-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
08-Jul-2024
ବଲାଙ୍ଗିର (ପ୍ରେରଣା ଖବର ): ଆସନ୍ତା ଜୁଲାଇ ୨୧ ତାରିଖ ରବିବାର ଦିନ ଝାରସୁଗୁଡ଼ା ଠାରେ ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଏସ୍ ୟୁ ଜେ) ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏବଂ ପଶ୍ଚିମ ଓଡିଶା ସମାବେଶ ଅନୁଷ୍ଠିତ ହେବ। ରାଜ୍ଯ କାର୍ଯ୍ଯକାରିଣୀ ବୈଠକକୁ ସଫଳ କରିବା ତଥା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଏସ୍ ୟୁ ଜେ ସଭ୍ୟ ମାନେ ପ୍ରତିନିଧିତ୍ୱ କରିବା ନେଇ ଆଜି ସନ୍ଧ୍ୟାରେ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଏସ୍ ୟୁ ଜେ ବଲାଙ୍ଗିର ଜିଲ୍ଲା ଶାଖାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ତଥା ଏସ୍ ୟୁ ଜେ ର ଜିଲ୍ଲା ସଭାପତି ଗୋପବନ୍ଧୁ ସତପଥୀ ଓ ସାଧାରଣ ସମ୍ପାଦକ ଶରତ ମହାକୁଡଙ୍କ ନେତୃତ୍ଵରେ ସଂଘର ସମସ୍ତ ସଭ୍ୟ ୨୧ ତାରିଖ ଦିନ ଝାରସୁଗୁଡ଼ାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ନିଷ୍ପତ୍ତି ହୋଇଛି l ଆଜିର ବୈଠକରେ ସଂଘର ରାଜ୍ଯ ସାଧାରଣ ସମ୍ପାଦକ ମହେନ୍ଦ୍ର ଦର୍ଜି, ଜିଲ୍ଲା ସମ୍ପାଦକ ରଘୁ ନନ୍ଦନ ସିଂହ, ସଭ୍ଯ ସନ୍ତୋଷ କୁମାର ଠାକୁର, ନିରୋଜ ମିଶ୍ର, ପୱନ ଅଗ୍ରୱାଲ, ମହେନ୍ଦ୍ର ପ୍ରଧାନ, ରାଧାକୃଷ୍ଣ ମିଶ୍ର ପ୍ରମୁଖ ଯୋଗ ଦେଇ ଝାରସୁଗୁଡ଼ା ବୈଠକକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ l