍ଧିଜୀବୀ ପ୍ରଫୁଲ୍ଲ ବରାଳ, ସୁରେନ୍ଦ୍ର ପଟ୍ଟନାୟକ ଆଦି ଗ୍ରାମବାସୀଙ୍କ ପ୍ରଚେଷ୍ଟା  ଅବଦାନ,ବିନା ପାରିଶ୍ରମିକରେ ଶିକ୍ଷାଦାନର ମହାନତା ଓ ଅଙ୍ଗେ ନିଭାଇଥିବା ଅନେକ କଥାକୁ ବିଦାୟୀ ପ୍ରଧାନ ଶିକ୍ଷକ କୈଳାସ  ମହାପାତ୍ର ବର୍ଣ୍ଣନା କରିଥିଲେ। ଡେଲାଙ୍ଗ ୟୁଜିୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ ଓ ଶିକ୍ଷକ ଦିଲ୍ଲୀପ ନାୟକ ବାଦ୍ୟର ତାଳେ ତାଳେ ସଙ୍ଗୀତ ମାଧ୍ୟମରେ ମଞ୍ଚ ପରିଚାଳନା ଓ ଅତିଥି ପରିଚାଳନା ଅଭିନବ ଢାଞ୍ଚାରେ ନିର୍ବାହ କରିଥିଲେ। ଛାତ୍ରୀ ମଧୁସ୍ମିତା ସ୍ଵାଇଁଙ୍କ ଓ ସୁମିତ୍ରା ମହାପାତ୍ରଙ୍କ ଆବେଗପୂର୍ଣ୍ଣ ବକ୍ତବ୍ୟରେ ଗୁରୁଙ୍କ ଅବଦାନର  ଅଭୁଲା ଅନୁଭୁତି ଓ ଜୀବନ ଦର୍ଶନ ବର୍ଣ୍ଣନା ଏବଂ କନ୍ୟା ମୋନାଲିସା ମହାପାତ୍ରଙ୍କ ଆଦର୍ଶ ପିତାଙ୍କ ଆଦର୍ଶ ଜୀବନଶୈଳୀ ଉପସ୍ଥାପନା ବେଶ୍ ଶିକ୍ଷଣୀୟ , ସ୍ମୃରଣୀୟ  ଓ ଗ୍ରହଣୀୟ ଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ପରିଡା, ଗୋବିନ୍ଦପୁର ଗ୍ରାମ୍ୟ କମିଟି ସଭାପତି ତ୍ରିନାଥ ପଟ୍ଟନାୟକ, ବିଦ୍ୟାଳୟର ସଭାପତି ରବିନ୍ଦ୍ର ମାଝୀ, ବୁଦ୍ଧିଜୀବୀ ରାମଚନ୍ଦ୍ର ବେହେରା,ଛାତ୍ର ଛାତ୍ରୀ, ଗ୍ରାମବାସୀ, କମିଟି ସଭ୍ୟ ସଭ୍ୟା ଆଦିଙ୍କ ସମ୍ମିଳିତ ସହଯୋଗରେ ଶ୍ରୀଯୁକ୍ତ ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ସରସ ,ସୁନ୍ଦର ଓ ସଫଳ ହୋଇଥିବାରୁ ସମସ୍ତେ ଗ୍ରାମବାସୀ , ବିଦ୍ୟାଳୟ ,କୈଳାସ ଓ ପ୍ରକାଶ ଗୁରୁଜୀଙ୍କ ଭୂରି ଭୂରି ପ୍ରଶଂସା କରିଥିଲେ।ଏଥିରେ ପଣ୍ଡିତ ରବିନ୍ଦ୍ର ପ୍ରଧାନ, ଶିକ୍ଷକ ଗୋପାଳ  ବେହେରା, ବିକ୍ରମ ପାତ୍ର, ଲକ୍ଷ୍ମଣ ପୂଜାରୀ, ଅବସରପ୍ରାପ୍ତ ଶିକ୍ଷକ ସଦାଶିବ ବିଶ୍ବାଳ,ଶିକ୍ଷୟିତ୍ରୀ ନିବେଦିତା ମିଶ୍ର,ରମାମଣି ଦେଇ, ନଳିନୀ ପାଣି, ଶ୍ରୀମତି ବେହେରା , ପାର୍ବତୀ ମହାପାତ୍ର, ବିଇଓଙ୍କ କାର୍ଯ୍ୟାଳୟ କର୍ମଚାରୀ ନବ ମିଶ୍ର ଓ ଅନ୍ୟ ମାନେ ଯୋଗଦାନ ପୂର୍ବକ ସମୁତ୍ସାହିତ କରି ଶ୍ରୀଯୁକ୍ତ ମହାପାତ୍ରଙ୍କ ନିରାମୟ ଜୀବନ କାମନା କରିଥିଲେ।ସେହିପରି ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ବିଶ୍ବାଳ, ଶିକ୍ଷୟିତ୍ରୀ ମମତା ପ୍ରଧାନ, ସ୍ଵାଗତିକା ସ୍ବାଇଁ ,ସିଆରସିସି ଜଗନ୍ନାଥ ପରିଡ଼ା ଓ ପରିଚାଳନା କମିଟିର ମିଳିତ ସହଯୋଗରେ ଆୟୋଜିତ ରେଞ୍ଚ ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ମୀନା ଦେଇଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ଉତ୍ସବରେ ବିଇଓ ବିନୋଦ ପ୍ରାମାଣିକ, ଏବିଇଓ ଲକ୍ଷ୍ମଣ ପ୍ରଧାନ, ସୁଷମା ଦାଶ,ସଞ୍ଜୁକ୍ତା ମିଶ୍ର, ଛାଟୋଇ ମୋତିଲାଲ, ବରିଷ୍ଠ ଶିକ୍ଷକ ରମେଶ ପ୍ରଧାନ, ପ୍ରାକ୍ତନ ଶିକ୍ଷକ ନେତା ଦୁର୍ଯ୍ୟୋଧନ ସାହୁ, ସାହିତ୍ୟିକ ସନ୍ତୋଷ ମହାନ୍ତି,ସନ୍ତୋଷ ମିଶ୍ରଙ୍କ ସହ ଅନ୍ୟମାନେ ଯୋଗଦେଇ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମୂଲ୍ୟବୋଧକୁ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନ ଶିକ୍ଷକ ପ୍ରଭାତ ସେଠୀ,ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମୋହନପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ଗଜେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ୍ ଗୋଲକ ବରାଳ,ଅନନ୍ତ ସାହୁ, ଶିକ୍ଷକ ଅର୍ଜୁନ ବେହେରା,ପ୍ରଦୀପ ସେଠୀ, ଅଶୋକ ପ୍ରଧାନ,ରମେଶ ବଳବନ୍ତରାୟ, ଗୋପାଳ ମହାପାତ୍ର, କୈଳାସ ପ୍ରଧାନ, ବିଚିତ୍ରାନନ୍ଦ ନାୟକ, ଅଭୟ ସାହୁ,ସିଆରସିସି ତପନ ମଲ୍ଲିକ , ତୁଷାର ପ୍ରଧାନ, ମଞ୍ଜୁଲତା ଦେଇ, ସରୋଜିନୀ ଜେନା ପ୍ରମୁଖ ଯୋଗଦେଇ ଅଭିଭାବକ,ପ୍ରଶାସନ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ମିଳିତ ପ୍ରଚେଷ୍ଟା ଦ୍ବାରା ବିଦ୍ୟାଳୟର ଉନ୍ନତି ସମ୍ଭବ ବୋଲି ବକ୍ତବ୍ୟରେ ବ୍ୟକ୍ତ କରି ଗୁରୁ ମାଙ୍କ ନିରାମୟ ଜୀବନ କାମନା କରିଥିଲେ। ସେହିପରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସକିନା ବେଗମ୍ ,ବିଦ୍ୟାଳୟର ସବୁ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି, ଛାତ୍ର ଛାତ୍ରୀଙ୍କ ଉଦ୍ୟମରେ ଘୋରଡିଆ ବିଜେବି ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶା କୁମାରୀ ଦେଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ବିଇଓ,ଶିକ୍ଷାବିତ୍, ବୁଦ୍ଧିଜୀବୀ, ସମାଜସେବୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷକ ସଂଘ ସମ୍ପାଦକ ପ୍ରଶାନ୍ତ ଦାସ ଯୋଗଦେଇ ଗୁରୁମାଙ୍କ ସରଳ ଜୀବନ ଶୈଳୀ, ଅମାୟିକ ବ୍ୟବହାର ଉପରେ ଆଲୋକପାତ କରି ଶୃଙ୍ଖଳିତ ଜୀବନ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନୁରୂପ ଭାବେ ଗଡମୋଟରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାନ୍ତିଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟଗଣ୍ୟ ଅତିଥି ମାନେ ଯୋଗ ଦେଇ ମଣିଷ ପଣିଆ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like