-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
କଣ୍ଟାମାଳ, (ଜୟ କୁମାର ମହାରଣା ): କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ଆଜି ଅଚାନକ କଣ୍ଟାମାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସହ ଅଂଚଳର ବିଭିନ୍ନ ସ୍ଥାନ ବୁଲି ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିବା ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ବିଧାୟକ ଶ୍ରୀ ଡାଙ୍ଗ କଣ୍ଟାମାଳ ଡାକ୍ତରଖାନା ପରିସର ବୁଲି ଦେଖିବା ସହ ସମସ୍ତ ବିଭାଗ ବୁଲି ଚିକିତ୍ସାଧୀନ ଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଡାକ୍ତରଖାନାର (ଅଗ୍ନି ନିରାପତ୍ତା) ବ୍ୟବସ୍ଥାର ଯାଞ୍ଚକରିବା ସହ ବିଭାଗୀୟ ଅଧିକାରୀଙ୍କୁ ସମସ୍ତ ପ୍ରକାର ଅବ୍ୟବସ୍ଥାର ତୁରନ୍ତ ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ପରେ କଣ୍ଟାମାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଜଗଦୀଶ ସେଠି ଙ୍କ ସହ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ଉକ୍ତ ପରିଦର୍ଶନ ସମୟରେ ଜିଲ୍ଲା ଯୁବମୋର୍ଚା ସଭାପତି ଅଟଳ କୁମାର ପ୍ରଧାନ,କଣ୍ଟାମାଳ ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ, ଘଣ୍ଟାପଡା ମଣ୍ଡଳ ସଭାପତି ପିନାକଧର ରଣା,ଯୁବନେତା ଓମପ୍ରକାଶ ମିଶ୍ର,ଶିତିକଣ୍ଠ ମିଶ୍ର,ଆଦିବାସୀ ନେତା ଡମ୍ବରୁ କହଁର, ସରପଞ୍ଚ ପଞ୍ଚାନନ ସାହୁ,ସୁଦର୍ଶନ ବଘାର ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l