-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||     

HOME   ରାଜ୍ୟ

ଡବଲଇଞ୍ଜିନ ସରକାରରେ ଏସଭିନିରତାର ବଲାଙ୍ଗୀର ସେଟଲାଇଟସେଣ୍ଟର ଉପକୃତ ହେବ ତ? ଦୁଇ ଏକର ଜମିପାଇଁ ଅଟକିରହିଛି ହସପିଟାଲ ଓ ଟ୍ରେନିଂସେଣ୍ଟର

01-Jul-2024



ବାଲାଙ୍ଗୀର(ପ୍ରେରଣା ଖବର): ଏବେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଆସିଛି। ଡବଲଇଞ୍ଜିନ ସରକାରରେ ଲୋକେ ଅଧିକଲୋକ ଲାଭାର୍ଥୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ସାଂସଦ ଓ ୪ଜଣ ବିଧାୟକ ଭାଜପାଦଳରୁ ଜିଣିଛନ୍ତି। ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂଦେଓ ରାଜ୍ୟଉପମୁଖ୍ୟମନ୍ତ୍ରୀ ଓ ଲୋଇସିଂହାର ବିଧାୟକ ଡ.ମୁକେଶ ମହାଲିଙ୍ଗ ରାଜ୍ୟ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟୀତ୍ୱ ପାଇଛନ୍ତି । ଏଣୁକରି ବଲାଙ୍ଗୀରବାସୀଙ୍କ ଆଶା ରହିଛି ଯେ,ବଲାଙ୍ଗୀରରେ ଥିବା କେନ୍ଦ୍ରସରକାରଙ୍କ ସାମାଜିକ ନ୍ୟାୟ ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ଏସଭିନୀରତାର ସେଟେଲାଇଟ ସେଣ୍ଟର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଅନୁଷ୍ଠାନକୁ ଆବଶ୍ୟକ ଜମିମିଳିବ ଓ ଏକ ସ୍ୱୟଂସଂପୂର୍ଣ୍ଣ ଅନୁଷ୍ଠାନ ହୋଇପାରିବ । 
   ନବୀନସରକାର ଚାଲିଥିବା ବେଳେ କେନ୍ଦ୍ରଅବହେଳା କରୁଥିବା ଅଭିଯୋଗ ଉଠୁଥିଲା । ଠିକସେହିପରି କେନ୍ଦ୍ରୀୟ ଅନୁଷ୍ଠାନ ଗୁଡିକୁ ରାଜ୍ୟସରକାର ସହଯୋଗ କରୁନଥିବା ମଧ୍ୟ ଭାଜପା ଅଭିଯୋଗ୍ ଉଠାଉଥିଲା । କିନ୍ତୁ ଏବେ ଉଭୟ କେନ୍ଦ୍ର ଓ ଓଡିଶା ରାଜ୍ୟରେ ଭାଜପାଦଳର ଡବଲଇଞ୍ଜିନ ସରକାର ଚାଲିଛି । ଏଥିରେ ଅନେକ କେନ୍ଦ୍ରୀୟ ଅନୁଷ୍ଠାନ ଉପକୃତ ହେବେ ବୋଲି ଆଶା କରାଯାଉଛି । ସେହିକ୍ରମରେ ବଲାଙ୍ଗୀରଠାରେ ଥିବା ଓଲଟପୁର ଏସଭିନୀରତାର ଅନୁଷ୍ଠାନର ସେଟେଲାଇଟ ସେଣ୍ଟର ମଧ୍ୟ ଉପକୃତ ହେବ ବୋଲି ଆଶା କରାଯାଉଛି । ଗତ ୬ବର୍ଷ ହେଲା ଏହି ଅନୁଷ୍ଠାନକୁ ରାଜ୍ୟସରକାର ତଥା ବଲାଙ୍ଗୀର ଜିଲ୍ଲାପ୍ରଶାସନ ସହଯୋଗ କରୁନଥିଲା । ରାଜ୍ୟସରକାର ଏହି ଅନୁଷ୍ଠାନକୁ ମାତ୍ର ୩ଏକର ଜମି ଯୋଗାଇ ଦେଇଛନ୍ତି । ଆଉ ୨ଏକର ଜମି ପାଇଁ ଅନୁଷ୍ଠାନର କତ୍ତୃପକ୍ଷ ପ୍ରଶାସନ ପାଖକୁ ଧାଉଁଛନ୍ତି । ଏହି ୨ଏକର ଜମି ମିଳିଲେ ବଲାଙ୍ଗୀରର ଏହି ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ନିଜସ୍ୱ ହସପିଟାଲ ଓ ତାଲିମକେନ୍ଦ୍ର ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି । କିନ୍ତୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଆଉ ୨ଏକର ଜମି ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ଏପରିକି ଏହି ଅନୁଷ୍ଠାନକୁ ଲାଗିରହିଥିବା ସରକାରୀ ଜମିକୁ ଜବରଦଖଲକାରୀଙ୍କ ହାତକୁ ପ୍ରଶାସନ ଟେକି ଦେଇଛି । ଜବରଦଖଲକାରୀଙ୍କ ସାଙ୍ଗରେ କିଛି ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି ଓ ସେମାନେ ପ୍ରଶାସନକୁ ପ୍ରଭାବିତ କରି ଜବରଦଖଲ ଜମିରେ କରିଥିବା ଘରଗୁଡିକୁ ବିଦ୍ୟୁତ ସଂଯୋଗ ସହ ରାସ୍ତାଘାଟ ଓ ପାନୀୟଜଳର ବ୍ୟବସ୍ଥା ମଧ୍ୟ କରାଇଛନ୍ତି । 
    ସୂଚନାରୁ ଜଣାଯାଇଛି ଯେ, ପଶ୍ଚିମାଞ୍ଚଳର ଦିବ୍ୟାଙ୍ଗମାନେ ଚିକିତ୍ସା ପାଇଁ କଟକ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସଂନ୍ଧାନ ସଂସ୍ଥାନ ଯାଇ ଖର୍ଚ୍ଚାନ୍ତ ହେଉଥିଲେ । ତେଣୁ ଏହି ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ କେନ୍ଦ୍ରସରକାରଙ୍କ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ,ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ ପକ୍ଷରୁ ବଲାଙ୍ଗୀରରେ ଏସଭିନୀରତାରର ଏକ ସେଟେଲାଇଟ ସେଣ୍ଟର ଖୋଲିବାକୁ ପ୍ରସ୍ତାବ କରିଥିଲେ । ଏହି ଅନୁଷ୍ଠାନ ପାଇଁ ମୋଟ ୫ଏକର ଜମି ଆବଶ୍ୟକ କରୁଥିବା ବେଳେ ପ୍ରଶାସନ ମାତ୍ର ୩ଏକର ଜମି ଯୋଗାଇ ଦେଇ ପରେ ଆବଶ୍ୟକ ଜମି ପୁଣି ଯୋଗାଇଦେବ ବୋଲି କହିଥିଲା । ପ୍ରାୟ ୫କୋଟି ଟଙ୍କାରେ ଏଠାରେ ବିଲଡିଂନିର୍ମାଣ ହୋଇ ଆନୁଷଙ୍ଗିକ ଯନ୍ତ୍ରପାତି ଆସି ଗତ ୨୦୧୮ ମସିହାରେ ବଲାଙ୍ଗୀର ବିଜାଖମନ ମୌଜାର କେନ୍ଦ୍ରୀୟବିଦ୍ୟାଳୟ-୨ ପାଖରେ ଅନୁଷ୍ଠାନଟି ଆରମ୍ଭ ହେଲା । ଏବେ ହଜାର ହଜାର ସଂଖ୍ୟାରେ ଦିବ୍ୟାଙ୍ଗ ଶିଶୁ ଓ ବ୍ୟକ୍ତି ଏହି ଅନୁଷ୍ଠାନରୁ ଉପକୃତ ହେଉଛନ୍ତି । ଏହା ବ୍ୟତିତ ସ୍ନାୟୁଜନିତ ଓ ଅରଥୋପେଡିକ୍ସ ସମସ୍ୟା ଥିବା ଲୋକେ ଫିଜିଓଥେରାପି ଭଳି ଚିକିତ୍ସାର ସୁବିଧା ପାଉଛନ୍ତି । ଏବେ ଜଣେ ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତର ଓ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୧୬ଜଣ ବ୍ୟକ୍ତି ଏଠାରେ କାର୍ଯ୍ୟରତ ଅଛନ୍ତି । ଏବେ ଏଠାରେ ଫିଜିଓଥେରାପି, ଅକ୍ୟୁପେସନାଲ ଥେରାପି, ପ୍ରୋସଥେଷ୍ଟିକସ ଓ ଅରଥୋଟିକସ,ସ୍ପେସିଏଲ ଏଜୁକେସନ,ସ୍ପିଚ ଓ ହିୟରିଂ, ସୋସିଆଲୱାର୍କ ଏଣ୍ଡ ପ୍ଲେସମେଣ୍ଟ ୟୁନିଟ, ଓରିଏଣ୍ଟେସନ ଏଣ୍ଡ ମୋବିଲିଟି ଟ୍ରେନିଂ, ଭୋକେସନଲା ଟ୍ରେନିଂ, କ୍ଲିନିକାଲ ସାଇକୋଲୋଜି ଭଳି ଚିକିତ୍ସା ଚାଲିଛି । କଟିଯାଇଥିବା ହାତଗୋଡ ବଦଳରେ କୃତୃିମ ହାତଗୋଡ ଲଗାଯାଇ ଦିବ୍ୟାଙ୍ଗ ପାଲଟିଯାଇଥିବା ଲୋକଙ୍କ ପାଇଁ ଆଶାର କିରଣ ଦେଉଛନ୍ତି । ଦିବ୍ୟାଙ୍ଗମାନଙ୍କୁ ଚିକିତ୍ସା ସୁବିଧା ସହ କୃତିମହାତଗୋଡ ଲଗାଇ ବଞ୍ଚିବାପାଇଁ ଜୀବନଜୀବିକାର ତାଲିମ ମଧ୍ୟ ଦେଉଛନ୍ତି । ସମାଜର ଅବହେଳିତ ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବାରେ ଏହି ଅନୁଷ୍ଠାନର ଯଥେଷ୍ଟ ଭୂମୀକା ରହିଛି । ଏବେ ଆଗକୁ ଏକ ତାଲିମ କେନ୍ଦ୍ର ଓ ୫୦ ଶର୍ଯ୍ୟା ବିଶିଷ୍ଟ ହସପିଟାଲ ପାଇଁ ଅନୁଷ୍ଠାନକୁ ଆଉ ୨ଏକର ଜମିର ଆବଶ୍ୟକତା ରହିଛି । ଅନୁଷ୍ଠାନ ପକ୍ଷରୁ ବହୁବର୍ଷ ହେଲା ବଲାଙ୍ଗୀର ଜିଲ୍ଲା ପ୍ରଶାସନକୁ ଏନେଇ ଚିଠିକରି ଜମି ଦେବାକୁ ଅନୁରୋଧ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାପ୍ରଶାସନ କୌଣସି ପଦକ୍ଷେପ ନେଉନାହାଁନ୍ତି । ଏବେ ରାଜ୍ୟସରକାର ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି । ବଲାଙ୍ଗୀର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ,ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଓ ଭାଜପା ସାଂସଦ ସଂଗୀତାକୁମାରୀ ସିଂଦେଓ ଏଥିପ୍ରତି ଧ୍ୟାନ ଦେବାକୁ ଜନସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026

You Might Also Like