-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ରାଜ୍ୟ

ତୁଷୁରା ସରକାରୀ ହାସପାତାଳ ପରିସରରେ ଷ୍ଟଲ୍ ନିର୍ମାଣ ବିବାଦ, କିଏ ଠିକ୍ ? ସିଡିଏମଓ ନା ଏମ୍ ଓ ? ସ୍ବାସ୍ଥ୍ୟମନ୍ତ୍ରୀ ଆଗ ଘର ସଜାଡନ୍ତୁ  !

13-Jul-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ତୁଷୁରା ସରକାରୀ ହସ୍ପିଟାଲ ପରିସରରେ ଷ୍ଟଲ୍ ନିର୍ମାଣକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସରକାରୀ ଡାକ୍ତରଖାନା ପରିସରରେ ଔଷଧଦୋକାନ ଖୋଲିବାକୁ ନିଷେଧ କରାଯାଇଥିବା ବେଳେ ରୋଗୀ କଲ୍ୟାଣ ସମିତି ଆଳରେ ଏଠାରେ ୧୦ଟି ଷ୍ଟଲ୍ ନିର୍ମାଣ କରାଯାଉଛି, ଯାହାର ଗେଟ୍ ପାଖର ବାହାରପଟକୁ ମୁହଁ ଥିବା ଷ୍ଟଲ୍ ଟିରେ ଏକ ଔଷଧଦୋକାନ ଖୋଲିବାକୁ ଯାଉଥିବା କୁହାଯାଉଛି । ତୁଷୁରା ଜିଲ୍ଲାର ଏକ ମାରୁଆଡି ଅଧ୍ୟୁଷିତ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ବଜାରର ମୁଖ୍ୟସ୍ଥଳରେ ଅବସ୍ଥିତ ଏହି ହାସପାତାଳର ପରିସରରେ ଦୋକାନଘରର ଯଥେଷ୍ଟ ଚାହିଦା ରହିଛି । ଏଣୁ ଷ୍ଟଲ୍ ବୁକିଂ ପାଇଁ ଲକ୍ଷାଧିକ ଟଙ୍କାର ଅଗ୍ରୀମ ସଂଗ୍ରହ କରାଯାଇଥିବା ଜଣାଯାଇଛି । ତେବେ ଏହାକୁ ବେଆଇନ୍ ଅଭିଯୋଗ କରାଯାଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉପରିସ୍ଥ ଜିଲ୍ଲା ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରାଯିବାରୁ ବଲାଙ୍ଗୀର ସିଡିଏମଓ ଏହି ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତାଙ୍କ ନିର୍ଦ୍ଦେଶକୁ ବେଖାତିର୍ କରାଯାଇ ନିର୍ମାଣ କାମ ଚାଲୁ ରହିଛି । 

ଏ ସମ୍ପର୍କରେ ଏହି ହାସପାତାଳର ମେଡିକାଲ ଅଫିସର ଥିବା ଡା ଲଲାଟେନ୍ଦୁ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏହା ରୋଗୀ କଲ୍ୟାଣ ସମିତି କରୁଛି । ସେଥିରେ ମୋର କିଛିନାହିଁ କହି ସଫେଇ ଦେଇଛନ୍ତି । ଏ ସମ୍ପର୍କରେ ସିଡିଏମଓ ଡା ପ୍ରଦୀପ କୁମାର ଗୁରୁ କହିଛନ୍ତି ଯେ, ' ମୁଁ  ନିର୍ମାଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ।  ଏ ସମ୍ପର୍କରେ ସରକାରଙ୍କୁ ମଧ୍ୟ ଜଣାଇ ଦେଇଛି ।  ନ ମାନିଲେ ଥାନାରେ ଏତଲା ଦିଆଯିବ । ' ସର୍ବଶେଷ ସୂଚନା ଅନୁଯାୟୀ, ଆଜି ଏ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ବଲାଙ୍ଗୀର ଆସିଥିବା ଅବସରରେ ତାଙ୍କର ଦୃଷ୍ଟିଆକର୍ଷଣ ମଧ୍ୟ କରାଯାଇଛି ।

ଉଲ୍ଲେଖନୀୟ ଯେ ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲାର ବାସିନ୍ଦା ହୋଇଥିବାବେଳେ ଉକ୍ତ ଡାକ୍ତର ଜଣକ ମଧ୍ୟ ତୁଷୁରା ନିକଟସ୍ଥ କୁତୁର୍ଲାର ବାସିନ୍ଦା ଅଟନ୍ତି ।  ଶୁଣିବାକୁ ମିଳିଛି ଯେ ସେ ଗତ ବିଜେଡି ସରକାରର ସ୍ଥାନୀୟ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସୁପାରିଶ୍ ରେ ଏହି ଷ୍ଟଲ୍ ନିର୍ମାଣର ଆଦେଶ ହାତେଇଥିଲେ ଓ ଏତଦ୍ଦ୍ୱାରା ଡାକ୍ତରଖାନାକୁ ଆର୍ଥିକ ସହାୟତା ମିଳିପାରିବ ଆଳରେ ଷ୍ଟଲ୍ ବିକା ଅର୍ଥରେ ଏହାର ନିର୍ମାଣ ଚାଲିଛି । ଏହି ଡାକ୍ତରଙ୍କ ସହ ପୂର୍ବମନ୍ତ୍ରୀ ଟୁକୁନୀ ସାହୁଙ୍କର ରାଜନୈତିକ ସମ୍ପର୍କ ଥିବା ଓ ସେ  ଚାକିରୀରୁ ଇସ୍ତଫା ଦେଇ ଗତ ନିର୍ବାଚନରେ ରେଢାଖୋଲରୁ ବିଧାୟକ ପ୍ରାର୍ଥୀ ମଧ୍ୟ ହୋଇଥିବା ଶୁଣିବାକୁ ମିଳିଛି । ପରେ ସେ ପୁଣି ଚାକିରୀରେ ଯୋଗଦେଇ ଏଠାରେ ଏମ୍ ଓ ଭାବରେ ଅବସ୍ଥାପିତ ଅଛନ୍ତି । ସେ ଯାହାହେଉ, ସଂପ୍ରତି ଏହି ସରକାରୀ ଡାକ୍ତରଖାନା ପରିସରରେ ଅଭିଯୋଗ ହେଉଥିବା ବେଆଇନ୍ ଷ୍ଟଲ୍ ନିର୍ମାଣ ବିବାଦୀୟ ହୋଇପଡିଛି । ତେବେ କିଏ ଠିକ୍  ? ସିଡିଏମଓ ନା ମେଡିକାଲ ଅଫିସର  ? ଏଥିରେ ପ୍ରକୃତରେ ଉକ୍ତ ଡାକ୍ତରଙ୍କର ହାତ ଅଛି କି ନାହିଁ,  ତଦନ୍ତସାପେକ୍ଷ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like