-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କାହିଁକି ମିଛ ପ୍ରଚାର କରୁଥିଲେ ପ୍ରଧାନମନ୍ତ୍ରୀ, ରାଜ୍ୟସଭାରେ ପ୍ରଶ୍ନ କଲେ ସୁଲତା…

02-Jul-2024



ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ): ଚଳିତ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ। ନିର୍ବାଚନ ସମୟରେ ବିଭିନ୍ନ ସମସ୍ୟାକୁ ଉଠାଇ ପ୍ରଚାର କରିବା ବଦଳରେ ବିଜେପି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ମିଛ ପ୍ରଚାର କରି ରାଜନୀତି କରୁଥିଲା। କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କଥା ଛାଡନ୍ତୁ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଗାରିମା ଭୁଲି ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବା କହିଥିଲେ। ଯାହାକୁ ନେଇ ଆଜି ରାଜ୍ୟସଭାରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ଦେବା ସମୟରେ ବିଜେଡି ସାଂସଦ ସୁଲତା ଦେଓ କହିଥିଲେ, ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ କେନ୍ଦ୍ରରେ ସ୍ଥିର ଓ ବହୁମତର ସରକାର ଚାଲିଛି । କିନ୍ତୁ ବାସ୍ତବରେ କେନ୍ଦ୍ରରେ ମେଣ୍ଟ ସରକାର ଚାଲିଛି । ରାଷ୍ଟ୍ରପତି ବୋଧ ହୁଏ ନିର୍ବାଚନ ଫଳାଫଳ ବାବଦରେ ସ୍ପଷ୍ଟ ସୂଚନା ପାଇନାହାଁନ୍ତି। ଏହା ବହୁମତର ସରକାର ନୁହେଁ। ଏହା NDA(ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ) ସରକାର ନୁହେଁ ଏହା NNDA(ନୀତିଶ-ନାଇଡୁ

ଡେମୋକ୍ରାଟିକ୍ ଆଲାଏନ୍ସ) ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି।ଏହାପରେ ସାଂସଦ ସୁଲତା ଦେଓ କହିଥିଲେ ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବା କହିଥିଲେ ପ୍ରଧାନମନ୍ତ୍ରୀ । ସେତେବେଳେ ପ୍ରଧାନମନ୍ତ୍ରୀ ନିଜ ଗାରିମା ଭୁଲି ଯାଇଥିଲେ । ନବୀନଙ୍କୁ ବନ୍ଦୀ କରି ରଖାଯାଇଛି ଏବଂ ବିଜେପି ସରକାର ଆସିଲେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରିବାକୁ ଏକ କମିଟି ଗଠନ କରିବାକୁ କହିଥିଲେ । ରାଜ୍ୟରେ ବିଜେପି ସରକାର ଶପଥ ନେବା ବେଳେ ମଞ୍ଚରେ ନବୀନ ଓ ମୋଦୀ ଉପସ୍ଥିତ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଜାଣିପାରିଥିବେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି । ତାହେଲେ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଏମିତି ମିଛ ପ୍ରଚାର କାହିଁକି କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁଲତା ।ଏଥି ସହିତ ବିଜେପି ଚଳିତ ନିର୍ବାଚନ ସମୟରେ ଓଡ଼ିଶାରେ କରିଥିବା ବିଭିନ୍ନ ମିଛ ପ୍ରଚାରକୁ ନେଇ ମଧ୍ୟ ବର୍ଷିଛନ୍ତି ସୁଲତା। ସେ କହିଛନ୍ତି ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ବିଜେପି କହିଥିଲା, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ତାମିଲନାଡୁ ଚାଲି ଯାଇଛି । କିନ୍ତୁ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ସ୍ପଷ୍ଟ କରିଛନ୍ତି ଚାବି ସୁରକ୍ଷିତ ଅଛି । ତାହେଲେ ନିର୍ବାଚନ ବେଳେ ଏମିତି ମିଛ କାହିଁକି କହୁଥିଲେ । ଏଥିପାଇଁ ଓଡ଼ିଶାବାସୀଙ୍କୁ ବିଜେପି କ୍ଷମା ମାଗିବା ଉଚିତ। ଏଥି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ବିଜେପି ସରକାରକୁ ଆସିଲେ ୬ ଦିନରେ ଖୋଲିବାକୁ କହିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିଲାନି । ଏହା କଣ ଜୁମଲା ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ସୁଲତା।

ଅନ୍ୟପଟେ ପୂର୍ବ ସରକାର ସମୟରେ ଭକ୍ତମାନେ ଶ୍ରୀମନ୍ଦିରର ଦୁଇଟି ଦ୍ୱାର ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର (କେବଳ ପୁରୀବାସୀ) ଦେଇ ଭିତରକୁ ଯାଉଥିଲେ। କୋଭିଡ୍‌ ସଂକ୍ରମଣ ପରଠାରୁ ଭକ୍ତଙ୍କ ଶୃଙ୍ଖଳିତ ଏବଂ ସୁରକ୍ଷିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ କିଛି କଟକଣା ଲଗାଯାଇଥିଲା। ସେଥିରେ ଏହି ପ୍ରବେଶ କଟକଣା ମଧ୍ୟ ରହିଥିଲା। କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଥିଲେ ଭକ୍ତ। ଜଷ୍ଟିସ ବିପି ଦାସ କମିସନଙ୍କ ଶ୍ରୀମନ୍ଦିର ଭିଡକୁ ନେଇ ସମୀକ୍ଷା ପରେ ପୂର୍ବ ସରକାର ଏହି ନିଷ୍ପତ୍ତି ନେଇଥିଲେ। ହେଲେ ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ କହିଥିଲେ । ସରକାରକୁ ଆସିବା ପରେ ଭକ୍ତଙ୍କ ପାଇଁ ୪ ଦ୍ୱାର ଖୋଲିଲେ କିନ୍ତୁ ସ୍ଥିତି ଏମିତି ହେଲା ଯେ, ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହେଲା । ତେଣୁ ପୁଣିଥରେ ସେହି ଗୋଟିଏ ଦ୍ୱାର ଦେଇ ପ୍ରବେଶ ଓ ୩ ଦ୍ୱାର ବାଟେ ବାହାରକୁ ଛାଡିଲେ। ନବୀନ ସରକାର କ’ଣ ପାଇଁ ୨ଟି ଦ୍ୱାରରେ ପ୍ରବେଶ ଅନୁମତି ଦେଇଥିଲେ, ତାହା ତର୍ଜମା ନକରି ବିଜେପି କେବଳ ରାଜନୈତିକ ଉଦେଶ୍ୟରେ ୪ ଦ୍ବାର ଖୋଲି ଦେଲା। ଆଉ ଏବେ ପୁଣି ବନ୍ଦ କଲାସେହିପରି ଓଡ଼ିଶାର ୮ଟି ଜିଲ୍ଲାକୁ ଏଯାଏଁ ରେଳ ସଂଯୋଗ ହୋଇନଥିବାକୁ ନେଇ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି ସୁଲତା। ସେ କହିଛନ୍ତି ଓଡ଼ିଶାରୁ ରେଲୱେ ସିଂହଭାଗ ରାଜସ୍ୱ ପାଉଛି, କିନ୍ତୁ ଏବେ ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାକୁ ରେଳ ସଂଯୋଗ ହୋଇନାହିଁ ।ପୂର୍ବରୁ ନବୀନ ସରକାର ମଧ୍ୟ ଘୋଷଣା କରିଥିଲେ ଓଡ଼ିଶାର ଯେଉଁଜିଲ୍ଲାକୁ ରେଳ ସଂଯୋଗ ନାହିଁ, ରେଳ ବିଭାଗ ସେ କାମ କରୁ ଆମେ ୫୦ ପ୍ରତିଶତ ଅର୍ଥ ସହ ଜମି ମାଗଣାରେ ଯୋଗଇଦେବୁ। କିନ୍ତୁ ବିଜେପି କଲା ନାହିଁ। ଓଡ଼ିଶାର ୮ ଜିଲ୍ଲାକୁ ଯେତେବେଳେ ଟ୍ରେନ୍ ସଂଯୋଗ ନାହିଁ ସେତେବେଳେ ବିଜେପି ବୁଲେଟ ଟ୍ରେନର ସୁନେଲୀ ସ୍ୱପ୍ନ ଦେଖାଯାଉଛି ବୋଲି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୁଲତା।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like