-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ଲୋଇସିଂହା, (ବିନୋଦ ଦୀପ)-କେନ୍ଦ୍ର ସରକକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନ(ଗ୍ରାମୀଣ) କୁ ହଡପ ଓ ଚଂଚକତା କରି ନିଜସ୍ୱ ଯୋଜନାରେ ଘର ନିର୍ମାଣ ହେଉଛି ।ରାଜ୍ୟ ସରକାର ନିଜ ଷ୍ଟିକର ଦେଇ ଏହି ଯୋଜନାର ବାହା ବାହା ନେଉଥିବା ବେଳେ କେନ୍ଦ୍ର ସରକାର ହିଁ ଏହି ଯୋଜନାର ପ୍ରଣୟନକର୍ତ୍ତା । ମିଥ୍ୟ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଥିବା ନବୀନ ସରକାର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି । ଏ ନେଇ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲୋଇସିଂହା ବିଜେପି ପକ୍ଷରୁ ଲୋଇସିଂହା ଓ ଆଗଲପୁର ବିଡିଓଙ୍କ ପୃଥକ ଭାବରେ ଦାବିପତ୍ର ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ୨ଠ୨୨ ମସିହା ସୁଦ୍ଧା ଦେଶର ସବୁ ଯୋଗ୍ୟ ପରିବାରଙ୍କୁ ଆବାସ ପ୍ରଦାନ କରିବା ହେଉଛି ପ୍ରଦାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଜ ଜାତୀୟ ଫ୍ଲାଗସିପ୍ ଯୋଜନା । ହେଲେ ରାଜ୍ୟ ସରକାର ନିଜେ ବ୍ରାଣ୍ଡିଂ କରି ରାଜ୍ୟବାସୀଙ୍କୁ ଭ୍ରମିତା କରିବା ସହ ଅଧିକାଂଶ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ପାଇବାରୁ ବଂଚିତ କରୁଥିବା ବିଜେପି ଅଡଭିଯୋଗ କରିଛି । ଅନେକ ଯୋଗ୍ୟ ହିତାଧିକରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି ଏବଂ ଅନେକଙ୍କ ଠାରୁ ଉତ୍କୋଚ ଦାବି କରାଯାଉଥିବା ଅଭିଯୋଗ ହେଉଛି । ପୁଣି ଓଡ଼ିଶା ସରକାରଙ୍କ ପଂଚାୟତିରାଜ ବିଭାଗର ୱେବ୍ ସାଇଟ୍ରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ନ କରି ସରକାର ଦୁର୍ନୀତିର ଗଲାବାଟ ଖୋଲି ଦେଇଛନ୍ତି । ଏ ନେଇ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ତଥା ଜନସାଧାରଣ ଲୋଇସିଂହା ଓ ଆଗଲପୁର ବଡିଓଙ୍କ ପାଖକୁ ଯାଇ ନିଜର ୬ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଯୋଗ୍ୟ ହିତାଧିକାରୀ ମାନଙ୍କୁ ପଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରିବା ତଥା କେନ୍ଦ୍ରର ଯୋଜନାକୁ ରାଜ୍ୟ ସରକାର ହଡପ କରିବାର ମନୋବୃତ୍ତିରୁ କ୍ଷାନ୍ତ ରୁହନ୍ତୁ ବୋଲି ବିଜେପି ଦାବି କରିଛି ।