-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jul-2024
ଭୁବନେଶ୍ଵର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ): ରାଷ୍ଟ୍ରପତିଙ୍କ ଚାରି ଦିନିଆ ଓଡିଶା ଗସ୍ତର ଆଜି ଶେଷ ଦିନ। ଆଜି ଖୋର୍ଦ୍ଧା ଜଟଣୀ ସ୍ଥିତ ନାଇଜରରେ ରହିଛି ରାଷ୍ଟ୍ରପତିଙ୍କର କାର୍ଯ୍ୟକ୍ରମ। ନାଇଜରର ୧୩ତମ ସ୍ନାତକ ସମାରୋହ ବା ଗ୍ରାଜୁଏସନ୍ ସେରେମନିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯକ୍ରମ ସରିବା ପରେ ସେ ଦିଲ୍ଲୀ ଫେରିଯିବେ। ଏହି ଚାରି ଦିନିଆ ଗସ୍ତରେ ପୁରୀ ରଥଯାତ୍ରା ଦେଖିବା ସହ ବେଳାଭୂମିରେ ପ୍ରାତଃ ଭ୍ରମଣ କରିଥିଲେ ରାଷ୍ଟ୍ରପତି। ପ୍ରଥମ ରାଷ୍ଟ୍ରପତି ଭାବରେ ଘୋଷଯାତ୍ରାରେ ସାମିଲ ହୋଇଥିଲେ ମହାମହିମ। ଏଥିସହିତ ଭୁବନେଶ୍ଵରରେ ଉଦୟଗିରି ଗୁମ୍ପା ବୁଲିଥିଲେ ଏବଂ ଭୁବନେଶ୍ଵରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ