-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ରାଜ୍ୟ

ରାଜଧାନୀ ଉପକଣ୍ଠରେ ବିକ୍ରି ହେଉଛି ସରକାରୀ ଜମି, ରାତାରାତି ଗଢ଼ିଉଠୁଛି ବସ୍ତି

02-Jul-2024



ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ରାଜଧାନୀରେ ଘର ଖଣ୍ଡେ କରିବା ଅନେକଙ୍କ ପାଇଁ ସ୍ୱପ୍ନ। ଏପରିସ୍ଥଳେ ମଧ୍ୟବିତ୍ତ ପରିବାରର ବ୍ୟକ୍ତିଟିଏ ଜମି ଖଣ୍ଡେ ପାଇ ଘର କରିବାକୁ ମୁଣ୍ଡ ଝାଳ ତୁଣ୍ଡରେ ଲଗାଇ ଦେଉଛି। ଏହାର ସୁଯୋଗ ନେଇ ରାଜଧାନୀ ଉପକଣ୍ଠରେ ମାତିଛନ୍ତି ଜମି ଦଲାଲ୍‌‌। କେଉଁଠି ସରକାରୀ ଜମିକୁ ବିକ୍ରି କରି ଦେଉଛନ୍ତି ତ ଆଉ କେଉଁଠି ମିଥ୍ୟା କାଗଜପତ୍ର ଦେଖାଇ ଜମି ବିକ୍ରି କରୁଛନ୍ତି। କିଛି କ୍ଷେତ୍ରରେ ଆଗୁଆ ଟଙ୍କା ନେଇ ଆଉ ଧରାଛୁଆଁ ମଧ୍ୟ ଦେଉନାହାନ୍ତି।

ଦଲାଲ୍‌‌ ଓ ଠକଙ୍କ ଯନ୍ତାରେ କେବଳ ସାଧାରଣ ବର୍ଗର ଲୋକେ ନୁହନ୍ତି ବହୁ ଶିକ୍ଷିତ ଲୋକ ବି ପଡ଼ିଛନ୍ତି। ଏଭଳି ଠକେଇ ଅଭିଯୋଗ ଉପକଣ୍ଠବର୍ତ୍ତୀ ଚନ୍ଦକା, ପଥରଗାଡ଼ିଆ, ଭରତପୁର, ଶ୍ୟାମପୁରଠାରୁ ଆରମ୍ଭ କରି ତମାଣ୍ଡୋ, ପାତ୍ରପଡ଼ା ଆଦି ଅଞ୍ଚଳରେ ଜମି ମାଫିଆ ବେଶ୍‌‌ ସକ୍ରିୟ। ରାଜଧାନୀ ଓ ଏହାର ଉପକଣ୍ଠରେ ଦୀର୍ଘଦିନ ଧରି ପଡ଼ି ରହିଥିବା ସରକାରୀ ଜମିକୁ କିଛି ଦଲାଲ୍‌‌ ମାଡ଼ି ବସୁଛନ୍ତି। ଗୋଚର ଠାରୁ ଆରମ୍ଭ କରି ଜଙ୍ଗଲ ଜମି ପର୍ଯ୍ୟନ୍ତ, କିଛି ବି ଛାଡ଼ୁ ନାହାନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସେମାନେ ସରକାରୀ ଜମିକୁ ତାରବାଡ଼ ଦ୍ୱାରା ଆବଦ୍ଧ କରି ଦେଉଛନ୍ତି। ପରେ ନିର୍ଦ୍ଦିଷ୍ଟ ମାପରେ ଜମିକୁ ପ୍ଲଟିଂ କରି ବିକ୍ରି କରୁଛନ୍ତି। ସେହିଭଳି ରାଜଧାନୀ ସହର ଭିତରେ ଥିବା ବିଭିନ୍ନ ସରକାରୀ ଜମିରେ ମାଫିଆମାନେ ଟିଣ, ଝାଟିମାଟି ଘର କରି ତାଙ୍କ ସମ୍ପର୍କୀୟଙ୍କୁ ପ୍ରଥମେ ଥଇଥାନ କରୁଛନ୍ତି। ପରବର୍ତ୍ତୀ ସମୟରେ ଏହିସବୁ ଘରକୁ ଭଡ଼ାରେ ଲଗାଉଛନ୍ତି ଓ ସେଗୁଡ଼ିକ ବିକ୍ରି ମଧ୍ୟ କରି ଦେଉଛନ୍ତି। ଫଳରେ ସରକାରୀ ଜାଗା ଉପରେ ଗଢ଼ିଉଠୁଛି ଗୋଟାକ ପରେ ଗୋଟାଏ ବସ୍ତି ଓ ଜନବସତି। ଏସବୁ ଘରଗୁଡ଼ିକରେ ଯେଉଁମାନେ ଭଡ଼ାରେ ରହୁଛନ୍ତି ଦୁଇରୁ ତିନିବର୍ଷ ପରେ ସେଗୁଡ଼ିକୁ ସେହିମାନଙ୍କୁ ହିଁ ବିକ୍ରି କରାଯାଉଛି ଓ ସଂଗଠିତ କରି ଜମିର ପଟ୍ଟା ପାଇଁ ଦାବି କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭୁବନେଶ୍ୱରର ଅନେକ ବସ୍ତିରେ ଦଲାଲ୍‌‌ମାନେ ଏବେ ବି ସକ୍ରିୟ ହୋଇଛନ୍ତି। ବିଶେଷକରି ସରକାରଙ୍କ ଜମିପଟ୍ଟା ନେଇ ଘୋଷଣା ହେବା ପରେ ସେମାନଙ୍କ ଦଖଲରେ ଥିବା ବସ୍ତିର ଘରଗୁଡ଼ିକୁ ଚଢ଼ା ଦାମ୍‌‌ରେ ବିକ୍ରି କରୁଛନ୍ତି। କେବଳ ରାଜଧାନୀ ସହରରେ ନୁହେଁ ରାଜଧାନୀ ଉପକଣ୍ଠବର୍ତ୍ତୀ ବିଭିନ୍ନ ଅଞ୍ଚଳରେ ନୂଆନୂଆ ବସ୍ତି ଗଢ଼ିଉଠିବା ପଛରେ ଏଭଳି ଦଲାଲଙ୍କ ସମ୍ପୃକ୍ତି ଜଣାପଡ଼ିଛି।

କେତେକ ଦଲାଲ୍‌‌ ସରକାରୀ ଜମିକୁ ଅକ୍ତିଆରକୁ ନେଇ ସେଗୁଡ଼ିକରେ ପାଚେରି ବୁଲାଇ ଦେଉଛନ୍ତି ଓ କିଛିବର୍ଷ ଗଲା ପରେ ସେଗୁଡ଼ିକ ପ୍ଲଟିଂ କରି ବିକ୍ରି କରୁଛନ୍ତି। ପଥରଗାଡ଼ିଆ ଠାରେ ଥିବା ଛୋଟ ଜଙ୍ଗଲ କିସମର ପ୍ରାୟ ୫ଏକର ଜମିକୁ ମାଫିଆମାନେ ନିଜ ଅକ୍ତିଆରକୁ ନେଇ ପ୍ଲଟିଂ କରି ବିକ୍ରି କରୁଛନ୍ତି। ହେଲେ ଏଯାଏଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିନାହିଁ। ସେପଟେ ସରକାରୀ ଜମି କିଣୁଥିବା ଏମିତିକି କ୍ରେତାଙ୍କ ମନ ବୁଝିବା ପାଇଁ କୋର୍ଟ ପେପରରେ ଏଗ୍ରିମେଣ୍ଟ୍‌‌ ମଧ୍ୟ କରୁଛନ୍ତି। ଯେଉଁଥିରେ ପ୍ରକୃତ ବିକ୍ରେତାଙ୍କ ସମ୍ପର୍କରେ କିଛି ଉଲ୍ଲେଖ ରହୁନାହିଁ। କିଣିଥିବା ବ୍ୟକ୍ତି ଏ ନେଇ ଅଦାଲତକୁ ଦୌଡ଼ି ଦୌଡ଼ି ପରବର୍ତ୍ତୀ ସମୟରେ ନୟାନ୍ତ ହେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ୧୦ ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ରାଜଧାନୀ ଉପକଣ୍ଠରେ ଜମିବାଡ଼ି ବିବାଦ ପରିମାଣ ବହୁଗୁଣିତ ହୋଇଛି। କେତେକ ମାମଲା ଥାନାରେ ଗଡ଼ୁଛି ତ ଆଉ କେତେକ ମାମଲା ଏବେ ବି ଅଦାଲତରେ ବିଚାରାଧୀନ ଚାଲିଛି। ଅନେକ କ୍ଷେତ୍ରରେ ଜମିବାଡ଼ିକୁ କେନ୍ଦ୍ରକରି ମାର୍‌‌ପିଟ୍‌‌ ଉଗ୍ରରୂପ ଧାରଣ କରୁଛି। ଯାହା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like