-+91-9937148622 |

prerana_bgr@rediffmail.com |

  Friday 15th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   (15-May-2026)       ||      ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ    (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      *ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   (14-May-2026)       ||      ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   (14-May-2026)       ||      ସାମ୍ବାଦିକ ଙ୍କ ମାତୃ ବିୟୋଗ   (14-May-2026)       ||      ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   (14-May-2026)       ||      ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   (14-May-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   (14-May-2026)       ||      ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ    (14-May-2026)       ||      ଦଶମ ଜିଲ୍ଲାପରିଷଦ ବୈଠକ ଶେଷ    (14-May-2026)       ||      ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   (14-May-2026)       ||      ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (14-May-2026)       ||      ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା    (14-May-2026)       ||      ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ସଫଳତା, ୯୦.୪ପ୍ରତିଶତ ରଖି ସୋନାଲି କର୍ଣ୍ଣ ସ୍କୁଲ ଟପ୍ପର    (14-May-2026)       ||      ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍   (14-May-2026)       ||      ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||      ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   (13-May-2026)       ||     

HOME   ରାଜ୍ୟ

ସୋନପୁର ଜିଲ୍ଲାରେ କୋଟି କୋଟି ଟଙ୍କାର ମିଥ୍ୟାଧାନକିଣା  ! ଗୁମର ଖୋଲିଲା କମସରା ପେକ୍ସ

07-Jul-2024



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ): ଗତ ଖରିଫ୍ ଋତୁରେ ମଣ୍ଡି ଓ ପେକ୍ସ ଜରିଆରେ ଯୋଗାଣବିଭାଗର ସରକାରୀ ଦରରେ ଚାଷୀଙ୍କଠାରୁ ଧାନକିଣାରେ ମିଥ୍ୟାଖର୍ଦ୍ଦି ଦର୍ଶାଯାଇ ସୋନପୁର ଜିଲ୍ଲାରେ କୋଟି କୋଟି ଟଙ୍କାର ଦୁର୍ନୀତି କରାଯାଇ ଥିବା ଜଣାପଡିଛି । ତରଭା ବ୍ଲକ୍ ର କମସରା ପେକ୍ସରେ ୧୯ ଜଣ ଚାଷୀଙ୍କୁ ଫେକ୍ ଭେଣ୍ଡରର ରସିଦ୍ ଦେଇ ପ୍ରାୟ ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନ ଦେଇ ଡାଟା ଏଣ୍ଟ୍ରି ଅପରେଟର ଫେରାର୍ ରହିବା ଓ ସମ୍ପାଦକ ନିଜେ ଏଥିରେ ଜଡିତ ନଥିବା ସଫେଇ ଦେବାରୁ ଫେକ୍ ଭେଣ୍ଡର ରସିଦ୍ ପାଇଥିବା ଚାଷୀମାନଙ୍କ ପକ୍ଷରୁ ପାଉଣା ଦାବିକରି ସୋନପୁର ଡିଆରସିଏସ୍ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯିବାରୁ ଏହାର ତଦନ୍ତ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ବନାମ ସିଏସ୍ ଓ ଏବଂ ଏଆରସିଏସଙ୍କ ନେତୃତ୍ବରେ ଦୁଇଟି ତଦନ୍ତକମିଟି ଗଠନ କରାଯାଥିବା ପ୍ରକାଶ ।

ଅଭିଯୋଗ ପାଇବା ପରେ ସୋନପୁର ଏଆରସିଏସ ପାଣୁ ଚରଣ ସାହୁ କମସରା ପେକ୍ସକୁ ଯାଇ ଅଭିଯୋଗର ପ୍ରାଥମିକ ତଦନ୍ତ କରିବା ପରେ ଡିଇଓ ମନୋରଞ୍ଜନ ମିଶ୍ର ପେକ୍ସକୁ ନ ଆସି ଫେରାର୍ ରହିଥିବାରୁ ତରଭାଥାନାରେ ଏକ ଅଭିଯୋଗ କରିଥିବା ପ୍ରକାଶ ।

ଅଭିଯୋଗ ଅନୁଯାୟୀ , କୁମାରମୁଣ୍ଡା ଗ୍ରାମର ଜଣେ ଚାଷୀ ଶକ୍ତି ସାହୁ ସେ ପାଇଥିବା ତାଙ୍କର ଦୁଇଟି ଭେଣ୍ଡର ରସିଦ୍ ର ପ୍ରାୟ ୧୫ ଲକ୍ଷ ଟଙ୍କାର ପାଉଣା ଗତ ୪ ମାସ ହେଲା ପାଇ ନଥିବା ସମେତ ଅନ୍ୟ ଚାଷୀମାନଙ୍କର ମୋଟ ପ୍ରାୟ ୩୫ ଲକ୍ଷଟଙ୍କା ବକେୟା ରହିଛି । ଆଜି ଟଙ୍କା ପଡିବ , କାଲି ଟଙ୍କା ପଡିଯିବି
 କହି ଡିଇଓ ଦିନ ଗଡାଇ ଶେଷରେ ଫେରାର୍ ହୋଇଯାଇଥିବା ଶକ୍ତି ସାହୁ ଅଭିଯୋଗ ପ୍ରକାଶ କରୁଛନ୍ତି । ଦ୍ବିତୀୟତଃ ଉକ୍ତ ପେକ୍ସର ସମ୍ପାଦକ ଛନ୍ଦା ଚରଣ ପଣ୍ଡା ସେ ସମ୍ପର୍କରେ ଜାଣି ନଥିବା ଓ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଗତ ଜାନୁଆରୀ ୩୧ ତାରିଖରେ ତାଙ୍କ ପେକ୍ସର ଗତ ଖରିଫ ଧାନକିଣା ଟାର୍ଗେଟ୍ ପୁରିଯାଇଥିଲା । ଏହି ଅନୁଯାୟୀ , ମୋଟ ୩୪୯ ଜଣ ଚାଷୀଙ୍କର ୪୦୩ଟି ଭେଣ୍ଡରର ଟାର୍ଗେଟ୍ ଥିବା ୧୬ ୫୪୯ .୮୬ କ୍ବିଣ୍ଟାଲ୍ ମୋଟ ୩ କୋଟି ୬୧ ଲକ୍ଷ ୨୮ ୩୪୪ ଟଙ୍କା ପେମେଣ୍ଟ ହୋଇ ସାରିଛି ଓ ଆଉ କାହାର କିଛି ବାକି ନାହିଁ । 

କିନ୍ତୁ ଅଭିଯୋଗକାରୀ ୧୯ ଜଣ ବକେୟା ଦାବି କରୁଥିବା ଓ ମୁଖ୍ୟତଃ ଜଣେ ବଡଚାଷୀ କୁମ୍ଭାରମୁଣ୍ଡାର ଶକ୍ତି ସାହୁ ଅଭିଯୋଗ କରୁଛନ୍ତି ଯେ ସେ ଓ ଏହି ଚାଷୀମାନଙ୍କୁ ଫେବୃୟାରୀ ୨ ରୁ ୫ ତାରିଖ ମଧ୍ୟରେ ଡିଇଓ ଧାନ ରିସୀଭ୍ କରି ଭେଣ୍ଡର ରସିଦ୍ ଦେଇଥିଲେ ହେଁ, ଟଙ୍କା ନ ଦେଇ ଫେରାର୍ ହୋଇଯାଇଛନ୍ତି । ଆହୁରି ମଧ୍ୟ ଆମ ପ୍ରତିନିଧିଦଳ ଆଗରେ ସେ  ଅଭିଯୋଗ ପ୍ରକାଶ କରିଛନ୍ତି ଯେ, ଚାଷୀଙ୍କ ଠାରୁ ପାସ୍ ବୁକ୍ ନେଇ ରଖିଥିବା ଉଭୟ ସମ୍ପାଦକ ଓ ଡିଇଓ ଏଥିପାଇଁ ଦାୟୀ ଓ ସେମାନେ ଏହି ବିପୁଳ ପରିମାଣର ଧାନକୁ କଳାବଜାରରେ ମିଲର୍ସଙ୍କୁ ବିକି ଦେଇ ହଡପ କରିଛନ୍ତି । ଶକ୍ତି ସାହୁ ଏହା ମଧ୍ୟ କହିଥିଲେ ଯେ , ନିକଟସ୍ଥ ଲଳିତା ମିଲ୍ ରୁ ଡିଇଓ ୧୦/ ୧୨ ଲକ୍ଷ ଟଙ୍କା କ୍ୟାସ୍ ଆଣିବାବେଳେ ଲୋକେ ଦେଖି ସନ୍ଦେହ କରିଥିଲେ । 

ଏଣୁ ଏ ସମ୍ପର୍କରେ ଆମ ପ୍ରତିନିଧିଦଳ ସିଆଲଜୋରୀଠାରେ ଥିବା ପୂର୍ବର ଲଳିତା ବନାମ ଏବର ଶୀତଲ୍ ଧାନମିଲ୍ କୁ ଯାଇ ପଚରାଉଚୁରା କରିଥିଲେ । କିଛିବର୍ଷତଳେ ଏକ ଡିଫଲଟର୍ ମିଲ୍ ଭାବେ ଜଣାଶୁଣା ଏହି ମିଲ୍ ଟି ଏବେ ସମ୍ବଲପୁରର ମନୀଷ ଅଗ୍ରବାଲ୍ ବୋଲି ଜଣେ ମିଲର୍ସ କିଣିନେଇ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇ ସେଠାରେ ଏଫ୍ ଆର୍ କେ ବା ଭିଟାମିନ୍ ଯୁକ୍ତ ଚାଉଳ ପ୍ରସ୍ତୁତିର ପ୍ଲାଣ୍ଟ୍ ବସାଇଛନ୍ତି । ବଲାଙ୍ଗୀର - ସୋନପୁର ପରି ଗରିବଜିଲ୍ଲାରେ ଜିଲ୍ଲାସୀମାରେ ରାସ୍ତାକଡର ଏକ ଅପେକ୍ଷାକୃତ ନିଛାଟିଆ ସ୍ଥାନରେ ହଠାତ୍ ଏଭଳି ଗୋଟିଏ ଅତ୍ୟାଧୁନିକ ଚାତଳକଳ ବସାଇବା ଓ ଟାଇଟ୍ ସିକ୍ୟୁରିଟି ସହିତ ସାଧାରଣତଃ ଆଖପାଖର ଅନ୍ୟାନ୍ୟ ମିଲ୍ ତୁଳନାରେ ଏତେପୁଞ୍ଜି ଖଟାଇବାର ଉଦ୍ଦେଶ୍ୟ ଆଦୌ ମହତ୍ ନୁହେଁ , ବରଂ କୌଣସି କାରସାଦୀ ରହିଛି ବୋଲି ସ୍ଥାନୀୟ ଲୋକଙ୍କ ମତ । ତେବେ ସେ ଯାହାହେଉନା କାହିଁକି , ଆମ ଦଳର ପଚରାଉଚୁରାରେ ମିଲ୍ ର ମ୍ୟାନେଜର ତାଙ୍କ ମିଲ୍ ବିରୁଦ୍ଧରେ ଏଭଳି ଅଭିଯୋଗକୁ ଖଣ୍ଡନ କରି ଅତ୍ୟନ୍ତ ଚତୁରତାର ସହ କହିଥିଲେ ଯେ , କେହି ତ ଦୋଷୀ । ଦୁର୍ନୀତିରେ ଜଡିତ । ସେ ଲଳିତା ହେଉ ବା ଶୀତଲ୍ ହେଉ ବା ଅନ୍ୟ କୌଣସି ମିଲ୍ । ତଦନ୍ତ ହେଉ  ! ଆମେ ଏଭଳି କୌଣସି କାମ କରୁନା । ' ତେବେ ଏକ ଗରିବ ଓ ଧାନ ଚାଉଳ ଦୁର୍ନୀତିଗ୍ରସ୍ତ ଜିଲ୍ଲାର ଏହି ଚକଚକ୍ ମାରୁଆଡି ଚାଉଳ କଳଟି କେତେଦୂର ସତୀ , ତଦନ୍ତ ପରେ ଓ କାଳକ୍ରମେ ଜଣାପଡିବ ।

ତେବେ ଏହି ଖବର ପ୍ରକାଶ ପରେ ସୋନପୁର, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ବରଗଡ଼ ଆଦି ଜିଲ୍ଲାରେ ଚାଞ୍ଚଲ୍ଯ ଖେଳିଯାଇଥିଲେ ହେଁ , ଅଦ୍ୟାବଧି କୌଣସି ତଦନ୍ତ ହୋଇନାହିଁ । ସୁବର୍ଣ୍ଣପୁରର ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ କିମ୍ବା ଏ ସିଏସ ଓ ପ୍ରଭାତ କୁମାର ଦାସଙ୍କୁ ଚେଷ୍ଟା କରାଯାଇଥିଲେ ହେଁ, ଯୋଗାଯୋଗ କରାଯାଇ ପାରିନାହିଁ ।  ତେବେ ଏହି ଜିଲ୍ଲାରେ ପୂର୍ବରୁ ହୋଇଥିବା ଧାନବିକ୍ରି, ମଣ୍ଡି, ପେକ୍ସ ବା ମିଲ୍ ଗୁଡିକ ସହ ଯୋଗାଣ ବିଭାଗର ବଡ ବଡ ଦୁର୍ନୀତି ଓ ଅନିୟମିତତା ଚପିଯାଇଥିଲା ପରି ଏହି ତଦନ୍ତ ମଧ୍ୟ ଫସରଫାଟି ଯିବ ବୋଲି ଲୋକେ ସମାଲୋଚନା ପ୍ରକାଶ କରିଛନ୍ତି । କାରଣ ଗତକିଛିବର୍ଷତଳେ ତରଭା ବ୍ଲକ୍ ର ଚାରଭଟା ପେକ୍ସର କୋଟିଏରୁ ଉର୍ଦ୍ଧ୍ବ ଦୁର୍ନୀତି , ଏହି ବ୍ଲକ୍ ର  ନିକଟସ୍ଥ ଖାରୀ ପେକ୍ସରେ ପ୍ରାୟ ୧୮ ଲକ୍ଷଟଙ୍କାର ହେରଫେର, ବିନକା ଅଞ୍ଚଳର ଚାଉଳଗୋଦାମର ଦୁର୍ନୀତି ଓ ଅନ୍ୟାନ୍ୟ ଦୁର୍ନୀତିର ପରିଣତି ଲୋକଙ୍କୁ ଜଣା ।  ସୋନପୁର ଜିଲ୍ଲାର ପେକ୍ସରୁ ବଲାଙ୍ଗୀର ଜିଲ୍ଲାର ମଲମଣ୍ଡା ରାଜ୍ୟ ଗୋଦାମକୁ ଅଣାଯାଉଥିବା ଚାଉଳରେ ଅନିୟମିତତା ବିଷୟ ଉଠିଛି । ଡୁଙ୍ଗୁରିପାଲି  ଏଫସିଆଇର କିଛିବର୍ଷ ତଳର ଚାଞ୍ଚଲ୍ୟକର ଶ୍ରମିକହତ୍ୟା ଘଟଣା ଏବେ ବି ଲୋକଙ୍କ ସ୍ମୃତିରେ ଉଜ୍ଜୀବିତ ହୋଇ ରହିଛି ।

ଅପରପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାର ପେକ୍ସଗୁଡିକ  ଏହାପୂର୍ବରୁ ବଲାଙ୍ଗୀର ଡିଆରସିଏସ୍ ଙ୍କ ଅଧୀନରେ ଥିଲା ଓ ଅଳ୍ପଦିନ ହେଲା ସୋନପୁରେ ଜଣେ ନୂଆ ମହିଳା ଡିଆରସିଏସ୍ ରଶ୍ମୀଲତା ବେହେରା ଯୋଗ ଦେଇଛନ୍ତି । ଡିଆରସିଏସ୍ ଓ ଏଆର ସିଏସ୍ ଏବେ ଅନୁପସ୍ଥିତ ଅଛନ୍ତି । ଆସିଲେ ତଦନ୍ତର ଚକ ଗଡିବ । ଏହି ଜିଲ୍ଲାରେ ଏବେ ସୋନପୁରରେ ୫୦ଟି ଓ ବୀରମହାରାଜପୁରରେ ୨୨ଟି ପ୍ରାଥମିକ କୃଷି ସେବା ସହଯୋଗ ସମବାୟ ସମିତି ବା ପେକ୍ସ ରହିଛି । 

ଏଭଳି ଅନିୟମିତତା ଯେ କେବଳ ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ବନାମ ସୁବର୍ଣ୍ଣପୁର ଜିଲ୍ଲାରେ ହେଉଛି, ତା' ନୁହେଁ  ! ବଲାଙ୍ଗୀର ଜିଲ୍ଲାର ପେକ୍ସଗୁଡିକରେ କଣ ଚାଲିଛି, ଗୋଟି ଗୋଟି କରି ଉଖାରିଲେ ଜଣାପଡିବ । 

ତେବେ ଆମ ଅନୁସନ୍ଧାନରୁ ଜଣାପଡିଛି ଯେ , ପେକ୍ସ ବା ମଣ୍ଡି ଜରିଆରେ ଚାଷୀମାନେ ବର୍ଦ୍ଧିତ ସରକାରୀ ଧାନବିକ୍ରି ମୂଲ୍ୟ ହାତେଇବାକୁ ସେମାନଙ୍କର ପ୍ରକୃତ ଚାଷଜମି ବା ବା ବାର୍ଷିକ ଖାଦ୍ୟ ବାହାରେ ପଞ୍ଜିକରଣ କରି ମୂଳସ୍ତରର ଡାଟା ଏଣ୍ଟ୍ରି ଅପରେଟର ଓ ସେକ୍ରେଟାରୀଙ୍କ ସହ ମିଲିଭଗତରେ ମିଲ୍ ଓ ଯୋଗାଣବିଭାଗର ସହାୟତାରେ ସରକାରୀ ଅର୍ଥ ଭାଗବଣ୍ଟା କରି ଲୁଣ୍ଠନ କରିଚାଲିଛନ୍ତି । ଏହା ଭାତହାଣ୍ଡିରୁ ଗୋଟିଏ ପରି ଏଭଳି ଏକ ବୃହତ୍ ମିଥ୍ୟାବିକ୍ରି ରାକେଟ୍ ର ଏକ ଛୋଟ ଉଦାହରଣ । ଟାର୍ଗେଟବାହାରେ ଅତିରିକ୍ତ ହିସାବ ଢୁକାଇ ଲକ୍ଷ ଲକ୍ଷ ଟଙ୍କା ନୁହେଁ , କୋଟି କୋଟି ଟଙ୍କାର ହାତସଫେଇ ଛଡା ଆଉ କିଛି ନୁହେଁ ।  ନୂଆ ସରକାରଙ୍କ ପକ୍ଷରୁ ଏହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ପୁଙ୍ଖାନୁପୁଙ୍ଖ ତଦନ୍ତ ଜରୁରୀ । ଏ ସମ୍ପର୍କରେ ଖୁବ୍ ଶୀଘ୍ର ଆମେ ଏକ ତଥ୍ୟଭିତ୍ତିକ ରିପୋର୍ଟ ପ୍ରକାଶ କରିବୁଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   15-May-2026
  ଜିଲ୍ଲା  
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
*ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   14-May-2026
  ଜିଲ୍ଲା  
ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   14-May-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ମାତୃ ବିୟୋଗ   14-May-2026
  ଜିଲ୍ଲା  
ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   14-May-2026
  ରାଜ୍ୟ  
ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   14-May-2026
  ଜିଲ୍ଲା  
ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   14-May-2026
  ଜିଲ୍ଲା  
ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ   14-May-2026
  ଜିଲ୍ଲା  
ଦଶମ ଜିଲ୍ଲାପରିଷଦ ବୈଠକ ଶେଷ   14-May-2026

You Might Also Like