-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
03-Jul-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ରାମପୁର ଥାନା ଅନ୍ତର୍ଗନ ସୁଲେଇ ଗ୍ରାମର ଚାଷୀ ନରେଶ ପଧାନ ସେ ପ୍ରାୟ ୧୦ ଏକର ଜମିରେ ଚାଷ କରିଆସୁଛନ୍ତି । ଉକ୍ତ ଜମି ତାଙ୍କ ପରିବାର ନାମରେ ରହିଥିବା ବେଳେ ସେ ଏହାର ଖଜଣା ମଧ୍ୟ ପ୍ରଦାନ କରିଆସୁଛନ୍ତି । ଧାନ ବିକ୍ରୀ ଟୋକନ ପାଇଁ ଅନ୍ ଲାଇନ ମଧ୍ୟରେ ସେ ପେକ୍ସରେ ସମସ୍ତ କାଗଜ ପତ୍ର ଦାଖଲ କରିବା ସହି ନିୟମିତ ଧାନ ବିକ୍ରି କରିଆସୁଛନ୍ତି । କିନ୍ତୁ ଅନ୍ୟ କେତେ ବ୍ୟକ୍ତି ଉକ୍ତ ଚାଷ ଜମିର ମେସିନ ସାହାଯ୍ୟରେ ଧାନ କାଟି ନେଇଛନ୍ତି । ଏହା ଜାଣିବା ପରେ ସେମାନଙ୍କ ନାମରେ ରାମପୁର ଥାନାରେ ଏବଂ ରାମପୁର ତହସିଲଦାରଙ୍କ ଠାରେ ଅଭିଯୋଗ ମଧ୍ୟ କରି ଆସିଛନ୍ତି । କିନ୍ତୁ ସେ ସବୁଠାରୁ ନିରାଶ ହୋଇ ଫେରିଛନ୍ତି । ବିଭିନ୍ନ ସମୟରେ ଉକ୍ତ ଅଧିକାରୀମାନେ ସହ ଯୋଗ କରିବା କହି ସମୟ ଗଡାଇ ଚାଲିଛନ୍ତି । ବର୍ତ୍ତମାନ ଧାନ ପାଚି ନଷ୍ଟ ହେବା ଉପରେ । ଧାନ ନ କାଟିଲେ ଧାନ ଗୁଡିକ ନଷ୍ଟ ହୋଇଯିବ । ଏଣୁ ତାଙ୍କର ଅବଶିଷ୍ଟ ଧାନ କାଟିବାକୁ ସେ ଅଧିକାରୀଙ୍କ ପାଖକୁ ଦୌଡି ଥିଲେ ମଧ୍ୟ କେହି ସହ ଯୋଗ କରୁନଥିବା ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏହାକୁ ନେଇ ଆଇନର ଆଶ୍ରୟ ନେଇ ବର୍ତ୍ତମାନ କୋର୍ଟରେ ଏହା ବିଚାର ଚାଲିଥିଲେ ମଧ୍ୟ ଧାନ କଟାକୁ କେହି ସହ ଯୋଗ ନ କରିବାରୁ ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଛନ୍ତି । ଶ୍ରୀ ପଧାନଙ୍କ କହିବା ମୁତାବକ ସରକାର ଉକ୍ତ ଜମିର ୧୦ ଏକର ଧାନ କାଟି ନିଜ ଅଧିନରେ ଉକ୍ତ ଧାନକୁ ରଖା ଯାଉ । କେସ ଫଇସଲା ହେବା ପରେ ଯିଏ କୋର୍ଟ ଦ୍ୱାରା ନ୍ୟାୟ ପାଇବ ତାକୁ ପ୍ରଦାନ କରାଯାଉ । ଅଯଥା ୧୦ ଏକର ଜମିର ଧାନ ନଷ୍ଟ ହେବାକୁ ସେ ହଜମ କରିପାରୁ ନାହାନ୍ତି । ଏ ସଂପର୍କରେ ରାମପୁର ତହସିଲଦାର କୌଣସି ପ୍ରତିକ୍ରୀୟା ଦେବାକୁ ମନାକରିଥିବା ବେଳେ ଏବଂ ରାମପୁର ଥାନାଧିକାରୀ ଆଇନ ଅନୁସାରେ ସହ ଯୋଗ କରାଯିବ ବୋଲି କହିଥିଲେ ।