-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Jul-2024
ବଙ୍ଗୋମୁଣ୍ଡା /ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଥିବା ସର୍ବପ୍ରାଚୀନ ତଥା ଦେଶର ଅନନ୍ୟ ଯୋଗିନୀ ପୀଠ ରାଣୀପୁର ଝରିଆଲ ରେ ସୋମବାର ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମନ୍ଦିର ଟ୍ରଷ୍ଟ କମିଟିର ସଭାପତି ମାଣିକ ଚନ୍ଦ ଜୈନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ଏହି ସମ୍ବର୍ଦ୍ଧନା ସଭାରେ ଆବାହକ ଅନୀଲ କୁମାର ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ଏଥିରେ ଯୋଗ ଦେଇଥିବା ବଲାଙ୍ଗୀର ସାଂସଦ ପ୍ରତିନିଧି ଅନିଲ ନାଏକ ରାଣୀପୁର ଝରିଆଲ ବିକାଶ ପାଇଁ ଏବେ ଠିକ୍ ସମୟ ଆସିଯାଇଛି ବୋଳି ନିଜ ବକ୍ତବ୍ୟରେ କହିଥିଲେ। ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ବର୍ତ୍ତମାନ ଡବଳ ଇଞ୍ଜିନ ସରକାର ଆସିଯାଇଛି ତେଣୁ ଶହଶହ ବର୍ଷ ଧରି ଏତେ ବଡ ପୀଠର ଉନ୍ନତି ନ ହୋଇ ବିଳିନ ହେବାକୁ ଯାଉଥିବା ନିଶ୍ଚୟ ଚିନ୍ତାର ବିଷୟ ତେଣୁ ଆଗକୁ ପୀଠର ଉନ୍ନତି ଓ ବିକାଶ କିପରି ହୋଇପାରିବ ତା ଉପରେ କାମକରାଯିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସେହିପରି ଭାବେ ବିଧାୟକ ଶ୍ରୀ ବାଗ ମୁଁ ନୁଆ ବିଧାୟକ ହୋଇ ଆସିଥିଲେ ହେଁ ଏହି ପୀଠ ପ୍ରତି ମୋର ସମ୍ମାନ ରହିଛି। ପିଠ ପାଇଁ ମୁଁ ଯେତେବେଳେ ଯୋଉ କାମରେ କହିବେ ନିଶ୍ଚୟ କରିବି ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ତେବେ ଉପସ୍ଥିତ ଥିବା ଅଞ୍ଚଳବାସୀ ଶହଶହ ବର୍ଷ ଧରି ଏହି ପିଠକୁ ଆମେ ବଞ୍ଚାଇ ରଖିଛୁ। କିନ୍ତୁ ମାତ୍ର କିଛି ବର୍ଷ ହେଲା ଏଏସଆଇ ଏହି ପୀଠକୁ ନିଜ ହାତକୁ ନେଇଛି ହେଲେ ଯୋଉ ଦିନଠାରୁ ନେଇଛି ଏଠାରେ ସତେ ଯେମିତି ଇଂରେଜ ଶାସନ ଚଳାଉଥିବା ଅଭିଯୋଗ କରିଥିଲେ। ତେଣୁ ଏଏସଆଇ ହାତରୁ ହଟାଇ ପର୍ଯ୍ୟଟନ ବିଭାଗ କୁ ହସ୍ତାନ୍ତର କରି ଏହି ପିଠର ଉନ୍ନତି ଓ ବିକାଶ କରାଇବାରେ ସହାୟକ ହୁଅନ୍ତୁ ବୋଲି ଉପସ୍ଥିତ ଟ୍ରଷ୍ଟ କମିଟି ଓ ଅଞ୍ଚଳବାସୀ ବିଧାୟକ ଓ ସଭାପତିଙ୍କୁ ଅନୁରୋଧ କରିଥିଲେ। କିଛି ଦିନ ପରେ ହେବାକୁଥିବା ଶ୍ରାବଣ ମାସ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏଏସଆଇ ବିଭାଗ ଯେମିତି କୌଣସି କଟକଣା ଲଗାଇ ଭକ୍ତଙ୍କୁ ହଇରାଣ ହରକତ ନ କରିବେ ସେ ଉପରେ ମଧ୍ୟ ଦୁଇ ନେତାଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। ଶେଷରେ ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ବିଧାୟକଙ୍କୁ ଏକ ସ୍ମୃତି ଚିତ୍ର ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଖିରସିନ୍ଧୁ ଭୋଇ, ଇନ୍ଦ୍ରମଣି ଭୋଇ , ପର୍ମାନନ୍ଦ ଭୋଇ, ମଞ୍ଜେସ ମେହେର, ସନ୍ତୋଷ ତ୍ରିପାଠୀ, ନିତ୍ୟାନନ୍ଦ ପୃଷେଠ, ହେମନ୍ତ ସାହୁ, ଯୁବରାଜ ବାଗ, ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ, ଗୋପୀନାଥ ସାହୁ, ପ୍ରହଲ୍ଲାଦ ସାହୁ, ଧନିରାମ ଭୋଇ, ରମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।