-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
ନର୍ଲା (ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଉମାକାନ୍ତ ପଡା ଠାରୁ କରଳାମୁଣ୍ଡା କୁ ସଂଯୋଗ କରୁଥୁବା ଏକ ମୁରୁମ ମେଟାଲ ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଯିବା ଆସିବା କରୁଥିବା ବେଳେ ଏହି ରାସ୍ତା ଉପରେ କିଛିଦିନ ହେଲା ଆରଡବ୍ଲୁ ଏସ ଏସ ର ଜଣେ ଠିକାଦାର ବିକଳ୍ପ ବ୍ୟବସ୍ଥା ନ କରି ରାସ୍ତା ଉପରେ ପାଈପ ଲାଇନ ଖୋଲି ମାଟି ଓ ପାଈପ ମାନ ଏଣେତେଣେ ଫିଙ୍ଗା ଫୋପଡ଼ା ହୋଇ ବର୍ତମାନ ବର୍ଷାରେ ଅତ୍ୟନ୍ତ କାଦୁଅ ହୋଇ ଥିବାରୁ ଉକ୍ତ ରାସ୍ତା ରେ ଯିବା ଆସିବା କରୁଥିବା ସ୍କୁଲ ଛାତ୍ରଛାତ୍ରୀ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଅନେକ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ଏଣୁ ଏ ଦିଗରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ତୁରନ୍ତ ଧ୍ୟାନ ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି