-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
ମିହିର ଶଙ୍କର ପାତ୍ର,
ଡାବୁଗାଁ ଜଗନ୍ନାଥ ମନ୍ଦିର ରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇ ଯାଇଛି। ଭଗବାନଙ୍କ ର ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସ୍ନାନ ମଣ୍ଡପକୁ ଆଣି, ସଂପୂର୍ଣ୍ଣ ହିନ୍ଦୁ ଧାର୍ମିକ ଏବଂ ପାରମ୍ପରିକ ରୀତିନୀତି ରେ ପୂଜାର୍ଚ୍ଚନା କରା ଯାଇଛି। ଏହି ଅବସରରେ ସ୍ଥାନୀୟ ବିଡ଼ିଓ ଶରତ କୁମାର ମାଝୀ, ଡାବୁଗାଁ ତହସିଲଦାର ହରିଅମ୍ ଭୋଇ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, କେଲିଆ ମନ୍ଦିର ସଂପାଦକ ଦେବରାଜ ପାତ୍ର, ସୁରେନ୍ଦ୍ର ମିଶ୍ର, ବରିଷ୍ଠ ଓକିଲ ଜୟନ୍ତ କୁମାର ପାତ୍ର, ଏମ୍ ଆପ୍ପା ରାଓ, ପ୍ରକାଶ ପଣ୍ଡା, ବାବି ଜେନା, ଭଗବାନ ଖୁଣ୍ଟିଆ, ସାମ୍ବାଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର, ଉପ ସଭାପତି ଗଗନ ଗନ୍ତାୟତ, ନରେଶ ସିଂ, ଶୁଶାନ୍ତ କୁମାର ପଣ୍ଡା, ଜଗନ୍ନାଥ ପୂଜକ ନବୀନ ପାଢ଼ୀ , ପ୍ରଦୀପ ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏମ୍ ରମେଶ ରାଓ ଙ୍କ ଦ୍ଵାରା ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା।