-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
ସୋନପୁର( ମନୋରଞ୍ଜନ ତ୍ରିପାଠୀ )
ବୀର ମହାରାଜପୁର ସମ୍ବଲପୁର ମୁଖ୍ୟ ରାସ୍ତା ମୁଣ୍ଡୋଘାଟ ର ରାଜ ରାସ୍ତା ଠାରେ ଜଣେ ୭୦ ବର୍ଷୀୟ ବୃଦ୍ଧ ହୃଦ୍ ଘାତ ରେ ହଠାତ୍ ଅଚେତ୍ ହୋଈ ପଡ଼ିଯାଇଥିବା ଦେଖି ଲୋକେ ଘଟଣା କିଛି ବୁଝି ନ ପାରି ଭିଡ଼ ଜମାଇଥିଲେ l ଠିକ୍ ଏହି ସମୟରେ ମୁଣ୍ଡୋଘlଟ ଏଚ ଡବ୍ଲୁ ସି ( ମେଡିକାଲ୍) ର କମ୍ୟୁନିଟି ହେଲ୍ଥ ଅଫିସର ବ୍ରଜେଶ୍ଵରି ତ୍ରିପାଠୀ ଡ଼ିଉଟି ଯାଉଥିବା ବେଳେ ଘଟଣା ସ୍ଥଳ ରେ ଅଟକି ଯାଇ ଥିଲେ ଏବଂ ଅଚେତ୍ ଅବସ୍ଥା ରେ ରାସ୍ତା ରେ ପଡିଥିବା ବୃଦ୍ଧ ର ଛାତି କୁ ବାରମ୍ବାର ବ୍ରିଦିଂ କରି ବୃଦ୍ଧ ଙ୍କ ଚେତା ଫେରାଇବାରେ ସକ୍ଷମ ହୋଇଥିଲେ l ପରେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ପାଇଁ ଉକ୍ତ ରୋଗୀ ଙ୍କୁ ସୋନପୁର ମେଡିକାଲ୍ ପଠାଇ ଥିଲେ ମହିଳା ସ୍ବାସ୍ଥ୍ୟ ଅଧିକାରୀ ବ୍ରଜେଶ୍ୱରୀ l ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀମତୀ ତ୍ରୀପାଠୀ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ଏକ ଅଜଣା ବୃଦ୍ଧ ଙ୍କ ବହୂ ମୂଲ୍ୟ ଜୀବନ ଟିଏ ବଞ୍ଚି ଯାଇଥିବା ବେଳେ ଜିଲ୍ଲା ର ବୁଦ୍ଧିଜୀବୀ ଏହାକୁ ଉଚ୍ଚ ପ୍ରଶଂସା କରିଛନ୍ତି l