-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
01-Jul-2024
କନ୍ଧମାଳ(ଟିକାବାଲି) ୦୧/୦୭/୨୦୨୪ ମୌସୁମୀର ଆଗମନ ଓ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଯଦିଓ କିଛି କିଛି ଯାଗାରେ ବର୍ଷା ହେଉଛି କିନ୍ତୁ ଆଉ କିଛି ଯାଗାରେ ବର୍ଷାର ଲୁଚ଼କାଳି ଖେଳ ଦେଖିବାକୁ ମିଳୁଛି ତେଣୁ ଗୁଳୁଗୁଳି ଲାଗୁଛି । କନ୍ଧମାଳ ଜିଲ୍ଲାରେ ସ୍ଥାନେ ସ୍ଥାନେ ଭଲ ବର୍ଷା ହେଉଥିବା ବେଳେ ଆଉ କେଉଁଠି ଚାଷଭୂମି ଫାଠି ଆଁ କରିଛି । କନ୍ଧମାଳ ଜିଲ୍ଲାର ଟିକାବାଲି ଅଞ୍ଚଳର କିଛି ଯାଗାରେ ଭଲ ବର୍ଷା ହୋଇନାହିଁ ତେଣୁ ଚାଷି ବି ତା'ର ଧାନ ତଳି ପକାଇ ପାରୁ ନାହିଁ । ଆଉ ସପ୍ତାହ ଭିତରେ ରଥଯାତ୍ରା । ରଥଯାତ୍ରା ବେଳକୁ ଧାନ ତଳି ହୋଇ ବିଲ ରୁଆ ଆରମ୍ଭ ହେବାକଥା ଯଦି ଏପରି ପାଗ ଲାଗି ରହେ ଧାନତଳି ପକାଇ ବିଲରୁଆ କିପରି ହେବ ଚଷା ପୁଅ ଚିନ୍ତାରେ, ଆକାଶ ମେଘାଛନ୍ନ ଅଛି ହେଲେ ବେଳେ ବେଳେ ଟିକେ ମାଟି ଓଦା ହେଲା ଭଳି ବର୍ଷା ହେଉଛି । ଦେଖାଯାଉ ଆଗକୁ ପାଗରେ କିପରି ପରିବର୍ତ୍ତନ ହେଉଛି । କନ୍ଧମାଳ ଜିଲ୍ଲା ଟିକାବାଲି ରୁ ରମେଶ ପଣ୍ଡା ଙ୍କ ରିପୋର୍ଟ