-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ରାଜ୍ୟ

ଜିଲ୍ଲାପାଳଙ୍କୁ ଭେଟିଲା ପାଣ - ଗଣ୍ଡା ସମାଜ 

07-Jul-2024



ବୌଦ୍ଧ (ଜୟାନନ୍ଦ ମିଶ୍ର): ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏକ ଦଶ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଛୁଆଁ ଅଛୁଆଁ ଭେଦଭାବ ତଥା ଜାତିଆଣ ଆକ୍ଷେପରେ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଦୃଢ଼ ଦାବୀ କରିଛନ୍ତି । ଏ ନେଇ ଅଗ୍ରଣୀ ସାମାଜିକ ସଂଗଠନ ପକ୍ଷରୁ ସାମ୍ବିଧାନିକ ଅଧିକାର ପାଇଁ ଜିଲ୍ଲାପାଳ ଜେ ସୋନାଲ୍ ଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।
  ପ୍ରକାଶ ଥାଉକି , ଗତ ସରସ୍ଵତୀ ପୂଜା ସମୟରେ କଣ୍ଟାମାଳ ବ୍ଲକ୍ ଯୋଗିନ୍ଦ୍ରପୁର ବିଦ୍ୟାଳୟରେ ଗଣ୍ଡା ଜାତିର ଦଶମ ଶ୍ରେଣୀର ଛାତ୍ର ଶକ୍ତି ସଞ୍ଜତ ହରିପାଲ ଡାଲି ଓ ଖିରି ବାଲଟି ଛୁଇଁ ଦେବା ଘଟଣାକୁ ନେଇ ସଂସ୍କୃତ ଶିକ୍ଷୟତ୍ରୀ ଅନୁଶୟା ଦେବୀ ଉକ୍ତ ଛାତ୍ରଙ୍କୁ କଟୁ ଭାଷାରେ ଗାଳିଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରିଥିଲେ । ସେଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ଏବଂ ବିଜ୍ଞାନ ଶିକ୍ଷକ ମନୋଜ୍ କୁମାର ସାହୁ ମଧ୍ଯ ସଂପୃକ୍ତ ଥିଲେ। ତାହାକୁ ନେଇ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଗତ ଫେବୃଆରୀ ମାସ ୧୭ତାରିଖରେ ମନମୁଣ୍ଡା ଥାନାରେ ଏତଲା ଦେବା ସହିତ ଜିଲ୍ଲା ଶିକ୍ଷାଅଧିକାରୀ ଗେନ୍ଦେରା କୁଜୁରଙ୍କ ପାଖରେ ଅଭିଯୋଗ କରିଥିଲା । ଅଭିଯୋଗକୁ ଭିତ୍ତି କରି , ଜିଲ୍ଲା ଶିକ୍ଷା ଅଧିକାରୀ ଜାତିଆଣ ଆକ୍ଷେପରେ ସଂପୃକ୍ତ ଥିବା ତିନି ଜଣ ଶିକ୍ଷକଙ୍କ ମଧ୍ୟରୁ କେବଳ ସଂସ୍କୃତ ଶିକ୍ଷୟତ୍ରୀ ଅନୁଶୟା ଦେବୀଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ। ଅନ୍ୟ ଦୁଇ ଜଣ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ସଂଗଠନ ପକ୍ଷରୁ ଗତ ମାର୍ଚ୍ଚ ମାସ ୨୧ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଗଣଧାରଣା ଦେବା ସହିତ ଦୀର୍ଘ ସମୟ ଘେରାଉ କରିବା ପରେ ଘଟଣା ସ୍ଥଳକୁ ଶ୍ରୀ କୁଜୁର୍ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଜୁନ୍ ମାସ ସୁଦ୍ଧା ପ୍ରଧାନ ଶିକ୍ଷକ ଏବଂ ବିଜ୍ଞାନ ଶିକ୍ଷକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଲିଖିତ ପ୍ରତିଶୃତି ପ୍ରଦାନ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
      ଉକ୍ତ ଦୁଇ ଜଣ ଶିକ୍ଷକ ଙ୍କୁ ନିଲମ୍ବନ କରିବା ପରିବର୍ତ୍ତେ ଗତ ଜୁନ୍ ମାସ ୨୮ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଅନ୍ୟତ୍ର ବଦଳି କରିଥିବା ପ୍ରତିବାଦରେ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଆଜି ସଂଗଠନ ପକ୍ଷରୁ ଜିଲ୍ଲାପାଳ ଜେ ସୋନାଲ ଙ୍କୁ ଭେଟି ଆଲୋଚନା କରିବା ସହିତ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା  । ଦୀର୍ଘ ସମୟ ଆଲୋଚନା ପରେ ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ମହୋଦୟ ପ୍ରତିନିଧି ମଣ୍ଡଳୀ କୁ ପ୍ରତିଶୃତି ପ୍ରଦାନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀ ରେ ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଗଠନର ମୂଖ୍ୟ ଉପଦେଷ୍ଟା ବଟକୃଷ୍ଣ ପ୍ରଧାନ , ଜିଲ୍ଲା ଉପ ସଭାପତି ଦଶରଥ ବେହେରା , ଯୁଗ୍ମ ସମ୍ପାଦିକା ସେବତୀ ବେହେରା , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନନ୍ଦିନୀ ନାଏକ , କ୍ଷେତ୍ର ମୋହନ ମହାନନ୍ଦ , ସଂଜିତ୍ କୁମାର ଜେନା , ବରିଷ୍ଠ ସମାଜସେବୀ ଜୟରାମ ହରିପାଲ , ଅନ୍ତରାମ ହରିପାଲ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like