-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
03-Jul-2024
ଗଞ୍ଜାମ : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଝାଡବାଇ ଗ୍ରାମ ପଞ୍ଚାୟତ ନିକଟସ୍ଥ ଗାଙ୍ଗନାପୁର ଗ୍ରାମରେ ଆଧ୍ୟାତ୍ମିକ କବି ଶ୍ରୀ ଚିତ୍ରସେନ ମହାରଣାଙ୍କ ବାସ ଭୁବନର "ଓଡ଼ିଆ ସାହିତ୍ୟ ସଂସଦ" ର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମର ସର୍ବ ପ୍ରଥମେ ମାଆ ସରସ୍ଵତୀ ଓ ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରା ଯାଇଥିଲା ଓ ଜଗତର ନାଥ ଜଗନ୍ନାଥଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା |
ଉକ୍ତ କାର୍ଯ୍ୟକ୍ରମ ରେ ବେଗୁନିଆପଡ଼ାରୁ କବି ଶ୍ରୀ ସୁଶାନ୍ତ କୁମାର ମୁନୀ ଓ ହିଞ୍ଜିଳିକାଟୁରୁ କବି ଶ୍ରୀ ଦିନବନ୍ଧୁ ସାହୁ ଓ ଆସିକା ରୁ କବି ଶ୍ରୀ ମହେଶ୍ବର ପଣ୍ଡା ଯୋଗ ଦେଇଥିଲେ |
ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଭାପତି ଶ୍ରୀ ଚିତ୍ରସେନ ମହାରଣା ଏହି ତିନି ଜଣ କବିଙ୍କ ସହ ଆଧ୍ୟାତ୍ମିକ ସାହିତ୍ୟ ଓ କିଛି ପୌରାଣିକ ବିଷୟ ଉପରେ ଅଧିକ ଆଲୋଚନା କରିଥିଲେ, ଓ ଶେଷ ରେ ଶ୍ରୀ ମହାରଣା ଓ ତିନି ଜଣ କବି ଅନୁଷ୍ଠାନ ବିଷୟ ରେ ଅଧିକ ଆଲୋଚନା କରିଥିଲେ ଏବଂ ଶ୍ରୀ ମହାରଣା କହିଛନ୍ତି ଯେ ଅଗଷ୍ଟ ୧୫ ତାରିଖ ଦିନ ଗୋଟିଏ ସ୍ଵତନ୍ତ୍ର କବିତା ଆସର ହେବ ଓ ଗୋଟିଏ ଇ ପତ୍ରିକା ହେବ | ଏହି କାର୍ଯ୍ୟକ୍ରମରେ ତିନି ଜଣ ବରିଷ୍ଟ କବି କବିତା ପାଠ କରିଥିଲେ ଓ ଅନୁଷ୍ଠାନ ତରଫରୁ ସେମାନଙ୍କୁ ସମ୍ମାନିତ କରାଯାଇଛି, କାର୍ଯ୍ୟକ୍ରମ ଶେଷ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ସଭାପତି ଚିତ୍ରସେନ ମହାରଣା ଜଗନ୍ନାଥ ଙ୍କ ଉପରେ ଗୋଟିଏ କବିତା ପାଠ କରିଥିଲେ |