-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
29-Dec-2020
ସମ୍ବଲପୁର,୨୯/୧୨(ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡ଼ା କୁ ସୋମବାର କାୟାକଳ୍ପ ଟିମ୍ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଡାକ୍ତରଖାନାର ପରିମଳ ବ୍ୟବସ୍ଥା, ଆବର୍ଜନା ସୁପରିଚାଳନା, ରୋଗୀ ସେବା ଓ ଭିତ୍ତିଭୂମି ସଂକ୍ରାନ୍ତ କାଗଜପତ୍ର ଅନୁଧ୍ୟାନ କରିଥିଲେ । ଏଥିରେ ଡା, ଦିବ୍ୟକିଶୋର ପତି, ଡା, ମହେନ୍ଦ୍ର ନନ୍ଦ, ଡା, ରାମାନୁଜ ପଣ୍ଡା, ଡା, ପ୍ରଦୀପ କୁମାର ହୋତା, ଡା, ଦିଲୀପ ମୁଦୁଲି, ହେମନ୍ତ ନାଗ, ରାମଚନ୍ଦ୍ର ରାଉତ, ଦିଲୀପ କୁମାର ନନ୍ଦ, ଗୁରୁଦତ୍ତ ପୁରୋହିତ ଓ ରୋଗୀ କଲ୍ୟାଣ ସମିତି ସଦସ୍ୟ ହୀରାଲାଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I